ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ, ଜିଲାରେ ପ୍ରଭାବ ପକାଇଛି ବିକାଶ ମେଳା,କୋଟିଏ ଟଙ୍କାର ଏସଏଚଜି ବ୍ୟବସାୟ

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ, ଜିଲାରେ ପ୍ରଭାବ ପକାଇଛି ବିକାଶ ମେଳା,କୋଟିଏ ଟଙ୍କାର ଏସଏଚଜି ବ୍ୟବସାୟ

ଲକ୍ଷ୍ମୀପୁର ୧୯/୦୬/୨୫ -+  ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ପୋଲିସ ପ୍ୟାରେଡ ପଡ଼ିଆ ଠାରେ ସାତଦିନ ଧରି ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ ହୋଇଯାଇଛି। ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ବିଧାୟକ ରଘୁରାମ ମାଛ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।୧୬ ତାରିଖ ରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇଥିଲେ। ଜିଲ୍ଲାପାଳ ଭି କୀର୍ତ୍ତି ୱାସନଙ୍କ ପ୍ରତ୍ୟକ୍ଷ ତ୍ବତାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ କୋଟପାଡ ବିଧାୟକ ରୁପୁ ଭତ୍ରା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ପେନସନ ଅଭିଯୋଗ ନିର୍ଦେଶକ ତଥା ସାଧାରଣ ପ୍ରଶାସନ ଓଡିଶାର ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାସ, କୋରାପୁଟ ଏସପି ରୋହିତ ବର୍ମା,ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଓ ଦେଵୀ ପ୍ରସାଦ ମହାନ୍ତି, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ,କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ସୁନାବେଡା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,କୋରାପୁଟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା,କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ,କୋରାପୁଟ ବିଡିଓ ଦେବାଶିଷ ଗୌଡ଼ , କୋରାପୁଟ ଓରମାସ କାର୍ଯ୍ୟନିର୍ବାହୀ ଅଧିକାରୀ ରୋସନ କାର୍ତ୍ତିକ ପ୍ରମୁଖ ଯୋଗଦାନ କରିଥିଲେ।ଓରମାସ ପକ୍ଷରୁ ୭୦ ଟି ଷ୍ଟଲ କରାଯାଇଥିବା ବେଳେ ୯୭ ଲକ୍ଷ ଟଙ୍କାର ବ୍ୟବସାୟ ହୋଇ ଥିଲା। ଏଥିରେ କୋରାପୁଟ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷି ଉତ୍ପାଦକ ସଂଗଠନ ଗୁଡିକ ଉପକୃତ ହୋଇଥିଲେ। ଏଥି ସହ ସୁଭଦ୍ରା ପାରମ୍ପରିକ ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା । ଯେଉଁଥିରେ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରାଯିବା ସହ ବିକ୍ରୀ କରାଯାଇଥିଲା।ଏହି ବିକାଶ ମେଳା ସମୟ ରେ ଓଡ଼ିଶାର ଗଣପର୍ବ ରଜ ଥିବା ବେଳେ ମେଳାରେ ଦୋଳି, ଖେଳ କୁଦ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସହର ବାସି ଉପଭୋଗ କରିଥିଲେ।ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବିକାଶ ମେଳା ଏକ ଅଭିନବ ପ୍ରୟାସ ବୋଲି ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି। 

ପ୍ରମୋଡ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ରଜ କୁଇନ୍ ଆନନ୍ଦିନୀ ମିଶ୍ରଙ୍କୁ ପୁରସ୍କୃତ କଲେ ଚକୋଲେଟ ଟି ଷ୍ଟଲ ପ୍ରୋପାଇଟର

Sunil Chandra Nayak

ରେଳବାଇ ର ଅବହେଳା କୁ ବରଦାସ୍ତ କରାଯିବ ନାହିଁ, ଦାବି ହାସଲ ପାଇଁ ସମ୍ମିଳିତ ଲଢେଇ ର ଆହ୍ୱାନ

ପ୍ରଥମ ବାର୍ଷିକୀ ଭାଗବତ ଜ୍ଞାନ ଯଜ୍ଞ ସପ୍ତ ଦିନରେ ଉଦଯାପିତ 

masiha

Leave a Comment

error: Content is protected !!