ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ରାଉରକେଲା ଗସ୍ତ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ରାଉରକେଲା ଗସ୍ତ

ରାଉରକେଲା :ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ଗତ କାଲି ରାଉରକେଲା ହାଉସ ପହଞ୍ଚିବା ମାତ୍ରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ଓ କର୍ମୀ ତାଙ୍କୁ ସ୍ବାଗତ ଜଣାଇବା ସହିତ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ପାତ୍ର ଓ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ତନ୍ତୀଙ୍କ ସହିତ ରାଉରକେଲାର ଛେଣ୍ଡ ସ୍ଥିତ ନିର୍ମାଣଧୀନ ବିଜ୍ଞାନ ପାର୍କ ଓ ପ୍ଲାନେଟରୀୟମ ପରିଦର୍ଶନ କରି ସମୀକ୍ଷା କରିବା ସହିତ ପ୍ରକଳ୍ପ କାର୍ଯ୍ୟ ଶୀଘ୍ରଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରକଳ୍ପ ଆଗାମୀ ଦିନରେ ବିଜ୍ଞାନର ପ୍ରଚାର ପ୍ରସାର ସହ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ସୃଷ୍ଟି କରି ଜ୍ଞାନର ପରିପକ୍ୱତାର ବିକାଶ ଘଟିବ ଓ ରାଉରକେଲା ଏକ ପ୍ରମୁଖ ଲୋକପ୍ରିୟ ସହର ରୂପେ ପରିଗଣିତ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଆଜି ମନ୍ତ୍ରୀ ଶ୍ରୀ ପାତ୍ର ରାଉରକେଲା ସ୍ଥିତ ଆଇ ଟି ଡି ଏ ସମ୍ମିଳନୀ କକ୍ଷ ଠାରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଅନୁଷ୍ଠିତ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଲାଭାର୍ଥିଙ୍କୁ କାର୍ଡ ବଣ୍ଟନ କରି ଥିଲେ । ସେ ତାଙ୍କ ବକ୍ତବ୍ୟରେ ସରକାର ନେଇଥିବା ନୀତି କୁ ସ୍ପଷ୍ଟ କରି କହିଲେଯେ ୫ ଲକ୍ଷ କାର୍ଡ ଯେଉଁମାନେ ମୃତ୍ୟୁ ବରଣ କରି ସାରିଛନ୍ତି ସେମାନଙ୍କର କାର୍ଡ କୁ ଅଚଳ କରାଯାଇଛି । ଯେଉଁ ଲାଭାର୍ଥି ମାନେ ଆୟ କର ଦେଉଥିବେ ଓ କାର୍ଡ ପାଇବାକୁ ହକଦାର ନୁହନ୍ତି ସେମାନଙ୍କୁ କାର୍ଡ ଫେରସ୍ତ କରିବାକୁ ସୂଚନା ଜାରି କରାଯାଇଥିଲା । ପାୟ ଏକ ଲକ୍ଷ କାର୍ଡ ଫେରସ୍ତ ହୋଇଥିଲା । ଏଣୁ ରାଜ୍ୟ ସରକାର ସମୁଦାୟ ୬ ଲକ୍ଷ କାର୍ଡକୁ ରଦ୍ଦ କରି ନୂତନ କାର୍ଡ ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅଧିକ ୧୫ ଲକ୍ଷ କାର୍ଡ ବାଣ୍ଟିବା ପାଇଁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିସାରିଥିବା ସୂଚନା ଦେଇଥିଲେ । ଏହି କାର୍ଡଧାରୀମାନେ ଅନ୍ୟ ସମସ୍ତ ସରକାରୀ ଯୋଜନାର ଲାଭ ପାଇ ପାରିବେ ବୋଲି ସେ ପ୍ରକାଶ କରିଥିଲେ। କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ଉପ ଜିଲ୍ଲାପାଳ ବିଜୟ କୁମାର ନାୟକ ଓ ଯୋଗାଣ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି କାର୍ଡ ବଣ୍ଟନକୁ ତ୍ଵରାନିତ କରିଥିଲେ । ଏହାପରେ ମନ୍ତ୍ରୀ ଟ୍ରେନରେ ଯିବା ପାଇଁ ରାଉରକେଲା ଷ୍ଟେସନରେ ପହଞ୍ଚିବା ମାତ୍ରେ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଉକ୍ତ କାର୍ଯ୍ଯକ୍ରମ ଗୁଡିକରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା , ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି ଏବଂ ରାଜ୍ୟ, ଜିଲ୍ଲା, ମଣ୍ଡଳ ସ୍ତରୀୟ ବହୁ କାର୍ଯ୍ୟକର୍ତ୍ତା, କର୍ମୀ ଆଦି ଉପସ୍ଥିତ ଥିଲେ। ଜିଲ୍ଲା ଓ ଜନତାଙ୍କ ତରଫରୁ ମନ୍ତ୍ରୀ ମହୋଦୟଙ୍କୁ ଜନ ହିତକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ରାଉରକେଲା ଗ୍ରସ୍ତ କରିଥିବାରୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଷ୍ଟମ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ.

masiha

ଗରଗାବ ସେକ୍ସନର ଡୋକା ଡଙ୍ଗରୀଜଙ୍ଗଲରେ ବନ ମହୋତ୍ସବ ପାଳିତ

ତିନି ଗ୍ରାମର ଅଷ୍ଟପ୍ରହରୀରେ ଯୋଗଦେଲେ ବ୍ଲକ ସଭାପତି ରାଜେନ୍ଦ୍ର ଦୁରିଆ

Sunil Chandra Nayak

Leave a Comment

error: Content is protected !!