ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରେସନ ସିନ୍ଦୂରର ସଫଳତାରେ ଭାରତ ର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ

ଅପରେସନ ସିନ୍ଦୂରର ସଫଳତାରେ ଭାରତ ର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ

ରାଉରକେଲା : ରଘୁନାଥପଲ୍ଲୀ ବିଧାନ ସଭା କ୍ଷେତ୍ର ଅନ୍ତର୍ଗତ ଆମ୍ବେଦକର ମଣ୍ଡଳ ତରଫରୁ ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ମନୋଜ ସ୍ୱାଇଁଙ୍କ ନେତୃତ୍ୱରେ ଓ ଜିଲ୍ଲାର ମଣ୍ଡଳ ପ୍ରତିନିଧି ଅଶୋକ ଲେଙ୍କାଙ୍କ ତତ୍ତ୍ଵାବଧାନରେ ଅପରେସନ ସିନ୍ଦୂରର ସଫଳତାରେ ଭାରତ ର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ସେକ୍ଟର -୧୬ ସବଷ୍ଟେସନ ଛକ ଠାରୁ ଆରମ୍ଭ ହୋଇ ସେକ୍ଟର – ୧୮, କୋଇଲା ଡିପୋ ଗୋଲ ଛକ ପର୍ଯ୍ୟନ୍ତ ଯାଇଥିଲା । କାଶ୍ମୀରର ପହଲଗାମରେ ଆତଙ୍କବାଦୀ ମାନେ ଧର୍ମ ପଚାରି ୨୬ ଜଣ ପୁରୁଷକୁ ତାଙ୍କ ପରିବାର ସାମ୍ନାରେ ଯେଭଳି ଗୁଳି କରି ହତ୍ୟା କଲେ ଏବଂ ମହିଳାଙ୍କ କପାଳରୁ ସିନ୍ଦୂର ପୋଛି ଦେଲେ ତାର ବିରୁଦ୍ଧରେ ଆମର ବୀର ସେନା ବାହିନୀ ଅପରେସନ ସିନ୍ଦୂରକୁ ସଫଳ କରିବା ସହିତ ପାକିସ୍ଥାନରେ ଆତଙ୍କବାଦୀ ମାନଙ୍କ ୯ ଟି ଶିବିରକୁ ଧ୍ଵଂସ କରିଦେଲେ । ଏହି କାର୍ଯ୍ୟ ପାଇଁ ସେନାଙ୍କ ସୌର୍ଯ୍ୟକୁ ସାଲ୍ୟୁଟ କରାଯାଥିଲା । ଏହି ଶୋଭାଯାତ୍ରାରେ ବରିଷ୍ଠ ନେତା ଅକ୍ଷୟ ଦାସ, ଗାଡୁ ବାଗ,ମଳୟ ମହାପାତ୍ର, ରାଜେଶ ପ୍ରସାଦ, ମନୋରଞ୍ଜନ ମୁନି, ଆଲୋକ ନାୟକ, ଅଜୟ କଂଶାରି, ରାମ ଏକବାଲ ବର୍ମା, ଗୌତମ ବାଡ଼ା, ବଳରାମ ସମାଶୀ, ପ୍ରଭାକର ସାହୁ,ସବିତା ସ୍ବାଇଁ,ମୂରଲୀଧର ବାରିକ, ସଞ୍ଜୟ ସାହୁ, ମନୋଜ ସାହୁ,ପ୍ରଶାନ୍ତ ନାୟକ,ପୁଷ୍ପା ସାହୁ,କବିତା ବିନ୍ଧାଣି, ସୁକାନ୍ତି ପ୍ରଧାନ, ପ୍ରତାପ ସିଂହଦେଓ, ଦୀପକ ସାହୁ, ସୁଦାମ ସାହୁ,ଅଭିନାସ ପ୍ରଧାନ, ଯତୀନ ବାଦା, ଶ୍ରୀନିବାସ ପ୍ରଧାନ,ଯୋନି ରୋବାଟ, ଟୁନ ଟୁନ ସାହୁ, ଅଭୟ ଭଟ୍ଟଙ୍କ ସମେତ ବହୁ ଶୁଭେଚ୍ଛୁ, ସାଧାରଣ ଜନତା ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବଧିର ବିଦ୍ୟାଳୟରେ ଶିକ୍ଷାଉପକରଣ ଓ ଚଷମା ବଣ୍ଟନ , ମହାନଦୀ ବିହାର ପେନସନ ଆସୋସିଏସନ ଆନୁକୂଲ୍ୟରେ ଶିକ୍ଷା ସାମଗ୍ରୀ ବଣ୍ଟନ

Sunil Chandra Nayak

ଦୀର୍ଘଦିନ ପରେ ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ଡାକ୍ତର

Sunil Chandra Nayak

ଦୁଃଖ ଦେଇଗଲା ବାତ୍ୟା ” ଦାନା ” 

masiha

Leave a Comment

error: Content is protected !!