ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ପାଠାଗାରରେ ଶୋକ ସଭା

ଗୋପବନ୍ଧୁ ପାଠାଗାରରେ ଶୋକ ସଭା

ରାଉରକେଲା, ଗୋପବନ୍ଧୁ ପାଠାଗାରର ବରିଷ୍ଠ ଆଜୀବନ ସଦସ୍ୟ ସରୋଜକାନ୍ତ ମହାନ୍ତି ଏବଂ ରାଉରକେଲା ରିଟାୟାର୍ଡ ଏମ୍ପ୍ଲଇଜ୍ ଆସୋସିଏସନ ଓ ଗୋପବନ୍ଧୁ ପାଠାଗାରର ଆଜୀବନ ସଦସ୍ୟ ବାନାମ୍ବର ଆଚାରିଙ୍କ ବିୟୋଗରେ ଏକ ମିଳିତ ଶୋକ ସଭା ପାଠାଗାର କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ନବଘନ ସାହୁଙ୍କ ଆବାହକତ୍ବରେ ଏବଂ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ହରିହର ଶତପଥୀ, ନିର୍ମଳ ଚନ୍ଦ୍ର ଆଚାର୍ଯ୍ୟ, ଅନୀଲ କୁମାର ଦାଶ, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ଗିରିଜା ଶଙ୍କର ଗୋସ୍ବାମୀ ଏବଂ ଲକ୍ଷ୍ମଣ ନାଥ ଦାସ ପ୍ରମୁଖ ଉଭୟ ଦିବଂଗତ ସଦସ୍ୟଙ୍କ ସ୍ମୃତି ଚାରଣ କରିଥିବାବେଳେ ରବୀନ୍ଦ୍ର କୁମାର ସରାଫ, ଦେବରାଜ ଗଉଡ଼, ରମେଶ ଚନ୍ଦ୍ର ସିଂହ, ଅଜୟ କୁମାର ମହାନ୍ତି, ଗଗନ ବିହାରୀ ପଟ୍ଟନାୟକ, ଗୋପାଳ ପ୍ରସାଦ ଜେନା, ଧୃବ ଚରଣ ନାୟକ, ପ୍ରକାଶ କୁମାର ମହାନ୍ତି, ପୁରୁଷୋତ୍ତମ ବେହେରା, ସୁରେନ୍ଦ୍ର କୁମାର ପଣ୍ଡା, ଜ୍ଞାନେନ୍ଦ୍ର କୁମାର ରାୟ, ରମାକାନ୍ତ ଷଡ଼ଙ୍ଗୀ, ଦୀନବନ୍ଧୁ ଦାସ, ଶରତ ଚନ୍ଦ୍ର ମହାନ୍ତି, ଅଶୋକ କୁମାର ଶୁକ୍ଳ, ଜଗବନ୍ଧୁ ଜେନା, ବିବେକାନନ୍ଦ ଜେନା, ମୁରାରି ପ୍ରଧାନ, ଜେ.ଏମ୍.ପ୍ରଧାନ, ନାରାୟଣ ଚନ୍ଦ୍ର ଜେନା, କୈଳାସ ଚନ୍ଦ୍ର ସାମଲ, ରବୀନ୍ଦ୍ର କୁମାର ସରାଫ, ଗଗନ ବିହାରୀ ଜେନା, ତ୍ରିଲୋଚନ ମିଶ୍ର, କିଶୋରୀ ମୋହନ କର ଏବଂ ବିଶ୍ବନାଥ ଜେନା ପ୍ରମୁଖ ଉଭୟ ସଙ୍ଗଠନର ସଦସ୍ୟମାନେ ଯୋଗ ଦେଇ ଦିବଂଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି

ଇସ୍ରୋ ର ବୈଜ୍ଞାନିକ ମାନେ ସରକାରୀ ସ୍କୁଲ ର ଛାତ୍ରଛାତ୍ରୀ.. ନିରଞ୍ଜନ 

masiha

ଧର୍ମଗଡ଼ ଜାଗୃତି ଗୃହ ଠାରେ ଘରୋଇ ହିଂସା ନିରୋଧ ସପ୍ତାହ ସଂକ୍ରାନ୍ତ ଉଦଯାପନୀ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!