ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷୀୟାନ ବିଶିଷ୍ଟ ବ୍ୟବସାୟୀ ନିରଞ୍ଜନ ଲାଲ ଅଗ୍ରୱାଲ ଙ୍କ ପରଲୋକ 

ବର୍ଷୀୟାନ ବିଶିଷ୍ଟ ବ୍ୟବସାୟୀ ନିରଞ୍ଜନ ଲାଲ ଅଗ୍ରୱାଲ ଙ୍କ ପରଲୋକ 

ଧର୍ମଗଡ ସହର ର ବିଶିଷ୍ଟ ବ୍ୟବସାୟୀ ତଥା ସମାଜ ସେବୀ ନିରଞ୍ଜନ ଲାଲ ଅଗ୍ରୱାଲ (୮୩) ଙ୍କ ଆଜି ମଧ୍ୟାହ୍ନ ସମୟ ରେ ପରଲୋକ ହୋଇଯାଇଛି । ଶ୍ରୀ ଅଗ୍ରୱାଲ ଗତକାଲି ଅପରାହ୍ନରେ ରେ ଅସୁସ୍ଥ ହୋଇ ପଡ଼ିଥିଲେ।ନିଃଶ୍ୱାସ ପ୍ରଶ୍ୱାସ ନେବା ରେ ଅସୁବିଧା ହେବା ସହ ଅକ୍ସିଜେନ ଲେବଲ କମି ଯିବାରୁ ତାଙ୍କୁ ଗତ ରାତି ରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଆଜି ତାଙ୍କୁ ଭବାନୀପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରା ଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ସମୟ ରେ ନିକଟ ରେ ପୁତ୍ର ଜଗୁଲାଲ, ଆନନ୍ଦ, ନରେଶ, ସୁନ୍ଦର ଲାଲ, ଗଣେଷ ଙ୍କ ସମେତ ପୁତ୍ର ବଧୂ, ଝିଅ ଜ୍ବାଇଁ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ଧର୍ମଗଡ ସହର ସ୍ଥିତ ପୁରାତନ ପପୁଲାର ମେଡିକାଲ ଷ୍ଟୋର ସମେତ ଉପଖଣ୍ଡ ଚିକିତ୍ସାଳୟ ପରିସର ରେ ଡେ- ନାଇଟ କ୍ୟାମ୍ପସ ମେଡିକାଲ ଷ୍ଟୋର ଓ ନିଶି ଦୀପ ମେଡିକାଲ ଷ୍ଟୋର ତାଙ୍କ ର ରହିଛି । କଳାହାଣ୍ଡି ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ରେ ମଧ୍ୟ ସେ ଦିର୍ଘ ଦିନ ଧରି ଇ.ସି ସଦସ୍ୟ ରହିଥିଲେ । ସେ ଜଣେ ପରୋପକାରୀ ମେଲାପି ବ୍ୟକ୍ତି ଥିଲେ । ତାଙ୍କର ଦେହାନ୍ତ ରେ ଜିଲ୍ଲା କେମିଷ୍ଟ ସଂଘ ସଭାପତି ଅଶୋକ ରାଉତ,ସମ୍ପାଦକ ହୃଷୀକେଶ ମିଶ୍ର, ସଂଗଠନ ସମ୍ପାଦକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ନଗରପାଳ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନିଷା ମିଶ୍ର,ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ,ସମ୍ପାଦକ ଅରୁଣ କୁମାର ତାୟଲ, ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଆସନ୍ତା କାଲି ଗୁରୁବାର ଦିନ ତାଙ୍କର ଶେଷକୃତ୍ୟ ସ୍ଥାନୀୟ ଶ୍ମଶାନ ଠାରେ କରାଯିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାୟଗଡା-କେରେଡା ମୁଖ୍ୟ ରାସ୍ତା ରେ ଝଞ୍ଜାବତୀ ନଦୀ ଉପରେ ନୂତନ ସେତୁ ନିର୍ମାଣ ହେବ କେବେ ? 

masiha

ଧର୍ମ ପରାୟଣ ମହିଳାଙ୍କ ପରଲୋକ 

Sunil Chandra Nayak

ବିବେକାନନ୍ଦ ଯୁବ ସଂସଦର ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!