ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

 ନୂଆପଡା,     ନୂଆପଡ଼ା ସଦର ମହକୁମା ସ୍ଥିତ ସଦ୍ଭାବନା ସଭା ଗୃହଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ରଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସୋମବାର ଶିବିରରେ ମୋଟ ୮୬ ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି। ଏଥିରୁ ୬୩ ଟି ବ୍ୟକ୍ତିଗତ ୨୧ ଟି ଗୋଷ୍ଠୀଗତ ଓ ୨ ଟି ରେଡ୍ କ୍ରସ୍ ସାହାଯ୍ୟ ସମ୍ବନ୍ଧୀୟ ଥିଲା lଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଅସହାୟ ମହିଳା ଇନ୍ଦ୍ରାବତୀ ସଗରିଆ, ଠିକପାଲି ଏବଂ କମଳା ତାଣ୍ଡି, ପେଠିଆପାଲିଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ତତ୍କାଳୀନ ସହାୟତା ରେଡ୍ କ୍ରସ ପାଣ୍ଠି ରୁ ଯୋଗାଇ ଦିଆ ଯାଇଥିଲା l ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ,ଜିଲ୍ଲା ବନଖଣ୍ଡ ଅଧିକାରୀ ଖଡ଼ିଆଳ ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଗୁରୁପ୍ରସାଦ ଜେନା, ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲକର, ଜିଲ୍ଳା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଭରତ ଲାଲ ରାଉତ, ପ୍ରମୁଖ ଉପସ୍ଥିତ ଥିଲେ l ବିଡ଼ିଓ ରୋହିତ ଭୋଇ, ତହସିଲଦାର ପ୍ରଣବ ରଞ୍ଜନ ସାହୁ , ଡେପୁଟି କଲେକ୍ଟର ଶେଖ୍ ନସିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ର ଆୟୋଜନ ହୋଇଥିଲା ଯେଉଁଠାରେ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡଃ ରମେଶ ଚନ୍ଦ୍ର ପାଠକ, ଡଃ ଅନୁପ କୁମାର ଅଗ୍ରୱାଲ ପ୍ରମୁଖ ଚିକିତ୍ସା ଯୋଗାଇ ଦେଇଥିଲେ l ବର୍ଷା ରୁତୁର ଆଗମନ ଶିଘ୍ର ହୋଇଯାଇଥିବାରୁ ଜିଲ୍ଳାରେ ପର୍ଯ୍ୟାପ୍ତ ପରିମାଣରେ ମନରେଗା ଯୋଜନାରେ କାମ ଯୋଗାଇ ପ୍ରବାସୀ ଶ୍ରମିକ ସମସ୍ୟାକୁ ସମ୍ପୁର୍ଣ୍ଣ ରୋକିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ଵାନ ଦେଇଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଶ୍ବ ଫଟୋଗ୍ରାଫି ଦିବସ

Sunil Chandra Nayak

ସାପ୍ତାହିକ ମେଧାଅନ୍ବେଷଣ ଫଳାଫଳ ପ୍ରକାଶ

masiha

ରାଜନଗର ଆରଡି ବିଭାଗର ଘୋଟାଲା,ରାତିରେ ପିଚୁ ରାସ୍ତା ରିପ୍ୟାରିଂ ନାରେ ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା 

masiha

Leave a Comment

error: Content is protected !!