ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା  ଉଠ ମଣିମା

   ଉଠ ମଣିମା

    ପ୍ରତାପ କିଶୋର ରାଉତ

 

ଉଠ ଉଠ ମଣିମା ହେ ନକର ଡେରି

ପ୍ରାଚୀ ରେ ନବ ଅରୁଣ  

ଲୁଚିଲେଣି ତାରା ଗଣ

ପହୁଡ଼ ତେଜ କାଳିଆ କରେ ଗୁହାରି ।

ଉଠ ଉଠ ମଣିମା ହେ———।0।

 

ଶୁଭ ଶଙ୍ଖ ବାଜିଲାଣି

ଭକତ ରୁଣ୍ଡ ହେଲେଣି

ଅଳସ ତେଜ ଅଙ୍ଗ ରୁ ବାଙ୍କ ବିହାରୀ ।

ଉଠ ଉଠ ମଣିମା ହେ———-।୧।

 

ଭକତ ଭରଷା କରି

ଆସିଛି ଦର୍ଶନ କରି

ଭାବ ଯମୁନା ରେ ତାର ଉଠେ ଲହରୀ ।

ଉଠ ଉଠ ମଣିମା ହେ ———–।୨।

 

କୋଟି କାମ ଜିଣା ରୂପ

ଦେଖି ହରିବ ସନ୍ତାପ

ସଅଳ ଉଠ କାଳିଆ ନକର ଡେରି ।

ଉଠ ଉଠ ମଣିମା ହେ———-।୩।

 

ତେନ୍ତୁଳିପଦୀ , ହାଟଡିହି , କେନ୍ଦୁଝର

   

Related posts

ଉତ୍କେଲା ରେ ଶାରଦୀୟ ନବରାତ୍ରୀ ପୂଜା

Sunil Chandra Nayak

ଜିଲ୍ଲା ପରଜା ସମାଜର ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

କୋକସରା ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ ର ୩ ଛାତ୍ରୀ ଯୋଗ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ

Leave a Comment

error: Content is protected !!