ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଝରଣା ପାଣିରେ ମେଣ୍ଟୁଛି ଶୋଷ , ୨- କାପଲଡ଼ା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର 

ଝରଣା ପାଣିରେ ମେଣ୍ଟୁଛି ଶୋଷ 

ବନ୍ଧୁଗାଁ ୧୦/୬ /୨୫,ସ୍ୱାଧୀନତାର ୭୮ବର୍ଷ ପରେ ମଧ୍ୟ ନାହିଁ ପିଇବା ପାଣି ବ୍ୟବସ୍ଥା। ବନ୍ଧୁଗାଁ ବ୍ଳକ ଠାରୁ ମାତ୍ର ୧୫ କି ମି ଦୂର କୁମ୍ବାରିପୁଟ ଜାଗୁଡା ପଞ୍ଚାୟତ ତାଡିଗଂ ଡଗଂର ଗ୍ରାମରେ ରହିଛି ଏପରି ଅବସ୍ଥା। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଗାଁକୁ ବିଶୁଦ୍ଧ ପାଇପ ପାଣି ଯୋଗାଇ ଦେବାର ପ୍ରତିଶ୍ରୁତି ଯେପରି ଏଠାରେ ସାତ ସପନ ପାଲଟିଛି। ୩ ବର୍ଷ ତଳେ କଳ୍ପନା କରାଯାଇଥିଲା ବସୁଧା ଯୋଜନାରେ ଲୋକେ ବିଶୁଦ୍ଧ ପିଇବା ପାଣି ପାଇବେ । କିନ୍ତୁ ଏଠାରେ ୨୦୨୩ ମସିହାରେ ବସୁଧା ଯୋଜନାରେ ନିର୍ମିତ ହୋଇଛି ବସୁଧା ଓଭରହେଡ ଟାଙ୍କି ଏବଂ ଟାଙ୍କିର ସୁରକ୍ଷା ପାଇଁ ପାଚେରୀ ମଧ୍ୟ ନିର୍ମାଣ ହୋଇଛି । ଗାଁକୁ ପାଇପ୍ ଲାଇନ୍ ବିଛା ଯାଇଛି ଏବଂ ଟ୍ୟାପ ନିର୍ମାଣ ସରିଛି । କିନ୍ତୁ ପାଣିର ନା ଗନ୍ଦ ମଧ୍ୟ ନାହିଁ।ନଳକୂପ ରେ ଗାଁ ରୁ ୫୦୦ ମିଟର ଦୁରରେ ଥିବା ଏକ ଝରଣାରୁ ପାଇପ୍ ଯୋଗେ ଟାଙ୍କିକୁ ସଂଯୋଗ କରାଯାଇଥିଲା ଏଥିପାଇଁ ଖର୍ଚ୍ଚ ହୋଇଥିଲା ୨୦ ଲକ୍ଷ ୧୪ ହଜାର ୫୦୦ ଶହ ୩୭ ଟଙ୍କା କିନ୍ତୁ ସେହି ଝରଣା ଶୁଖି ଯିବାରୁ ଆଜି ପର୍ଯ୍ୟନ୍ତ ଲୋକେ ପାଇ ପାରୁନାହାନ୍ତି ବିଶୁଦ୍ଧ ପାନୀୟ ଜଳ । ଯାହାକୁ ନେଇ ତାଡିଙ୍ଗ ଡଙ୍ଗର ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି ।ଫଳରେ ଗ୍ରାମବାସୀମାନଙ୍କର ଝରଣାର ପାଣିରେ ବିତୁଛି ଜୀବନ । ପିଇବା ପାଣିଠାରୁ ଆରମ୍ଭ କରି ସବୁ କିଛି ସେହି ଝରଣା ଉପରେ ନିର୍ଭର କରିବାକୁ ପଡ଼ୁଛି । କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କ ନଜର ଆଢ଼ୁଆଳରେ ରହିଯାଇଛି ଏହି ଦୃଶ୍ୟ। ବର୍ଷ ବର୍ଷ ଧରି ଝରଣାର ପାଣି ଏହି ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଜନସାଧାରଣଙ୍କ ଶୋଷ ଓ ଜିବନ ସହିତ ସମସ୍ତ ଆବଶ୍ୟକତାକୁ ମେଣ୍ଟାଉଛି। ସାହିରେ ନଳକୂପ, କୂଅ ଓ ପୋଖରୀ ଆଦିର କୌଣସି ବିକଳ୍ପ ନ ଥିବା କାରଣରୁ ଉକ୍ତ ଗ୍ରାମରେ ବସବାସ କରୁଥିବା ୫୪ ପରିବାରର ଶତାଧିକ ପରିବାର ଓ ସଦସ୍ୟମାନଙ୍କୁ ପ୍ରାୟ ଅଧ କିଲୋମିଟର ଦୂର ଝରଣା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବାକୁ ପଡ଼ୁଛି। ଫଳରେ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ତେଣୁ ଉକ୍ତ ଗାଁ ରେ ନିହାତି ଏକ ନଳକୂପ ଅଥବା କୂଅ ଖୋଳିବା ନିମନ୍ତେ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିମାନଙ୍କ ନିକଟରେ ଦାବି କର।ଯାଉଛି।ସେଠାକାର ଆଦିବାସିମାନେ ଭାରି ଦୁଃଖ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମାଧ୍ଯମରେ ସରକାରଙ୍କୁ ନିବେଦନ କରିଛନ୍ତି। ବାକି ଦେଖିବାର ଅଛି ଯେ ସେହି ଗାଁ ର ପାଣିସମସ୍ୟା କେବେ ଦୁରହେବ।

କାପଲଡ଼ା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର 

ବନ୍ଧୁଗାଁ ତା, ୧୦/୬/୨୫  ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାପଲଡ଼ା ପଞ୍ଚାୟତ ଠାରେ ଆଜି ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ବନ୍ଧୁଗାଁ ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିନିୟାକା ଙ୍କ ସଭାପତିତ୍ୱରେ ହୋଇଥିଲା I ଆଜିର ଏହି ଅଭିଯୋଗ  ଶିବିରରେ ୮ ଗୋଟି ଅଭିଯୋଗ ହୋଇଥିଲା I ମୁଖ୍ୟତ ଏଥିରେ ପଞ୍ଚାୟତ ର ସରପଞ୍ଚ ଆକାମା କାଡ୍ରାକା, ସମିତି ସଭ୍ୟା, ଶିକ୍ଷା ବିଭାଗ, ବଣ ବିଭାଗ, ବିଜୁଳି ବିଭାଗ, ହର୍ଷା ଟ୍ରଷ୍ଟ, କୃଷି ବିଭାଗ, ପ୍ରାଣୀ କେନ୍ଦ୍ର ବିଭାଗ, ଶିଶୁଵିକାସ ବିଭାଗର ସୁପର ବାଇଜର ଓ ପଞ୍ଚାୟତ ର ସମସ୍ତ ଆଙ୍ଗନ ବାଡ଼ି କର୍ମୀ ଏବଂ ଆଶା କର୍ମୀ, ଓ ପଞ୍ଚାୟତ ବିଭାଗର ଅର ଡ଼ି. ବିଭାଗ ଅଧିକାରୀ, ତହସିଲ କାର୍ଯ୍ୟାଳୟର ସୁପର ଭାଇଜର ମିଶନ ଶକ୍ତିର ପ୍ରାଣୀ ମିତ୍ର, ବେଙ୍କ ମିତ୍ର, କୃଷି ମିତ୍ର, ଏମ ବି କେ,ପଞ୍ଚାୟତ ର ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ବୃନ୍ଦ ଗଣ ଉପସ୍ଥିତ ସହ ବନ୍ଧୁଗାଁ ଥାନା ଷ୍ଟାଫ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ I

 ସଞ୍ଜିବ କୁମାର ବାଙ୍ଗାରି ରିପୋର୍ଟର 

Related posts

ଜୟଦ୍ରଥ ସୁନାଙ୍କ ତୃତୀୟ କବିତା ସଂକଳନ ‘ଲିଭି ଆସୁଥିବା ଚୁଲି’ ଉନ୍ମୋଚିତ 

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ 

masiha

ବିଦ୍ୟୁତ କାଟ ନେଇ ସିପିିଆଇ(ଏମ) ର ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!