ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ଠାରେ ଓଡ଼ିଆ ଚଳଚ୍ଚିତ୍ର ‘ ଦମନ ‘ ପ୍ରଦର୍ଶିତ

ସୁନ୍ଦରଗଡ଼ଠାରେ ଓଡ଼ିଆ ଚଳଚ୍ଚିତ୍ର ‘ ଦମନ ‘ ପ୍ରଦର୍ଶିତ

ସୁନ୍ଦରଗଡ଼, ୧୯/୦୬/୨୫: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ଏବଂ କେତେକ କାର୍ଯ୍ୟକ୍ରମ ଗୁଡ଼ିକ ଆଗକୁ ଆୟୋଜିତ ହେବ। 

 ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଅଛି। ଏହି ଅବସର ରେ ସଚେତନତାଧର୍ମୀ ” ଦମନ୍” ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ପ୍ରସାର ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 

ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଶ୍ରୀ ଗୋପ କୃଷ୍ଣ ନାୟକ, ଶ୍ରୀ ଦେବେନ୍ଦ୍ର ଅମାତ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କାଉନସିଲର ଶ୍ରୀ ସୁମନ୍ତ ସାହୁ, ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଆଶା କର୍ମୀ ଏବଂ ଜନସାଧାରଣ ଉପସ୍ଥିତ ରହି ଚଳଚ୍ଚିତ୍ର ଦେଖିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୩ମାସର ଚାଉଳ ବଣ୍ଟନ ମହଲତ ଆଜି ଶେଷ, ୩ପଞ୍ଚାୟତ ପାଇଲେ ୩ପାଇଲେ ନି

Sunil Chandra Nayak

ସ୍କୁଲ ପାଚିକା ପ୍ରସଙ୍ଗ –  ଶିକ୍ଷା କମିଟିର ଆଭ୍ୟନ୍ତରୀଣ ବ୍ୟାପାର , ବାହ୍ୟଶକ୍ତି ପ୍ରୟୋଗ ତଦନ୍ତକୁ ଭଣ୍ଡୁର କରିବା ଅପଚେଷ୍ଟା ବିଫଳ

Sunil Chandra Nayak

ବଦଳିବ ସତିଘାଟ ପ୍ରକଳ୍ପର ଭାଗ୍ୟ ,ଉପକୃତ ହେବେ ଶହ ଶହ ଚାଷୀ

Sunil Chandra Nayak

Leave a Comment

error: Content is protected !!