ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂକ୍ରାନ୍ତି ପୁରୁଷଙ୍କ ତିରୋଧାନ ଦିବସ ପାଳିତ 

ସଂକ୍ରାନ୍ତି ପୁରୁଷଙ୍କ ତିରୋଧାନ ଦିବସ ପାଳିତ 

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀରମୋହନ ସେନାପତି ଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୭ ସ୍ଥିତ ଫକୀରମୋହନ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ମଞ୍ଚର ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ସାମାଜିକ କର୍ମୀ ଗଗନ ବିହାରୀ ଧଳ,କବି ବଳରାମ ରାଉଳ ପ୍ରମୁଖ ବ୍ୟାସକବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଓ ଓଡ଼ିଆ ସାହିତ୍ୟ କୁ ବିରଳ ଅବଦାନ ନିମନ୍ତେ ସେ ଚିର ଅମର। ତାଙ୍କ ରଚିତ କାଳଜୟୀ ଗଳ୍ପ ଉପନ୍ୟାସ ଆମ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି। ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ସେ ହେଉଛନ୍ତି ଆଦ୍ୟ ଆଲୋକବର୍ତ୍ତିକା। ସଂସ୍କୃତ ମହାଭାରତ କୁ ଓଡ଼ିଆରେ ଅନୁବାଦ କରିଥିବାରୁ ତାଙ୍କୁ ବ୍ୟାସକବି କୁହାଯାଏ। ଏହାସହ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବ୍ରତ ଦାସ, ଗୈାତମ ଦାସ, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ସଂକ୍ରାନ୍ତି ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଆବାହକ ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ଫକୀରମୋହନ ମକର ସଂକ୍ରାନ୍ତିରେ ଜନ୍ମ ଓ ରଜସକ୍ରାନ୍ତି ରେ ଦେହାବସାନ ପାଇଁ ତାଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି କୁହାଯାଏ ବୋଲି ମତ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବେଦବ୍ୟାସ ବିକାଶ ମଞ୍ଚର ଦାବି 

Sunil Chandra Nayak

କୁସୁମଖୁଣ୍ଟି ଠାରେ ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ

Sunil Chandra Nayak

ରୁଣ୍ଡିମହୁଲ ସ୍କୁଲ ପଡ଼ାରେ ସଫେଇ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!