ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା  ଉଠ ମଣିମା

   ଉଠ ମଣିମା

    ପ୍ରତାପ କିଶୋର ରାଉତ

 

ଉଠ ଉଠ ମଣିମା ହେ ନକର ଡେରି

ପ୍ରାଚୀ ରେ ନବ ଅରୁଣ  

ଲୁଚିଲେଣି ତାରା ଗଣ

ପହୁଡ଼ ତେଜ କାଳିଆ କରେ ଗୁହାରି ।

ଉଠ ଉଠ ମଣିମା ହେ———।0।

 

ଶୁଭ ଶଙ୍ଖ ବାଜିଲାଣି

ଭକତ ରୁଣ୍ଡ ହେଲେଣି

ଅଳସ ତେଜ ଅଙ୍ଗ ରୁ ବାଙ୍କ ବିହାରୀ ।

ଉଠ ଉଠ ମଣିମା ହେ———-।୧।

 

ଭକତ ଭରଷା କରି

ଆସିଛି ଦର୍ଶନ କରି

ଭାବ ଯମୁନା ରେ ତାର ଉଠେ ଲହରୀ ।

ଉଠ ଉଠ ମଣିମା ହେ ———–।୨।

 

କୋଟି କାମ ଜିଣା ରୂପ

ଦେଖି ହରିବ ସନ୍ତାପ

ସଅଳ ଉଠ କାଳିଆ ନକର ଡେରି ।

ଉଠ ଉଠ ମଣିମା ହେ———-।୩।

 

ତେନ୍ତୁଳିପଦୀ , ହାଟଡିହି , କେନ୍ଦୁଝର

   

Related posts

ନର୍ଥ ଆଫ୍ରିକା(ତୁନିଶିଆ)ଦେଶରୁ କ୍ରିଷ୍ଣା ଡିକେଙ୍କୁ ନିମନ୍ତ୍ରଣ

Sunil Chandra Nayak

ମଧୁମାଧଵ ତୀର୍ଥ ରେ ଶ୍ରୀ ରାମ ନବମୀ ମହୋତ୍ସବ ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ

Sunil Chandra Nayak

ଟ୍ରାକଟର ଓ କାର ଧକ୍କା ରେ କାର ଜଳିଗଲା

Leave a Comment

error: Content is protected !!