ଉଠ ମଣିମା
ପ୍ରତାପ କିଶୋର ରାଉତ
ଉଠ ଉଠ ମଣିମା ହେ ନକର ଡେରି
ପ୍ରାଚୀ ରେ ନବ ଅରୁଣ
ଲୁଚିଲେଣି ତାରା ଗଣ
ପହୁଡ଼ ତେଜ କାଳିଆ କରେ ଗୁହାରି ।
ଉଠ ଉଠ ମଣିମା ହେ———।0।
ଶୁଭ ଶଙ୍ଖ ବାଜିଲାଣି
ଭକତ ରୁଣ୍ଡ ହେଲେଣି
ଅଳସ ତେଜ ଅଙ୍ଗ ରୁ ବାଙ୍କ ବିହାରୀ ।
ଉଠ ଉଠ ମଣିମା ହେ———-।୧।
ଭକତ ଭରଷା କରି
ଆସିଛି ଦର୍ଶନ କରି
ଭାବ ଯମୁନା ରେ ତାର ଉଠେ ଲହରୀ ।
ଉଠ ଉଠ ମଣିମା ହେ ———–।୨।
କୋଟି କାମ ଜିଣା ରୂପ
ଦେଖି ହରିବ ସନ୍ତାପ
ସଅଳ ଉଠ କାଳିଆ ନକର ଡେରି ।
ଉଠ ଉଠ ମଣିମା ହେ———-।୩।
ତେନ୍ତୁଳିପଦୀ , ହାଟଡିହି , କେନ୍ଦୁଝର