ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

ରାୟଗଡା:୨୯/୪- ମ.ନି.ସ:- ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ପ୍ରମୋଦ କୁମାର ମେରକାପ୍ ରାୟଗଡା ଗସ୍ତରେ ଯାଇ ରାୟଗଡା ବ୍ଳକରେ ଆଇଓ୍ବାଇସିଏଫ୍ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଶ୍ରୀ ମେରକାପ୍ ସୁଲଭ ମୂଲ୍ୟ ଦୋକାନ, ଅଙ୍ଗନବାଡି କେନ୍ଦ୍ର ପୁଷ୍ଟି ବଗିଚା,ରୋଷେଇ ବଗିଚା ବୁଲି ଦେଖିଥିଲେ। ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ପୁଷ୍ଟିବିନାସ କେନ୍ଦ୍ର ଓ ଜନ୍ମରୁ ୫ ବର୍ଷ ମଧ୍ୟରେ ହୋଇଥିବା ପୁଷ୍ଟି ହିନତା ଶିଶୁଙ୍କ ପାଇଁ ଥିବା ବ୍ଯବସ୍ତା ଓ ପୁଷ୍ଟିକର ଖାଦ୍ୟ ତାଲିକା ଦେଖି ଖୁସି ପ୍ରକଟ କରିଥିଲେ। ଶ୍ରୀ ମେରକାପ୍ ଙ୍କ ଏହି ଗସ୍ତ ସମୟରେ କମିଶନର ସଭ୍ଯ ଭି.ଏନ ପାଢୀ,ମେମ୍ବର ସିକ୍ରେଟାରୀ ଶିବାନୀ ମହାନ୍ତି,ପ୍ରଶାସନିକ ଅଧିକାରୀ ସୌମେନ୍ଦ୍ର ଷଡଙ୍ଗୀ,ସିଡିଏମଓ,ଡିପିଏମ୍, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଙ୍କ ସମେତ୍ ଏବିଡିଓ ପ୍ରମୁଖ ଉପସ୍ଥିତ ରହିଥିଲେ।

ରାୟଗଡା ରୁ ଯୁଗୋଳ କିଶୋର ଜେନାଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଚୋରି ଅଭିଯୋଗରେ ୪ ଗିରଫ

Sunil Chandra Nayak

ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ନିମ୍ନ ମାନର ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!