ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- କଂଗ୍ରେସ ର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ , ୨- ବିକାଶ ବାହନ ରଥ ଶୁଭାରମ୍ଭ, ୩- ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା 

କଂଗ୍ରେସ ର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ 

କାମାକ୍ଷାନଗର (ମନିସ)17/6/25 — ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ ର ୧ ନଂ ଜୋନ ରେ ଜାତୀୟ କଂଗ୍ରେସ ର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଯୁବନେତା ଅବିନାଶ ପଣ୍ଡା ଯୋଗଦେଇ କଂଗ୍ରେସ ର ବିଚାରଧାରା ଉପରେ ଆଲୋକପାତ କରି ଆଗାମୀ ଦିନରେ ତୃଣମୂଣ ସ୍ତରରେ ସଂଗଠନ ସୁଦୃଢ କରିବାକୁ ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲା ଉପସଭାପତି ବିଜୟ କୁମାର ପଣ୍ଡା,ଜୋନ ସଭାପତି ଅଜୟ କୁମାର ସାହୁ, ରାମ ଚନ୍ଦ୍ର ସାହୁ ପ୍ରମୁଖ ସାଙ୍ଗଠନିକ ଉପରେ ସୂଚନା ପ୍ରଦାନ କରିଥିଲେ l ଏଥିରେ ଜୋନ ର ଦଶିପୁର, କୁଟୁରିଆ, ଘାଗରାମୁଣ୍ଡା, ଗଡ଼ପଳାଶୁଣୀ, ମହାବୀରରୋଡ଼, ଚାନ୍ଦପୁର,ବିରିବୋଲେଇ, ପଙ୍ଗାତିରା ଆଦି ପଞ୍ଚାୟତର ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଦଳୀୟ ସାଙ୍ଗଠନିକ ସଂପର୍କରେ ଆଲୋଚନା କରିଥିଲେ l ବ୍ଲକ ସଭାପତି ଧନେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ 

ବିକାଶ ବାହନ ରଥ ଶୁଭାରମ୍ଭ

କାମାକ୍ଷାନଗର (ମନିସ)18/6/25 — ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଏନଏସି ର ବିଭିର୍ନ୍ନ ୱାର୍ଡ ରେ ବିକାଶ ବାହାନ ପରିକ୍ରମା କରିଛି l ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିଭିର୍ନ୍ନ ଜନହିତ କର କାର୍ଯ୍ୟର ସଫଳ ରୂପାୟନ ସହିତ ବିକାଶର ବାର୍ତ୍ତା ନେଇ ଏନଏସିର ପ୍ରତ୍ୟେକ ୱାର୍ଡ ରେ ବିକାଶ ବାହାନ ରଥ ପରିକ୍ରମା କରିଛି l ଏନଏସି କାର୍ଯ୍ୟାଳୟ ରେ ୧୬ ଜଣଙ୍କୁ ଆବାସ ଯୋଜନା ପ୍ରଦାନ କରିଥିଲେ ଓ ମୁଷ।ମଲ୍ଲିକ ପାର୍କରେ ବୃକ୍ଷରୋପଣ କରିଥିଲେ । ବିଧାୟକ ଶତ୍ରୁଘ୍ନ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁତ କୁମାର ସାହୁ, ସମସ୍ତ ୱାର୍ଡ ର କାଉନସିଲର ଙ୍କ ସହିତ ବିକାଶ ପରିଷଦ ସମ୍ପାଦକ ସରୋଜ କୁମାର ବେହେରା ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା 

କାମାକ୍ଷାନଗର (ମନିସ)19/6/25 — କାମାକ୍ଷାନଗର ମହାବିଦ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ଅଧ୍ୟକ୍ଷ ଜଗନ୍ନାଥ ପରିଡ଼ାଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି l ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବରିଷ୍ଠ ପ୍ରାଧ୍ୟାପକ ରଞ୍ଜନ କୁମାର ପୃଷ୍ଟି ସଭାପତିତ୍ୱ କରି ମହାବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଉର୍ନୟନ ମୂଳକ କାର୍ଯ୍ୟ କରିବା ସକାଶେ ଆଶା ବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଜ୍ଞାନ ରଞ୍ଜନ ମିଶ୍ର, ଡ଼କ୍ଟର ଶ୍ରୀବତ୍ସ କୁମାର ସାହୁ,ପ୍ରଦୀପ କୁମାର ମହାପାତ୍ର,ସତ୍ୟନାରାୟଣ ମିଶ୍ର, ଶାନ୍ତାନିବେଦିତା ମହାନ୍ତି ପ୍ରମୁଖ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ କରି ଆଗାମୀ ଦିନରେ ମହାବିଦ୍ୟାଳୟର ବିକାଶ ଦିଗରେ ସହାୟକ ହୋଇ ପାରିବେ ବୋଲି ପ୍ରକାଶ କରିଥିଲେ l ଅଧ୍ୟକ୍ଷ ଶ୍ରୀ ପରିଡା ନିଜ ବକ୍ତବ୍ୟରେ ଶିକ୍ଷାକୁ ଗୁରୁତ୍ୱ ଦେବା ସହିତ ନିଜ କାର୍ଯ୍ୟକାଳ ମଧ୍ୟରେ ମବିଦ୍ୟାଳୟର ଉର୍ନ୍ନତି ସକାଶେ ପଦକ୍ଷେପ ନେବା ପାଇଁ ପ୍ରକାଶ କରିଥିଲେ l ପ୍ରାଧ୍ୟାପକ ଶ୍ରୀକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ରାସ୍ତା ଉପରେ ପସରା ପକାଉଥିବା ବ୍ୟବସାୟୀ ଙ୍କୁ ପ୍ରଶାସନର ତାଗିଦ

Sunil Chandra Nayak

ଜରାଶ୍ରମରେ ପୁସ୍ତକ ଉନ୍ମୋଚନ ଓ ରଜମଉଜ ନାଟକ ଘୋଷଣା

masiha

ଚପ୍ରିଆ ପେକ୍ସର ତିନି ଧାନ ମଣ୍ଡି ଶୁଭାରମ୍ଭ

masiha

Leave a Comment

error: Content is protected !!