ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିଷେକ ପଟ୍ଟନାୟକ ଙ୍କ ସ୍ମୃତିରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

ଅଭିଷେକ ପଟ୍ଟନାୟକ ଙ୍କ ସ୍ମୃତିରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

ରାଉରକେଲା: ସହରର ବହୁ ଅନୁଷ୍ଠାନ ସହ ଜଡିତ ସମାଜସେବୀ ଅଭିଷେକ ପଟ୍ଟନାୟକ ଙ୍କ ସ୍ମୃତିରେ ଆଦ୍ୟଶା ସୋସିଆଲ ଫାଉଣ୍ଡେସନ ତରଫରୁ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ସେକ୍ଟର ୧୪ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଦ୍ୟାଶା ର ସଭାପତି ଆଶିଷ ଦାସ ଓ ସମ୍ପାଦିକା ଶ୍ରଦ୍ଧାଶ୍ରୀ ପଟ୍ଟନାୟକ ଙ୍କ ଆବାହକତ୍ଵରେ ଆୟୋଜିତ ଏହି ଶିବିରରେ ହାଇଟେକ୍ ମେଡିକାଲ କଲେଜ ର ଡାକ୍ତର ପ୍ରତାପ ରୁଦ୍ର ସିଂଦେଓ, ଡାକ୍ତର ସୁଶିଲ କୁମାର ସାହୁ, ଡାକ୍ତର ସୁଶିଲ କୁମାର ପତି, ଡାକ୍ତର ସ୍ବରୁପାରାଣୀ ସା, ଡାକ୍ତର ସ୍ବାତୀ ସିଂ, ଡାକ୍ତର ତନିଶା ହେମ୍ରମ ପ୍ରମୁଖ ଯୋଗଦେଇ ରକ୍ତ ଶର୍କରା,ରକ୍ତଚାପ, ଆଖି,ଜର, ଥଣ୍ଡା,କାଶ, ଶିଶୁଙ୍କ ଚିକିତ୍ସା କରିବା ସହ ସେମାନଙ୍କୁ ଆବଶ୍ୟକୀୟ ପରାମର୍ଶ, ଔଷଧ ଓ ଚଷମା ବଣ୍ଟନ କରିଥିଲେ। ଏହି ଶିବିରରେ ପ୍ରାୟ ଦେଢଶ ବ୍ୟକ୍ତିଙ୍କ ଚିକିତ୍ସା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲ ତରଫରୁ ଷ୍ଟାଫ୍ ନର୍ସ ମନିଷା ଗୁରୁ, ନିତୁରିଆ କୁଜୁର,ମୂରଲୀ ମନୋହର, ସୈାଭାଗ୍ୟ ରଞ୍ଜନ ବୈଦ୍ୟ, ସୈାଭାଗ୍ୟ ରଞ୍ଜନ ପଣ୍ଡା, ନଗେନ୍ଦ୍ର ନାୟକ, ସଂଗୀତା ଦୀପ, ସୁବାଷ କୁମାର ଗୁପ୍ତା ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଅଭିଷେକଙ୍କ ପିତା ସରୋଜ କୁମାର ପଟ୍ଟନାୟକ,ମାତା ଇନ୍ଦିରା ପଟ୍ଟନାୟକ, ଆଦ୍ୟଶା ଫାଉଣ୍ଡେସନର ଉପେନ୍ଦ୍ର ସ୍ବାଇଁ, ଆଦିଲ ମେହେମୁଦ, ସନ୍ତୋଷ ହୋତା, ଦୀପାଂଶୁ ବେହେରା, କମ୍ୟୁନିଟି ସେଣ୍ଟର୍ ର ଅରୁଣ ମହାପାତ୍ର, ଗନ୍ଧର୍ବରାଜ ନାୟକ ତଥା ରାଉରକେଲା ଯୁବ ହଷ୍ଟେଲ ଶାଖାର ଏସ୍ ଏନ୍ ଲେଙ୍କା, ସମରକାନ୍ତ ମଲ୍ଲିକ, କାମିନୀ ମହନ୍ତ, ମୀନାକ୍ଷୀ ପାଢ଼ୀ,ଅଜିତା ନାୟକ, ଅମିତାଭ ଠାକୁର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇଥିବାରୁ ଫାଉଣ୍ଡେସନର ସମ୍ପାଦିକା ସୁଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ 

Sunil Chandra Nayak

ବାପାଙ୍କର ଏକ ମାତ୍ର ରୋଜଗାରିଆ ପୁଅର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ

masiha

ଜେଇ ଅନୁପସ୍ଥିତ ରହୁଥିବାରୁ ଉଦେଶୃଙ୍ଗ ଠାରୁ ନୂଆଗାଁର ରାସ୍ତା କାମ ନିମ୍ନମାନର ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!