ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିଜନ ଓଡିଶା 2036 ଓ ବିକଶିତ ଭାରତ 2047 ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

ଭିଜନ ଓଡିଶା 2036 ଓ ବିକଶିତ ଭାରତ 2047 ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

ଭବାନୀପାଟଣା / 08.06.2025 -+ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବ୍ରଜ ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭିଜନ ଓଡିଶା 2036 ଓ ବିକଶିତ ଭାରତ 2047 ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଓ ହେମସାଗର ମହାନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର ଓ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ବୋରଡାର ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ ଯୋଗ ଦେଇଥିଲେ l ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସୋମନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ବିଚାରକ ଭାବେ ଦଧି ଚନ୍ଦ୍ର ସାହୁ, ଧୀରେନ୍ଦ୍ର ପଣ୍ଡା, ଝସ କେତନ ପଧାନ, ବିଭୁତି ଭୂଷଣ ଠାକୁର, ମୁକୁନ୍ଦ ରେଡ୍ଡୀ ଓ ବାଞ୍ଛା ନିଧି ପଣ୍ଡା ଯୋଗ ଦେଇଥିଲେ। ବରିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତାରେ ରୁପାଲୀ ସାହୁ, ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭବାନୀପାଟଣା ପ୍ରଥମ, ଝରଣା ଲାହଜନ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ ଦ୍ଵିତୀୟ, ସୁଭଦ୍ରା ବେହେରା, ମା ହୀରା ଲୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଶ୍ୱନାଥପୁର ତୃତୀୟ, କନିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତାରେ ସତ୍ୟମ ପଧାନ, ଓଡିଶା ଆଦର୍ଶ ବିଦ୍ୟାଳୟ, ଜୁନାଗଡ଼ ପ୍ରଥମ, ତନ୍ମୟୀତା ନାଏକ, ଦନ୍ତେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବେହେରା ଦ୍ଵିତୀୟ, ଶୁଭଲଷ୍ମୀ ସାହୁ, ଓଡିଶା ଆଦର୍ଶ ବିଦ୍ୟାଳୟ, କେସିଙ୍ଗା ତୃତୀୟ, ବରିଷ୍ଠ ଚିତ୍ରାଙ୍କନ ପ୍ରତିଯୋଗିତାରେ ପରିସ୍ମିତା ଜାନି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଗେଡ଼ା ପ୍ରଥମ, ଆଶିଷ କୁମାର ନାଏକ, ଇନ୍ଦ୍ରାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡଙ୍ଗରୀଗୁଡ଼ା ଦ୍ଵିତୀୟ, ଅଭିଷେକ ପଧାନ, ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭବାନୀପାଟଣା ତୃତୀୟ ଓ କନିଷ୍ଠ ଚିତ୍ରାଙ୍କନ ପ୍ରତିଯୋଗିତାରେ ହରିଶ କୁମାର ରଣା, ସରକାରୀ ଉଚ୍ଚ ବିଦ୍ୟାଳୟ ରିସିଡା ପ୍ରଥମ, ସ୍ନେହମଞ୍ଜରୀ କୁମାର,ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କର୍ଲାମୁଣ୍ଡା ଦ୍ଵିତୀୟ ଓ ଅଙ୍କିତା ମହାରଣା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନର୍ଲା ତୃତୀୟ ସ୍ଥାନ ଅଧିକାର କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସାଧୁ ଶରଣ ପ୍ରସାଦ, ବୀରେନ୍ଦ୍ର କୁମାର ଆଚାର୍ଯ୍ୟ, ଡିପିଇଓ ରୂପ ସିଂ ରାଉତ,ମନୋଜ କୁମାର ସାହୁ, ଶ୍ରଦ୍ଧାଞ୍ଜଳି ଦାଶ, ମଙ୍ଗୁଳୁ ପଧାନ, ମୁରଲୀ ଦୀପ, ବିଜୟ ମହାଳିକ,ସୌମେନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ଠାକୁର, ପ୍ରଶାନ୍ତ ନନ୍ଦ, ନରେନ୍ଦ୍ର ସାହୁ ପ୍ରମୁଖ ସାହାଯ୍ୟ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ପିଏମ୍ ସ୍ୱନିଧି ମହୋତ୍ସବ ଅନୁଷ୍ଠିତ 

Sunil Chandra Nayak

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ  ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

masiha

ଆଇନଜିବୀ ଭଗବାନ ମହାନ୍ତି ସଡ଼କ ଦୁର୍ଘଟଣା ରେ ଆହତ , ଟ୍ରାଫିକ କଣ୍ଟ୍ରୋଲ ରେ ପୋଲିସ ବିଫଳ

Sunil Chandra Nayak

Leave a Comment

error: Content is protected !!