ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୂଆପଡା କଟକ ଠାରେ ସଂସ୍କୃତ ପ୍ରଶିକ୍ଷଣ ପ୍ରବୋଧନ ଅନୁଷ୍ଟିତ 

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୂଆପଡା କଟକ ଠାରେ ସଂସ୍କୃତ ପ୍ରଶିକ୍ଷଣ ପ୍ରବୋଧନ ଅନୁଷ୍ଟିତ 

କଟକ : ସଂସ୍କୃତ ଭାରତୀ ପୂର୍ବାତ୍କଳ ତରଫରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୂଆପଡା କଟକ ଠାରେ ନଅ ଦିନ ଧରି ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଏକ ସଂସ୍କୃତ ପ୍ରବୋଧନ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା । ଏହି ବର୍ଗରେ କଟକ,ପୁରୀ, ଖୋର୍ଦ୍ଧା  ,ନୟାଗଡ, ଗଞ୍ଜାମ,କେନ୍ଦ୍ରାପଡ଼ା,ଯାଜପୁର, ଭଦ୍ରକ,ବାଲେଶ୍ବର ଓ ଢେଙ୍କାନାଳ ଇତ୍ୟାଦି ଜିଲ୍ଲା ମାନଙ୍କରୁ ମୋଟ ୫୪ ଜଣ ପ୍ରଶିକ୍ଷାର୍ଥୀ, ୧୧ ଜଣ ପ୍ରଶିକ୍ଷକ ଓ ୫ ଜଣ ପ୍ରବନ୍ଧକ ଯୋଗଦାନ କରିଥିଲେ । ସଂସ୍କୃତ ଭାଷାକୁ ଲୋକାଭିମୁଖୀ କରିବା ପାଇଁ ଉଦ୍ଧିଷ୍ଟ ପ୍ରଶିକ୍ଷଣରେ ଏହାର ପ୍ରାନ୍ତ ମନ୍ତ୍ରୀ ଡଃ ରମାକାନ୍ତ ସା ଓ ପୂର୍ବକ୍ଷେତ୍ର ସଂଯୋଜକ ପଣ୍ଡିତ ଶ୍ରୀ ନୃସିଂହଚରଣ ପଣ୍ଡା ପୂର୍ଣ୍ଣ ଉପସ୍ଥିତ ରହି ପରିଚାଳନା କରିଥିଲେ । ବର୍ଗାଧୂକାରୀ ଭାବରେ ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ନୂଆପଡାର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଓ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ସଂନ୍ଧ୍ୟା ଅଧୂବେଶନରେ ପ୍ରତିଷ୍ଠିତ ସଂସ୍କୃତ ବିଷାରଦ ମାନେ ଉଦବୋଧନ ଦେଇଥିଲା ବେଳେ ଓଡିଶାର ପ୍ରତିଷ୍ଠିତ ସଂସ୍କୃତ ମହାବିଦ୍ୟାଳୟର ୧୧ଜଣ ଅଧ୍ୟାପକ ମାନେ ପ୍ରଶିକ୍ଷକ ଭାବରେ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବରେ ଆଇନ ବିଷାରଦ ଶ୍ରୀ କ୍ଷେତ୍ରମୋହନ ଧଳ,ମୁଖ୍ୟ ବକ୍ତା ଭାବରେ ଶ୍ରୀ ନୃସିଂହ ଚରଣ ପଣ୍ଡା,ଅଧ୍ୟକ୍ଷ ଭାବରେ ଶ୍ରୀ ଦିଲ୍ଲୀପ ଖଣ୍ଡେଇବାଲ,ସମ୍ମାନିତ ଅତିଥି ଭାବରେ ଡଃ ରାକେଶ କୁମାର ଜେନା, ବର୍ଗାଧିକାରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ରହିଥ‌ିବା ବେଳେ ଅତିଥୁ ପରିଚୟ ଡଃ ଶ୍ରୀ ରମାକାନ୍ତ ସା ଓ ଧନ୍ୟବାଦ ଅର୍ପଣ ଡଃ ଅକ୍ଷୟ କୁମାର ଦତ୍ତ ପ୍ରଦାନ କରିଥିଲେ ।ସେହିପରି ୨୪ ତାରିଖର ସମାରୋପ ଉତ୍ସବର ମୁଖ୍ୟ ଅତିଥ୍‌ ଭାବରେ ଅବସର ପ୍ରାଧ୍ୟାପକ ଡଃ ପ୍ରଭାତ କୁମାର ରାଉତରାୟ ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାନ୍ତ ସଂଘ ଚାଳକ ପଣ୍ଡିତ ଶ୍ରୀ ଗୌତମ ମହାରଣା, ସମ୍ମାନିତ ଅତିଥି ଭାବରେ ଶ୍ରୀ ଗଣେଶ କୁଲକର୍ତ୍ତି ମଞ୍ଚାସୀନ ହୋଇଥିଲେ । ସଭା ସଂଚାଳନ ଅଧ୍ୟାପକ ଧର୍ମେନ୍ଦ୍ରଓଝା,ଅତିଥୁ ପରିଚୟ ଅଧ୍ୟାପକ ଶ୍ରୀ ସୁନୀଲ ପାଣିଗ୍ରାହୀ, ବର୍ଗ ବିବରଣୀ ପାଠ ଅଧ୍ୟାପକ ଶ୍ରୀ ଅକ୍ଷୟ କୁମାର ଦତ୍ତ ଓ ଧନ୍ୟବାଦ ଅର୍ପଣ ଅଧ୍ୟାପକ ଶ୍ରୀ ତ୍ରିପାଠୀ ସାହୁ ଦେଇଥିଲେ । ବର୍ଗାଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଆଶ୍ରୀବଚନ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ବର୍ଗକୁ ସଫଳ କରିବା ପାଇଁ ସ୍ଥାନୀୟ ପରିଚାଳନା ସମିତିର ସଦସ୍ୟବୃନ୍ଦ ଡଃ ରାକେଶ ଜେନା, ଇଂ.ଶ୍ରୀ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଅଧ୍ୟାପକ ଶ୍ରୀ ଅନିଲ କୁମାର ସାମଲ ପ୍ରାକୃନ ସମ୍ପାଦକ ଶ୍ରୀ ବିଭୂଧେନ୍ଦ୍ର ମହାନ୍ତି,ଶ୍ରୀ ରାମକୃଷ୍ଣ ଦାଶ, ଶ୍ରୀ ଅମିତାଭ ରାଉତରାୟ ଓ କୋଷାଧ୍ୟକ୍ଷ ଶ୍ରୀ ଶଶିଭୂଷଣ ସ୍ବାଇଁ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ

Sunil Chandra Nayak

ରାୟଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଦ ଭାବନା ଦିବସ ପାଳିତ

masiha

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୩ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

Leave a Comment

error: Content is protected !!