ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ରାମ କୁଟୀରରେ ସ୍ବର୍ଗତ ଉମାଦେବୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ଶ୍ରୀ ରାମ କୁଟୀରରେ ସ୍ବର୍ଗତ ଉମାଦେବୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ଜୁନାଗଡ଼ ( ମ ନି ସ ):-ଦିବଙ୍ଗତ ଆତ୍ମାର ଶାନ୍ତି ହେତୁ ଶୋକାକୁଳ ପରିବାର ପକ୍ଷରୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସ୍ବର୍ଗତ ରାମ ଭଗତ ଅଗ୍ରୱାଲା ଙ୍କ ଧର୍ମପତ୍ନୀ ସ୍ବର୍ଗତ ଉମା ଦେବୀ ଗତ ତା ୨୩/୫/୨୫/ଶୁକ୍ରବାର ଦିନ ଧର୍ମଗଡ ନିଜ ବାସ ସ୍ଥାନରେ ଇହଧାମ ତ୍ୟାଗ କରିଥିଲେ, ଏହି ସମାରୋହର ଆଜି ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଶୋକାକୂଳ ପରିବାରଙ୍କୁ ସମବେଦନା ଜଣାଇବା ସହ ପ୍ରସାଦ ସେବନ କରିଥିଲେ ,ଶୋକାକୁଳ ପରିବାର ପକ୍ଷରୁ ନାତି, ନାତୁଣୀ, ବହୁ, ପୁଅ ସୁରେଶ ଅଗ୍ରୱାଲା, ନାନୁ ରାମ ଅଗ୍ରୱାଲ, ବଜରଙ୍ଗ ଅଗ୍ରୱାଲା, ମନୋଜ ଅଗ୍ରୱାଲ, କିଶୋର ଅଗ୍ରୱାଲା ରାମୁତାର ଅଗ୍ରୱାଲ, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଓ ସମସ୍ତ କୁଳ ଭୁଆସୁଣୀ ପରିବାର ବର୍ଗ ପ୍ରମୁଖ ଉପସ୍ଥିତ ଥିବା ବେଳେ,ପୂର୍ବତନ କଳାହାଣ୍ଡି ଜିଲ୍ଲା ସାଂସଦ ଶ୍ରୀମାନ ବସନ୍ତ କୁମାର ପଣ୍ଡା, ଧର୍ମଗଡ ବିଧାୟକ ଶ୍ରୀ ମାନ ସୁଧୀର କୁମାର ପଟ୍ଟଯୋଷି, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ, ଜୁନାଗଡ଼ ବିଧାୟକ ଶ୍ରୀ ମାନ ଦିବ୍ୟ ଶଙ୍କର ମିଶ୍ର,ନରେନ୍ଦ୍ର ପଣ୍ଡା , ଅନେକ ଜାଗାରୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ବହୁ ସଂଖ୍ୟକ ଭାବେ ଉକ୍ତ ଶ୍ରଦ୍ଧାଞ୍ଜଳିରେ ଯୋଗ ଦେଇ ଅର୍ପଣ କରି ଥିଲେ। 

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ।

Related posts

ଜୁଏଲ ଓ ଦୁର୍ଗା ତନ୍ତୀଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ

masiha

ସତ୍ୟ ସାଇ ସେବା ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ

masiha

ସାପୁଆ ନଦୀର ପୁନରୁଦ୍ଧାର କେବେ ?

Sunil Chandra Nayak

Leave a Comment

error: Content is protected !!