ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ଗ୍ରୁପ୍ ଚାମ୍ପିଅନ 

ରାଜ୍ୟ ସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ଗ୍ରୁପ୍ ଚାମ୍ପିଅନ 

ନବରଙ୍ଗପୂର: (୪|୬)(ରବି ନାରାୟଣ ମହାନ୍ତି)ରାଜ୍ୟ ସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳର ଦମଦାର ବିଜୟ ।ବ୍ରହ୍ମପୁର ଠାରେ ଆୟୋଜିତ ହୋଉଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ନିଜ ଗ୍ରୁପର କୋରାପୁଟ, ଗଞ୍ଜାମ ବିପକ୍ଷରେ ବିଜୟୀ ହୋଇ ଗ୍ରୁପର ଶୀର୍ଷ ସ୍ଥାନରେ ପହଞ୍ଚିଥିଲା । ସେହିପରି ଅନ୍ୟ ଗୃପରୁ କଳାହାଣ୍ଡି ଦଳ ପହଞ୍ଚିଥିଲା । ଗ୍ରୁପ୍ ଚାମ୍ପିଅନ ପାଇଁ ଅନୁଷ୍ଠିତ ଫାଇନାଲ ର ଏକ ସଂଘର୍ଷ ମ୍ୟାଚରେ ନବରଙ୍ଗପୁର ଦଳ କଳାହାଣ୍ଡି ଦଳ କୁ ପେନାଲ୍ଟି ସୁଟ ଆଉଟ୍ ରେ ୩-୨ ଗୋଲରେ ପରାସ୍ତ କରି ବ୍ରହ୍ମପୁର ଜୋନାଲ ଗ୍ରୁପ୍ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ରେ ଉନ୍ନତ ମାନର କ୍ରୀଡା ପ୍ରଦର୍ଶନ କରିଥିବା ଅନୁଜ ପାୟଲ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ। ଚାମ୍ପିଅନ ନବରଙ୍ଗପୁର ଦଳକୁ ୫୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି।ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲାର ପ୍ରାକ୍ତନ କ୍ରୀଡାବିତ୍ ତଥା କ୍ରୀଡ଼ାପ୍ରେମୀ ଖୁସି ଜାହିର କରିଛନ୍ତି। ସୂଚନା ଯୋଗ୍ୟ ଯେ ନବରଙ୍ଗପୁର ଦଳର ଅଧିନାୟକ ଭାବେ ଦେବ ହରିଜନ, କୋଚ ଭାବେ ଲାଲୁ ହରିଜନ ଦାଇତ୍ୱ ନେଉଥିବା ବେଳେ ମେନେଜର ଭାବେ ଫିରୋଜ ହରିଜନ ଦାୟିତ୍ୱ ନିର୍ବାହ କରୁଛନ୍ତି । ନବରଙ୍ଗପୁର ଦଳର ଏହି ସଫଳତାର ସୂଚନା ପ୍ରାପ୍ତ ପରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ବାଲା କ୍ରୀଷ୍ଣା ରାଓ, ତାରିକ ହାସେନ୍, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ସେକସନ ସମ୍ପାଦକ ଅଶୋକ ନାୟକ, ସ୍ପୋର୍ଟ୍ସ ମେନେଜର ଶଶାଙ୍କ ଶେଖର ବେହେରା, ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଏଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ, ମହିଳା କ୍ରୀଡା ସମ୍ପାଦିକା ଇ. ଚନ୍ଦନା ମଲ୍ଲିକ, ଭଲିବଲ ସମ୍ପାଦକ ଶ୍ରୀ ବୋଇକୁଣ୍ଠ, କ୍ରୀଡାବିତ୍ ସପନ ବୈରାଗୀ, ଏମ. ବିଜୟ କୁମାର ସମେତ ଜିଲ୍ଲାର ବରିଷ୍ଠ ଏବଂ ପ୍ରାକ୍ତନ କ୍ରୀଡାବିତ ମାନେ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତଥା ଭାରତୀୟ ପ୍ରସାଶନିକ ସେବା ଅଧିକାରୀ ଶ୍ରୀ ବିଭୁତି ଭୂଷଣ ନାୟକ .ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ରାଇରଙ୍ଗପୁରରେ’ ବୟନିକା ‘ ର ୬୯ ତମ ପ୍ରତିଷ୍ଠା ଦିବସ ପାଳିତ 

masiha

ବିଶୋଇ ବ୍ଳକ ସମ୍ମୁଖରେ ଟ୍ରକ ଦୁର୍ଘଟଣାରେ କିନ୍ନର ମୃତ

Sunil Chandra Nayak

Leave a Comment

error: Content is protected !!