ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦିନିଆ ମୌସମୀ ବର୍ଷାରେ ତଳିତଳାନ୍ତ ରବିଧାନ ଚାଷୀ

ଅଦିନିଆ ମୌସମୀ ବର୍ଷାରେ ତଳିତଳାନ୍ତ ରବିଧାନ ଚାଷୀ

ଜୁନାଗଡ଼୨୯/୫.( ମନୀ ସ):କଳାହାଣ୍ଡି ଜୁନାଗଡ଼ ବ୍ଲକ ଅଞ୍ଚଳରେ ଅଦିନିଆ ଲଘୁଚାପ ବର୍ଷା ଫଳରେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ତ୍ତମାନ ବ୍ଲକରେ ରବି ଧାନ ଅମଳ ସମୟ ହୋଇଥିବା ବେଳେ ୫୦ ପ୍ରତିଶତ ପାଚିଲା ଧାନ ଏବେ ବିଲରେ ଆଉ ଖଳାରେ ରହିଛି । ୩ ଦିନ ହେବ ବର୍ଷା ମାଡ଼ ଖାଇ ଧାନ ତଳେ ପଡ଼ିଯାଇଛି ୪୦ ପ୍ରତିଶତ ଚାଷୀ ଧାନ କାଟି ସାରିଛନ୍ତି। ଖଳାରେ ଆଉ ଘରେ ରଖିଥିବା ଧାନ କିଛି ମାତ୍ରାରେ ଗଜା ହେବାକୁ ବସିଲାଣି। ବ୍ଲକରେ ୪୧ଟି ମଣ୍ଡି ରହିଥିବା ବେଳେ ୧୨ଟି ମଣ୍ଡି ସୟଙ୍ଗ ସହାୟକ ଗୋଷ୍ଠୀ କିଣୁ ଥିବା ବେଳେ ୨୯ ଟି ମଣ୍ଡିରେ ପେକ୍ସ ଧାନ କିଣୁଥିବା ଜଣା ପଡ଼ିଛି।ଅନ୍ୟ ପକ୍ଷରେ ଅଦିନିଆ ଲଘୁଚାପ ସହ ଆଗୁଆ ମୌସୁମିର ଆଗମନ ଫଳରେ ଆଗକୁ ୩୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସଂଭାବନା ରହିଛି। ବର୍ତ୍ତମାନ ସ୍ଥିତିରେ ଚାଷୀଙ୍କ ମୁଣ୍ଡରେ ଏବେ ଘୋର ଚିନ୍ତା ପଶିଛି।ନିଜର କଷ୍ଟ ଉପାର୍ଜିତ ଧାନ ବିକିବା ପାଇଁ ଚାଷୀଙ୍କ ନିଦ ହଜିଯାଇଛି।ଠିକ ଧାନ କାଟି ସଂଗ୍ରହ କରି ବିକ୍ରି କରିବା ସମୟରେ ଅଦିନିଆ ବର୍ଷା ସବୁ ସପ୍ନକୁ ଧୂଳିସାତ କରିବାକୁ ବସିଲାଣି।କିଏ ବାହାଘର, କିଏ ପାଠପଢା, କିଏ ଦୈନନ୍ଦିନ ଜୀବନରେ ଚଳଣି ପାଇଁ ବହୁ ପରିଶ୍ରମ କରି ଧାନ ଫସଲ କରିଥିଲା।ହେଲେ ଅମଳ ପୂର୍ବରୁ ହିଁ ଦାଉ ସାଧୁଛି ଦଇବ।ଚାଷୀଙ୍କର ଏହି ସ୍ଥିତିକୁ ଦେଖି ସକ୍ରିୟ ହେଲେଣି ଦଲାଲ।ଧାନର ଆଦ୍ରତା ମାନ, ଡିସକଲର,ଗଜା ଆଦି ଢାଲ କରି ଏବେ ଚାଷୀଙ୍କୁ ଲୁଟିବାର ସବୁ ପ୍ରକ୍ରିୟା ଆରମ୍ଭ କରିଲେଣି ଦଲାଲ।ନିଜର ରାଜନୈତିକ ବାହାବା ନେବା ପାଇଁ ଏବେ ସବୁଦଲ ବିଭିନ୍ନ ଢଙ୍ଗରେ ପାରିବା ପଣିଆ ଦେଖେଇ ଲୋକଙ୍କୁ ଭକୁଆ ବନେଇବା ଚେଷ୍ଟା କରୁଥିବା ବେଳେ, ଦେଶର ମେରୁଦଣ୍ଡ କୁହାଯାଉଥିବା ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜନେତା ଗଲେ କୁଆଡେ ?କଳାହାଣ୍ଡି ଜିଲ୍ଲାର ନିର୍ବାଚିତ ପ୍ରତିନିଧି ମାନେ ସମ୍ବେଦନଶୀଳ ହୋଇ ଚାଷୀଙ୍କ ହିତ ଦୃଷ୍ଟିକୁ ଧ୍ୟାନ ଦେବା ପାଇଁ ଚାଷୀ ଆଶା ବାନ୍ଧିଛନ୍ତି।ଗତକାଲି କେନ୍ଦ୍ର କେବିନେଟରେ ଧାନ ଉପରେ ଅଣସ୍ତରୀ ଟଙ୍କା ବୃଦ୍ଧିକୁ ନେଇ ବାହା ବାହା ହେବାକୁ ଚେଷ୍ଟା କରୁଥିବା ନିର୍ବାଚିତ ପ୍ରତିନିଧି ଚାଷୀଙ୍କ ଏହି ଦୁଃଖଦ ସମୟରେ ଏକ ସ୍ୱତନ୍ତ୍ର ନୀତି ରାଜ୍ୟ ସରକାର ଘୋଷଣା କରିବା ପାଇଁ ଦାବି କରୁଛନ୍ତି।ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବଲାଙ୍ଗୀରରେ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଆଇ ଟି ଆଇ ଠାରେ ସଚେତନତା କାଯ୍ୟକ୍ରମ 

Sunil Chandra Nayak

ଓମ୍ବାଡସି ଓଏସ୍‌ଡିଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ବିଭିନ୍ନ ପାଠାଗାରର ନିରୀକ୍ଷଣ ଏବଂ ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟ ସମୀକ୍ଷା

Sunil Chandra Nayak

କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘତରଫରୁ ପ୍ରଫେସର ଅବନୀ ବରାଳ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!