ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ +୨ ବାର୍ଷିକ ପରୀକ୍ଷା-୨୦୨୫ରେ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା 

ଚଳିତ +୨ ବାର୍ଷିକ ପରୀକ୍ଷା-୨୦୨୫ରେ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା 

ଢେଙ୍କାନାଳ : ତା.୨୮.୦୫.୨୦୨୫ ରିଖ :– ଉଚ୍ଚ ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ଚଳିତ +୨ ବାର୍ଷିକ ପରୀକ୍ଷା-୨୦୨୫ରେ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟିର ହୋଇଛି। ଛାତ୍ରୀମାନଙ୍କ ପାସ୍ ହାର କଳାରେ ଶତକଡ଼ା ୯୬ ଭାଗ,ବିଜ୍ଞାନରେ ଶତକଡା ୯୫ ଭାଗ ଓ ବାଣିଜ୍ୟରେ ୯୪ ଭାଗ ରହିଛି। କଳାରେ ଇପ୍ସିତା ଦାସ ୫୨୭ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସନ୍ଧ୍ୟାରାଣୀ ମହାନ୍ତି ୫୧୮ ଓ ବନସ୍ମିତା ବାରିକ ୫୧୭ ନମ୍ବର ରଖି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବିଜ୍ଞାନରେ ଅର୍ଚ୍ଚିତା ସାହୁ ୪୮୨ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବନିତା କାଣ୍ଡି ୪୮୦ ନମ୍ବର ରଖି ଦ୍ୱିତୀୟ ଓ ଅଭିପ୍ସା ପ୍ରିୟଦର୍ଶିନୀ ଖଟୁଆ ୪୬୦ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି।ବାଣିଜ୍ୟରେ ଉଦିତା ପ୍ରିୟ ଦର୍ଶିନୀ ବେହେରା ୫୨୨ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରେସ୍ନା ନାୟକ ୪୬୧ ଓ ଶୋଭନା ସ୍ବାଇଁ ୪୧୭ ନମ୍ବର ରଖି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଢେଙ୍କାନାଳ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ଶକୁନ୍ତଳା ଜେନା,ପଦାର୍ଥ ବିଜ୍ଞାନର ଅଧ୍ୟାପିକା ଡ.ସ୍ୱାତୀ ସୁଚରିତା ପ୍ରଧାନ,ରାଜନୀତି ବିଜ୍ଞାନର ଅଧ୍ୟାପକ ଗୋକୁଳାନନ୍ଦ ମହାପାତ୍ର,ସଂସ୍କୃତ ବିଭାଗ ଅଧ୍ୟାପକ ଉଦ୍ଧବ ମଲ୍ଲିକ ଏବଂ ଅନ୍ୟ ସମସ୍ତ ଅଧ୍ୟାପିକା,ଅଧ୍ୟାପକମାନେ ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ଥିଲେ। ଏଥି ସହିତ ଅବସରପ୍ରାପ୍ତ ବରିଷ୍ଠ ସି.ବି.ଆଇ.ବିଚାରପତି ଭିକାରୀ ଚରଣ ରାଉତ,ଶିକ୍ଷାବିତ୍ ଡ଼ା ଦେବୀ ପ୍ରସାଦ ମିଶ୍ର ଏବଂ ଅଭିଭାବିକା, ଅଭିଭାବକଙ୍କ ସମେତ ଅନେକ ଶୁଭେଚ୍ଛୁ ସମସ୍ତ ସଫଳ ଛାତ୍ରୀ ମାନଙ୍କୁ ଅନେକ ଅନେକ ଶୁଭ ଅଭିନନ୍ଦନ,ଢେର୍ ସାରା ଶୁଭେଚ୍ଛା ଓ ଅଜସ୍ର ଶୁଭକାମନା ଜଣାଇବା ସହ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି କାମନା କରିଛନ୍ତି।

ଡା ଦେବୀ ପ୍ରାସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

ଖପରlଡିହି ଓ ଛତିଶଗଡ ଧୂମାଭଟା ଠାରେ ତେଲନଦୀରେ ପୋଲ ନିର୍ମାଣ କରିବା ନେଇ ଲୋକଙ୍କ ଦାବି

Sunil Chandra Nayak

ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳରେ ଦୀର୍ଘ ଏକ ସପ୍ତାହବ୍ୟାପୀ ତମାଖୁମୁକ୍ତ ବିଦ୍ୟାଳୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ – ୨୦୨୩ ଅନୁଷ୍ଠିତ 

masiha

Leave a Comment

error: Content is protected !!