ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁଣୁପୁର ବନବିଭାଗ କୁ ବଡ଼ ସଫଳତା, ଗାଡ଼ି ସହ ମୂଲ୍ୟବାନ କାଠ ଜବତ

ଗୁଣୁପୁର ବନବିଭାଗ କୁ ବଡ଼ ସଫଳତା, ଗାଡ଼ି ସହ ମୂଲ୍ୟବାନ କାଠ ଜବତ

 ରାୟଗଡା :- ବୋହୁ ଦିନ ଧରି ଗୁଣୁପୁର ବନବିଭାଗ ଦ୍ୱାରା ଟେର ପାଉନଥିବା କାଠ ମାଫିଆ ବର୍ତ୍ତମାନ ବର୍ତ୍ତମାନ ବନବିଭାଗ ର ପଞ୍ଜା ରେ । କାଠ ମାଫିଆ ସକ୍ରିୟ ଅଛନ୍ତି । ପୋଡୁ ଚାଷ ନାମରେ ଜଙ୍ଗଲ ପୋଡି ଦେଉଛନ୍ତି । ଜଙ୍ଗଲର କାଠ ଗୁଡ଼ିକୁ ସାଇଜ କରି କଟା ଯାଉଛି ଓ ଚୋରାରେ ବହୁ ଦାମରେ ବିକ୍ରୟ କରୁଛନ୍ତି କାଠ ମାଫିଆ । ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ କାଠ ମାଫିଆ ସକ୍ରିୟ ହେଉଛନ୍ତି । ବିଳମ୍ବରେ ହେଲେ ମଧ୍ୟ କାଠ ମାଫିଆ କୁ ଧରିବାରେ ବନ୍ ବିଭାଗ ସଫଳ ହୋଇଛି ।ଆନ୍ଧ୍ର ରୁ ଆଣି ଓଡ଼ିଶା ବାଟ ଦେଇ ଆନ୍ଧ୍ର କୁ ଚୋରା ଚାଲାଣ କରିବା ବେଳେ ଓଡ଼ିଶା ବନ ବିଭାଗ ହାତରେ ଧରା ପଡ଼ିଛି ପଡ଼ିଲା କାଠ ମାଫିଆ ।

ମୂଲ୍ୟବାନ କାଠ ଚୋରା ଚାଲାଣ କରୁଥିବା ବେଳେ ଆନ୍ଧ୍ର – ଓଡିଶା ସୀମାନ୍ତ ଗଠଳପଦର ନିକଟ ରେ ରେ ଧରିଲେ ବନ ବିଭାଗ କର୍ମଚାରୀ | ମାକ୍ସ ପିକଅପ ସହ ୮୦ ସିଏଫଟି ଶାଗୁଆନ କାଠ ଗଣ୍ଡି ଜବତ ଓ ଜଣେ ଗିରଫ । ଜବତ ଶାଗୁଆନ କାଠ ର ଆନୁମାନିକ ମୁଲ୍ୟ ୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି  । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଆନ୍ଧ୍ରର ମାନ୍ୟମ ଜିଲ୍ଲାର ନିଳକଣ୍ଠ ପୁର ଥାନା ଅଞ୍ଚଳର ସଞ୍ଜୁବାଇ ଗାଁର ବିଡିକା ବିଜୟ କୁମାର। ଆନ୍ଧ୍ର ରୁ ଓଡିଶା ଦେଇ ପୁଣି ଆନ୍ଧ୍ର କୁ ଫେରୁଥିବା ବେଳେ ବନ ବିଭାଗ ମାଡି ବସିଥିଲା | ଗତ କାଲି ରାତ୍ରି ସମୟରେ ମାକ୍ସ ପିକଅପ ଭ୍ଯାନ ଯୋଗେ ଶାଗୁଆନ କାଠ ଚୋରାଚାଲାଣ  ହୋଇ ଆନ୍ଧ୍ର ରୁ ଓଡିଶା ଦେଇ ଆନ୍ଧ୍ରର କତୁରୁ କୁ ଯାଉଥିଲା | ବିଶ୍ବସ୍ଥ ସୂତ୍ର ରୁ ସୂଚନା ପାଇ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂଗ କଡା କଡ଼ି କରିଥିଲା ।ଯୋଜନା ମୁତାବକ ଜାଲ ରେ ଫସିଥିଲା କାଠ ମାଫିଆ । ଖସିଯିବାକୁ ଉଦ୍ୟମ କରିବା ବେଳେ ଗୋଡେଇ ଗୋଡେଇ ଧରିଥିଲା କାଠ ବୋଝେଇ ଗାଡ଼ିକୁ | ଏହି ସ୍ୱତନ୍ତ୍ର ଅଭିଯାନ ରେ ଗୁଣୁପୁର ଫୋରେଷ୍ଟ ରେଞ୍ଜ ଅଫିସର ଗଙ୍ଗାଧର ମିଶ୍ର, ଫୋରେଷ୍ଟର ପୁର୍ଣଚନ୍ଦ୍ର, ଅନ୍ୟାନ ସହକର୍ମୀ ଉପସ୍ଥିତ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାଣିକପୁର ପଞ୍ଚାୟତରେ କଳାକନା ବୁଲାଇଲେ ଦୁଵୃର୍ତ୍ତ

Sunil Chandra Nayak

ଅଜଣା ବ୍ୟକ୍ତିର ଗଳିତ ଶବ ଜଙ୍ଗଲରୁ ଉଦ୍ଧାର : ଶବ ଜବତ କଲା ମ.ରାମପୁର ପୁଲିସ

ଟଙ୍କା ହଡ଼ପ ଅଭିଯୋଗରେ ଫେରାର୍ ଏଲଆଈସି ଏଜେଣ୍ଟ ଗିରଫ , ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ 

Leave a Comment

error: Content is protected !!