ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପାରିବ କି ଜୟ କରି

ପାରିବ କି ଜୟ କରି

 ପ୍ରଶାନ୍ତ କୁମାର ନାଥ

 

ଲଘିଂ ପାର ତୁମେ ଗିରି ସମୁଦ୍ରକୁ

     ନିଜ ବଳେ କଉଶଳେ

ମରଣକୁ କିବା ପାରିବ କି ଜିତି

     ଏ ଭଵ ସଂସାର କୋଳେ। 

 

ଗର୍ଵ ଅହଂକାର କାହିଁକି କି ଵା କର

     ନିଜକୁ ହାମ୍ଵଡା କହି

ପାଇ ଗଲ ବୋଲି ବିଶ୍ବକୁ ହସ୍ତରେ

     ଭାବୁଛ କି ତୁମେ ଵିହି। 

 

ଜିତି ପାର ତୁମେ ସପ୍ତମହୀପୁର

    ଜିତି ପାର ଇନ୍ଦ୍ର ପୁରୀ

କେତେ ଦିନ ତୁମେ ରହିବ ଜୀବିତ

     ଏ ଜୀବ ଶରୀର ଧରି। 

 

ସମୟ ଚକ୍ରରେ ଜନ୍ମ ମୃତ୍ୟୁ ପକ୍ଷେ

     ଜୀବନକୁ ଏଠି ଵରି

ଆସିଅଛ ଦିନେ ଚାଲିଯିବ ଦିନେ

    ମରଣକୁ ସତ କରି। 

 

କେତେ ମହୀପାଳ କେତେ ଯେ ରାକ୍ଷସ

    ଗଲେଣି ଏ ବର ପାଇ

କିଏ ବା ରହିଛି ଆମର ହେଇକି

    ମୃତ୍ୟୁ ଜୟୀ ଏଠି ହେଇ।।

 

ପ୍ରଶାନ୍ତ କୁମାର ନାଥ ,ଜୁଣଗଡି ,ରାଜନଗର, କେନ୍ଦ୍ରାପଡ଼ା।

Related posts

ଛିଲିପା ରେ ମିଶନ ଶକ୍ତି ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଶ୍ରୀ ତ୍ରିନାଥ ପଟ୍ଟନାୟକ,ଗାନ୍ଧୀନଗର, କୋରାପୁଟ  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ନର୍ଲା : ନିର୍ବାଚନ ସେକ୍ଟର ଅଧିକାରୀ ଓ ଭୋଟ ଗଣତି କର୍ମଚାରୀଙ୍କୁ ତାଲିମ

Sunil Chandra Nayak

Leave a Comment

error: Content is protected !!