ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଦିଲ୍ଲୀ ଗଲା କର୍ଲା କୋଟ ଆମ୍ରପଲ୍ଲୀ ଓ ମଲ୍ଲିକା ଆମ୍ବ

ନୂଆଦିଲ୍ଲୀ ଗଲା କର୍ଲା କୋଟ ଆମ୍ରପଲ୍ଲୀ ଓ ମଲ୍ଲିକା ଆମ୍ବ 

ଜୁନାଗଡ଼ ୧୪/୬ ( ମନୀସ ) ଏଣିକି ପଲ୍ଲୀ ଆମ୍ବର ସ୍ୱାଦ ଚାଖିବେ ଦିଲ୍ଲୀ ବାସୀ । ଜୁନାଗଡ଼ ବ୍ଲକ ଅନ୍ତର୍ଗତ କର୍ଲା କୋଟ  ଗ୍ରାମର ପ୍ରକୃତିବନ୍ଧୁ ତଥା ବରିଷ୍ଠ ଶିକ୍ଷାବିତ ଗୋପୀନାଥ ଶବରଙ୍କ ଆମ୍ବ ବଗିଚାରୁ ଆଜି ଆମ୍ରପଲ୍ଲୀ ଓ ମଲ୍ଲିକା ଆମ୍ବ ୧୨ କୁଇଣ୍ଟାଲ ଦିଲ୍ଲୀ କୁ ପଠା ଯାଇଛି । ଆଜି ଏଫ ପି ପ୍ରମୋସନ ଏକ୍ସପର୍ଟ ମୁରଲୀ କୁମାର ଶତପଥୀ ଏଫ ପି ସି ସୋମ।ର୍ଟ ଓପ୍ରିକ ଙ୍କ ଦ୍ଵାରା ସଫଳ ଚାଷୀ ଫାର୍ମର ଉତ୍ପାଦକ କମ୍ପାନୀର ନିର୍ଦେଶକ ଏବଂ ବଂଶୀଧର ନାୟକ ଏବଂ ସି ଇ ଓ ସୁକଦେଵ ଙ୍କ ମିଳିତ ସହଯୋଗରେ ନୂଆଦିଲ୍ଲୀକୁ ୧୨ କୁଇଣ୍ଟାଲ ଆମ୍ବ ପଠାଯାଇଛି । ଏହି ଆମ୍ବକୁ ଟ୍ରେନ ଯୋଗେ ନୂଆଦିଲ୍ଲୀ ସ୍ଥିତ ମଦର ଡାଏରୀ ଫାର୍ମକୁ ରପ୍ତାନୀ କରାଯାଇଛି ।କୃଷକ ଉତ୍ପାଦକ କମ୍ପାନୀ ଗୁଡିକୁ ସଶକ୍ତିକରଣ ଯୋଗୁଁ ଅଞ୍ଚଳର ଚାଷୀ ଅଭାବୀ ବିକ୍ରିର ଶିକାର ନ ହୋଇ ଉଚିତ ମୂଲ୍ୟ ପାଇ ପାରିବେ ବୋଲି ଫିଲଡ଼ ଅଫିସର ଚନ୍ଦନ ଖେଡଙ୍ଗ। ପ୍ରକାଶ କରିଛନ୍ତି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶ୍ରୀ ମନ୍ଦିର ପରିକ୍ରମା ସିଧା ପ୍ରସାରଣ ଦେଖିଲେ କୋକସରା ବ୍ଲକର ଜନସାଧାରଣ

masiha

ବିଶ୍ୱକପ ହକିକୁ ଆମପାଣି ଠାରେ ସ୍ୱାଗତ କଲେ କଳାହାଣ୍ଡି ପ୍ରଶାସନ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୫ ପାଳିତ

Sunil Chandra Nayak

Leave a Comment

error: Content is protected !!