ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାନ୍ଦିଲି, ପେଣ୍ଟା ଓ କର୍ଲାକଣା ପଞ୍ଚାୟତରେ ବୁଲିଲା ବିକାଶ ବାହନ

ଚାନ୍ଦିଲି, ପେଣ୍ଟା ଓ କର୍ଲାକଣା ପଞ୍ଚାୟତରେ ବୁଲିଲା ବିକାଶ ବାହନ

     ରାୟଗଡା :- ରାୟଗଡ ବ୍ଲକର ଚାନ୍ଦିଲି, ପେଣ୍ଟା ଓ କର୍ଲାକଣା ପଞ୍ଚାୟତରେ ବିକାଶ ବାହନ ଚତୁର୍ଥ ଦିନରେ ସଚେତନତା ବାର୍ତ୍ତା ପ୍ରଚାର କରିଛି । ଅଠର ହଜାରରୁ ଉର୍ଦ୍ଧ ଲୋକ ସଂଖ୍ୟା ସମ୍ବଳିତ ଚାନ୍ଦିଲିର ଚବିଶି ଗୋଟି ୱାର୍ଡରୁ ବିକାଶ ବାହନ ନିକଟରେ ଅଧିକ ଜନସମାଗମ ଦେଖିବାକୁ ମିଳିଥିଲା । ତିନିଗୋଟି ପଞ୍ଚାୟତରେ ରଥକୁ ସ୍ବାଗତ କରାଯାଇଥିଲା । ତହସିଲଦାର ରାୟଗଡ ପ୍ରିୟଦର୍ଶିନୀ ସ୍ଵାଇଁ, ଏବିଡିଓ ତଥା ନୋଡାଲ ଅଧିକାରୀ କାଳୁଚରଣ ନାୟକ , ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁନିଲ ବ୍ରହ୍ମା, ଅରୁଣ ପାଣିଗ୍ରାହୀ, ମଙ୍ଗଳ ଅଧିକାରୀ ପ୍ରକାଶ କୁମାର ନାୟକ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ରବିବାର ଦିନ ବତିଷିଗୋଟି ବୟୋବନ୍ଦନା ଯୋଜନାରେ କାର୍ଡ, ବ୍ଲକ ପକ୍ଷରୁ ତେରଗୋଟି ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ଯାଦେଶ, ନଅଗୋଟି ଜବ କାର୍ଡ, ଚାରିଗୋଟି ହିତାଧିକାରୀଙ୍କୁ ନୂତନ ରେସନ କାର୍ଡ, ଆୟୁଷ୍ମାନ ଭାରତ ଯୋଜନାରେ ନବେଗୋଟି ସ୍ବାସ୍ଥ୍ୟକାର୍ଡ, ଜଙ୍ଗଲ ଅଧିକାର ଆଇନରେ ତେରଗୋଟି ବ୍ୟକ୍ତିଗତ ଓ ତିନୋଟି ସାମୁହିକ ଜମିପଟ୍ଟା, ଆଠଟି ନୂତନ ଭତ୍ତା, ଦୁଇଟି ଶ୍ରମ କାର୍ଡ ଓ ଦୁଇଟି ନିର୍ମାଣ ଶ୍ରମିକ କାର୍ଡ, ଚଉଦ ଜଣଙ୍କ ଆଧାର ପଞ୍ଜିକରଣ ଏବଂ ଛପନ ଗୋଟି ଗଛ ମାଁଙ୍କ ନାମରେ ରୋପଣ କରାଗଲା ।

     ବ୍ଯାନର ମାଧ୍ୟମରେ ସରକାରୀ ଯୋଜନା ସଂପର୍କିତ ଜନ ସଚେତନତା ସୃଷ୍ଟି କରାଯାଇ ଥିଲା । ଜାଣିଲେ ଜିଣିବା ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା, ଯୋଗାଣ , ଭତ୍ତା, ପାନୀୟଜଳ ଆଦି ସମସ୍ୟା ସଂପର୍କିତ ଅଭିଯୋଗ ମାନ ଗ୍ରହଣ କରାଯାଇଥିଲା ।   ଏହା ମାଧ୍ୟମରେ ଲୋକଙ୍କ ନିକଟତର ହେଉଛନ୍ତି ସରକାର ବୋଲି ତହସିଲଦାର ଶ୍ରୀମତୀ ସ୍ବାଇଁ ପ୍ରକାଶ କରିଛନ୍ତି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ବିଧାୟକଙ୍କ ଜନ୍ମ ଦିନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

masiha

ନବମ ଦିବସରେ ବିଶ୍ୱନାଥପୁର ରାମଲୀଳା ମହୋତ୍ସବ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ରାବଣ ଦରବାର

masiha

ଟେଵଲ ଟପ ଏକ୍ସରସାଇଜ ଓ ମକ ଡ୍ରିଲ୍ଲ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ଥରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!