ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୋଇଡା ଓଏମଏମ କେମ୍ପରୁ କେମ୍ପର( ମିନି ଟ୍ରକ) ଚୋରୀ ,୧୫ ଦିନ ହେଲା ଥାନାରେ ଅଭିଯୋଗ, ଗାଡ଼ିର ଠାବ ନ ମିଳିବା ନେଇ ମାଲିକ ହତାଶ୍

କୋଇଡା ଓଏମଏମ କେମ୍ପରୁ କେମ୍ପର( ମିନି ଟ୍ରକ) ଚୋରୀ ,୧୫ ଦିନ ହେଲା ଥାନାରେ ଅଭିଯୋଗ, ଗାଡ଼ିର ଠାବ ନ ମିଳିବା ନେଇ ମାଲିକ ହତାଶ୍

କୋଇଡା – ୧୨/୦୬ — କୋଇଡା ଅଂଚଳରେ ଚୋରଙ୍କୁ ଦୌରାତ୍ମ୍ଯ ଦିନକୁ ଦିନ ବୃଦ୍ଧି ପାଉଛି ।ପୋଲିସକୁ ଚେଲେଞ୍ଜ କରୁଛନ୍ତି ଚୋର ଓ ଲୁଟେରା ଦଳ ।ଲୌହ ଖଣି ଭରା କୋଇଡା ଅଂଚଳରେ ବାହାର ଅଂଚଳରୁ ଚୋରା,ଲୁଟେରା,ଅସାମାଜିକ ଲୋକଙ୍କ ଦୌରାତ୍ମ୍ଯ ବୃଦ୍ଧି ପାଉଛି । ଲୁହା,ଲାଗି,ଗ୍ରୀଲ,ଗାଡ଼ି, ଉପରେ ନଜର ରଖିଛନ୍ତି ଲୁଟେରା ଦଳ ।ସୁବିଧା ସୁଯୋଗ ଦେଖି ମାଲିକମାନଙ୍କ ଚିତ୍ତା କାଟୁଛନ୍ତି ଲୁଟେରା ।ଗତ ମଇ ମାସ ୨୬ ତାରିଖ ରାତିରେ କୋଇଡାର ଓଏମଏମ କେମ୍ପରେ ମାଲିକ ରଶ୍ମି ରଞ୍ଜନ ଦାସ କେମ୍ପର ଗାଡ଼ି ( OD14C3463) ରଖି ଖାଇ ପିଇ ଶୋଇଥିଲେ ।ସକାଳୁ ଉଠି ଦେଖନ୍ତି ତ କେମ୍ପର ନାହିଁ ।ଏହାକୁ ନେଇ ସେହିଦିନ ରଶ୍ମି ରଞ୍ଜନ ଦାସ କୋଇଡା ଥାନାରେ ଗାଡ଼ି ଚୋରୀ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ମଧ୍ୟ ମାମଲା କେଶ ନମ୍ବର ୧୦୮ /୨୫ ରୁଜୁ କରି ତଦନ୍ତ କରୁଛି ।କିନ୍ତୁ ୧୫/୧୬ ଦିନ ହେଲାଣି ଏପର୍ଯ୍ୟନ୍ତ ଗାଡ଼ିର ପତ୍ତା ନ ମିଳିବା ନେଇ ମାଲିକ ରଶ୍ମି ରଞ୍ଜନ ଦାସ ଚିନ୍ତାରେ ଅଛନ୍ତି ।କେହି ଯଦି ସହୃଦୟ ବ୍ୟକ୍ତି ଏହି କେମ୍ପର ଗାଡ଼ି ଦେଖନ୍ତି ତାହାହେଲେ ମାଲିକ ରଶ୍ମି ରଞ୍ଜନ ଦାସଙ୍କ ମୋବାଇଲ ନମ୍ବର 6372083829,9439057535 ସହ ଯୋଗାଯୋଗ ସହିତ କୋଇଡା ଥାନାକୁ ଦୟାକରି ଜଣାଇବାକୁ ଗାଡ଼ି ମାଲିକ ଅନୁରୋଧ କରିଛନ୍ତି।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପରକୀୟା ପ୍ରୀତି ସନ୍ଦେହ ରେ ପତ୍ନୀହତ୍ୟା: ହତ୍ୟାକାରୀ ସ୍ୱାମୀ କୁ ଆଜୀବନ କାରାଦଣ୍ଡାଦେଶ

Sunil Chandra Nayak

ଡ଼ାକ୍ତରଙ୍କୁ ଆକ୍ରମଣ କରି ବିଏସପି ନେତା ଗିରଫ

masiha

ଗ୍ରାହକ ସେବାକେନ୍ଦ୍ରରୁ ଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣାରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

masiha

Leave a Comment

error: Content is protected !!