ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟ ପରିସରରେ ଦୁଷିତ ପାଣି

ନୂଆପଡା: ସରକାର ସ୍ୱଚ୍ଛ ଓ ସୁନ୍ଦର ପରିବେଶ ମଧ୍ୟରେ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଗୁଡିକୁ ଉନ୍ନତ କରୁଥିବା ବେଳେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଆଶ୍ରମ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ଏଠାରେ ଦୀର୍ଘ ବର୍ଷ ହେଲା ବିଦ୍ୟାଳୟ ପରିସରରୁ ବ୍ୟବହୃତ ଦୂଷିତ ପାଣି ନିଷ୍କାସନ ହୋଇ ପାରୁ ନାହିଁ ଫଳରେ ବିଦ୍ୟାଳୟ ପରିସର ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଏହି ନେହେନା ଆଶ୍ରମ ବିଦ୍ୟାଳୟ ଖଡ଼ିଆଳ ବ୍ଲକର ଗୋଟିଏ ଉନ୍ନୀତ ବିଦ୍ୟାଳୟ ଅଟେ । ଏଠାରେ ୧୫୦ ଆଦିବାସୀ ଛାତ୍ରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ବେଳେ ଗ୍ରାମର ୧୧୦ ଜଣ ଛାତ୍ରଛାତ୍ରୀ ମୋଟ ୨୬୦ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ହେଲେ ୧୫୦ ଜଣ ଛାତ୍ରୀ ରହୁଥିବା ଆନ୍ତେବାସୀ ଛାତ୍ରୀ ନିବାସରୁ କରୋନା ପରେ ବିଦ୍ୟାଳୟ ଖୋଲିବା ଦିନୁ ବିଦ୍ୟାଳୟର ବ୍ୟବହୃତ ପାଣି ବିଦ୍ୟାଳୟ ପରିସରରୁ ନିଷ୍କାସନ ହୋଇ ପାରୁ ନାହିଁ । ଫଳରେ ବିଦ୍ୟାଳୟ ଚଟାଣରେ ଏକ ଫୁଟରୁ ଅଧିକ ଦୂଷିତ ପାଣି ଜମି କୃତ୍ରିମ ହ୍ରଦ ସାଜି ପାଣିରେ କପୁର ଆସ୍ତରଣ ସୃଷ୍ଟି କରିଛି ଓ ବିଦ୍ୟାଳୟ ପରିବେଶ ଦୁର୍ଗନ୍ଧମୟ ହୋଇଛି । ଛାତ୍ର ଛାତ୍ରୀ ମାନେ ଦୁର୍ଗନ୍ଧ ପାଣିକୁ ମାଡି ଯିବା ଆସିବା କରୁଛନ୍ତି । ଏପରିକି ପୋକ ସାଲୁ ବାଲୁ ହୋଇ ବିଦ୍ୟାଳୟ ଚତୁର ପାର୍ଶ୍ୱରେ ବୁଲୁଛି । ଦୂଷିତ ପାଣି ଯୋଗୁ ଅନେକ ସମୟରେ ସାପ, ବେଙ୍ଗ ବିଦ୍ୟାଳୟ ପରିସରରେ ବାହାରୁଛି । ବର୍ତ୍ତମାନ ବିଦ୍ୟାଳୟର ପରିବେଶ ଦୁର୍ଗନ୍ଧ ଓ ଦୂଷିତ ନେଇ ଅଭିଭାବକ ମାନେ ସେମାନଙ୍କ ପୁଅ ଝିଅ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ କହୁଥିବା ଶିକ୍ଷକ ମାନେ ପ୍ରକାଶ କରିଛନ୍ତି । ଏହି ଆଶ୍ରମ ବିଦ୍ୟାଳୟର ପାଣି ନିଷ୍କାସନ ନେଇ ପ୍ରତ୍ୟକ ବର୍ଷ ଜିଲ୍ଲାପାଳ, ଡି ଡବ୍ଲୁ ଓ ନୂଆପଡ଼ାଙ୍କୁ ବାରମ୍ବାର ଅବଗତ କରାଯାଇଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନାହିଁ ବୋଲି ବିଦ୍ୟାଳୟ ପରିଚାଳନା କମିଟିର ୨୦୨୦ ମସିହାର ସଦସ୍ୟ ଲୀଳା ରାଉତରାୟ, ସନ୍ତୋଷ ଦଣ୍ଡସେନା, କୁବେର ବାଗ, ତରୁଜ ବାଗ, ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଯଦି ଆଶ୍ରମ ବିଦ୍ୟାଳୟର ପାଣି ନିଷ୍କାସନ ସୁବ୍ୟବସ୍ଥା କରାନଯାଏ ତାହେଲେ ଆନ୍ଦୋଳନ କରି ବିଦ୍ୟାଳୟ ବନ୍ଦ କରାଯିବ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି । ଏନେଇ ନୂଆପଡା ଡି ଡବ୍ଲୁ ଓ ଙ୍କୁ ଅବଗତ କରିବାରୁ ନିକଟରେ ସରକାରୀ ଜମି ଅଛି ସେଥିରେ ବ୍ୟବହୃତ ପାଣି ଛଡା ଯିବାପାଇଁ ସାତ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଚୋର ଡ଼କାୟତ କବଳରୁ ରକ୍ଷା ପାଇଁ ହଳଦି ଭାଟି ଛକରେ ଗଣ ଧାରଣା

Sunil Chandra Nayak

ଭବାନୀପାଟଣା ସହର ବର୍ଷା ଜାଲରେ ଉବୁଟୁବୁ

Sunil Chandra Nayak

ଗୋଲାମୁଣ୍ଡା ତହସିଲଦାର ଙ୍କ ଦ୍ୱାରା ଫୁଣ୍ଡା ବାଲି ଘାଟରେ ଚଢ଼ାଉ, ହାଇୱା ଜବତ 

Sunil Chandra Nayak

Leave a Comment

error: Content is protected !!