ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦା ଥାନା ! ତେନ୍ତଳା ଗ୍ରାମରେ ସାପ କାମୁଡ଼ାରେ କିଶୋରୀ ମୃତ 

ଵହଳଦା ଥାନା ! ତେନ୍ତଳା ଗ୍ରାମରେ ସାପ କାମୁଡ଼ାରେ କିଶୋରୀ ମୃତ 

 ମୟୂରଭଞ୍ଜ – ୨୬/୫ — ମୟୂରଭଞ୍ଜ ଜିଲ୍ଲା ଵହଳଦା ଥାନା ଅନ୍ତର୍ଗତ ତେନ୍ତଳା ଗ୍ରାମରେ ସାପ କାମୁଡାରେ ଜଣେ ୧୨ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଦୁଃଖଦ ଘଟଣା ଘଟି ଯାଇଛି । ସୂଚନାଯୋଗ୍ୟ ତେନ୍ତଳା ଗ୍ରାମର ଗରିବ ପରିବାରର ମୁରବି ଶ୍ୟାମ ମାରାଣ୍ଡି ନିଜର ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଭୁବନେଶ୍ବରକୁ କାମ କରିବା ପାଇଁ ଯାଇଛନ୍ତି ।ଘରେ ତା’ ର ସ୍ତ୍ରୀ ଏବଂ ୧୨ ବର୍ଷୀୟା କନ୍ୟା ସିନଗୋ ମାରାଣ୍ଡି ଅଛନ୍ତି । ସେମାନେ ରବିବାର ରାତିରେ ଖାଇ ପିଇ ଚଟାଣିରେ ଶୋଇଥିଲେ । ହଠାତ୍ ସିନଗୋ କ’ଣ କାମୁଡ଼ିଲା ବୋଲି ତା’ର ମା’ କୁ କହିଥିଲା । କିନ୍ତୁ ତା କଥାକୁ ହାଲୁକା ଭାବେ ନେଇ ଶୋଇ ଯାଇଥିଲା ।ସକାଳୁ ଉଠି ଦେଖନ୍ତି ସିନଗୋର ଦେହ ଥଣ୍ଡା ପଡ଼ି ଯାଇଛି । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ କୁ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା କେଶ କରି ମୃତକକୁ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସପ୍ତାହକ ମଧ୍ୟରେ ଦୁଇ ଦୁଇଟି ସାପ କାମୁଡାରେ ଅମୂଲ୍ୟ ଜୀବନ ଚାଲି ଗଲାଣି ସାମାନ୍ୟ ଅବହେଳା କାରଣରୁ ଯାହାକି ଚିନ୍ତାର ବିଷୟ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

 

Related posts

ଏକବିଂଶ ଶତାବ୍ଦୀରେ କବିତା: ବ୍ୟକ୍ତି, ଦେଶ ଓ ବିଶ୍ୱ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ

Sunil Chandra Nayak

ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁର ର ବନ୍ଧୁମିଳନ କାର୍ଯ୍ୟକ୍ରମ

Sunil Chandra Nayak

ମାନଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!