ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାଜୁ ବଗିଚାକୁ ନେଇ ଗଣ୍ଡଗୋଳ, ୫ ଗିରଫ 

କାଜୁ ବଗିଚାକୁ ନେଇ ଗଣ୍ଡଗୋଳ, ୫ ଗିରଫ 

     ଡାବୁଗାଁ, ୧୧/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ପାତିଆ ଗ୍ରାମରେ ୧୬ ଏକର କାଜୁ ବଗିଚାକୁ ନେଇ ଗଣ୍ଡଗୋଳ ନେଇ ମଙ୍ଗଳବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ :- ସୋମବାର ରାତିରେ ପାତିଆ ଗ୍ରାମରେ ଥିବା ୧୬ ଏକର କାଜୁ ବଗିଚାକୁ ନେଇ ପାତିଆ ଗ୍ରାମର ୨ ଗୋଷ୍ଠୀ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଏଥିରେ ଗ୍ରାମର ଗଣପତି ଭତ୍ରା, ଉତୁ ଭତ୍ରା, ଉଗ୍ରସେନ ଭତ୍ରା ଙ୍କୁ ବିପକ୍ଷ ଗୋଷ୍ଠୀ ଆକ୍ରମଣ କରିଥିଲେ | ଯାହା ଦ୍ଵାରା ୩ ଜଣ ଆହତ ହୋଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ | ଏନେଇ ଆହତ ମାନଙ୍କ ଗୋଷ୍ଠୀର ଜୟରାମ ଭତ୍ରା ମଙ୍ଗଳବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ ତଦନ୍ତ କରି ବୁଧବାର ୫ ଜଣଙ୍କୁ ଗିରଫ କରିଥିଲେ | ସେମାନେ ହେଲେ ପାତିଆ ଗ୍ରାମର ଚଇତୁ ମାଝି, ସନୁ ମାଝି, ବଳଭଦ୍ର ମାଝି ଓ ଘନଶ୍ୟାମ ମାଝି, ରାବଣାଗୁଡା ମଧୁ ସିଂ ମାଝି | ସମସ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୧୨୫/୨୫ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଯୁବକ ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ ହତ୍ୟା କରି ଥିବା ଅଭିଯୋଗ

masiha

ଚଣାବରୀ ଠାରେ ମାଓ ବ୍ୟାନର  ଜଙ୍ଗଲ କାଟୁଥିବା ଲୋକଙ୍କୁ ହତ୍ୟା ଧମକ 

masiha

ରାଜମିସ୍ତ୍ରୀ କୁ ନିର୍ମମ ହତ୍ୟା ଘଟଣା : ତିନିଦିନ ପରେ ମଧ୍ୟ ପୁଲିସ ର ହାତ ଖାଲି 

masiha

Leave a Comment

error: Content is protected !!