ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

ପ୍ରଧାନଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

କାମାକ୍ଷାନଗର (ମନିସ)3/6/25 — ଜଗନ୍ନାଥପୁର ଜି ପି ଉଚ୍ଚ ଉଚ୍ଚ ବିଦ୍ୟାଳୟ ତଥା ଓଷ୍ଟା , କାମାକ୍ଷାନଗର ପକ୍ଷରୁ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଜେନ୍ଦ୍ର କୁମାର ନାୟକ ଏବଂ ପିଅନ ବ୍ରହ୍ମାନନ୍ଦ ପରିଡା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ରେ ଓଷ୍ଟା ଜିଲ୍ଲା ସଭାପତି ଶ୍ରୀରାମ ରାଉତ ସଭାପତିତ୍ୱ କରିଥିଲେ । ଓ ଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ମୁଖ୍ୟଅତିଥି ରୂପେ ଯୋଗଦେଇ ଏହି ସ୍କୁଲ ଗୁଡିକ ପୂର୍ଣ୍ଣ ଅନୁଦାନ ପାଇଛି କିନ୍ତୁ ଶିକ୍ଷକ ଓ କର୍ମଚାରୀ ମାନଙ୍କ ଅବସର କାଳୀନ ପେନସନ ତଥା ପୁନଃ ନିଯୁକ୍ତି ନାହିଁ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନଶିକ୍ଷ ଗଗନ ବିହାରୀ ପଣ୍ଡା ବିଦାୟୀ ଶିକ୍ଷକ ଜଣେ କର୍ମଯୋଗୀ ଓ ତାଙ୍କର ଚାରୋଟି ଏ ୧ ଗୁଣ ରହିଛି ବୋଲି କହିଥିଲେ । ଓଷ୍ଟା ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ବିଶ୍ଵାଳ ଉପ ସଭାପତି ପ୍ରମୋଦ କୁମାର ସ୍ୱାଇଁ ଓଷ୍ଟା ଜିଲ୍ଲା ସମ୍ପାଦକ ଶଶୀକାନ୍ତ ଦାସ ,ଅବସରପ୍ରାପ୍ତ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଣି , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମିଶ୍ର, ଅକ୍ରୁର ବିଶ୍ଵାଳ, ସନ୍ତୋଷ ପାଣିଗ୍ରାହୀ , ଫକୀର ମୋହନ ଭୂୟାଁ, ବିନୋଦ କୁମାର ସ୍ୱାଇଁ , ସରପଞ୍ଚ ସୁଶାନ୍ତ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉଭୟ ପ୍ରଧାନ ଶିକ୍ଷକ ଓ କର୍ମଚାରୀ କର୍ତ୍ତବ୍ୟ ପରାୟଣ , ସମାୟାନୁବର୍ତ୍ତି ଓ ଛାତ୍ର ବତ୍ସଳ ବୋଲି କହିଥିଲେ । ଓଷ୍ଟା ର ଜିଲ୍ଲା, ବ୍ଲକ ସଂଘ , ଗ୍ରାମବାସୀ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପଢୌକନ, ମାନପତ୍ର ଓ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରିଥିଲେ ।ବ୍ଲକ ନୋଡାଲ ଅଧିକାରୀ ସୁରେନ୍ଦ୍ର କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ମନୋଜ କୁମାର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥଲେ ।ପରିଚାଳନା କମିଟି ସଭାପତି ଶିଶିର କୁମାର ବେହେରା ,ପଞ୍ଚସଖା ଶିକ୍ଷା ସେତୁ ସଭାପତି ଵିଭୂତି ଭୂଷଣ ଖଟୁଆ , ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଭଲକ୍ଷ୍ମୀ ଆଏଚ, ଶିକ୍ଷକ ଅନିରୁଦ୍ଧ ଦେହୁରୀ , ଛାୟାକାନ୍ତ ଦାସ, ଦିଲ୍ଲୀପ କୁମାର ବେହେରା ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷା କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ 

masiha

Koraput Collector Receives Prime Minister’s Excellence Award for Outstanding Governance

masiha

୧- ରଗଡ଼ି ସାହି ନିକଟରେ ବୋମା ପଡ଼ିବା ଘଟଣା ସାହି ମହିଳାଙ୍କ ଟାଉନ ଥାନା ଘେରାଉ,୨- ସାଙ୍କୁଲେଇ ଗ୍ରାମପଞ୍ଚାୟତ ଆସବା ପାଇବାରୁ ବଞ୍ଚିତ ହିତାଧିକାରୀ ସଦର ବ୍ଲକ ଦ୍ବାରସ୍ଥ, ୩- -ବର୍ଷୀୟାନ୍‌ ପାଲା ଗାୟକ,କେନ୍ଦ୍ର ସଂଗୀତ ନାଟକ ଅକାଦେମୀ ପୁରସ୍କାରପ୍ରାପ୍ତ ସଂସ୍କୃତି ସାଧକ ପଣ୍ଡିତ ଜଗନ୍ନାଥ ବେହେରାଙ୍କ ବିୟୋଗରେ ଶୋକ ,୪- ପୋଖରୀରେ ବୁଡି ଯୁବକ ମୃତ ,୫- ଘର କାନ୍ଥ ପଡ଼ି ଅଳ୍ପକେ ବର୍ଷିଲେ ପରିବାର

Sunil Chandra Nayak

Leave a Comment

error: Content is protected !!