ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ୱାନ ଷ୍ଟପ ସେଣ୍ଟର “ସଖି କାର୍ଯ୍ୟକ୍ରମ ର ଟାସ୍କ ଫୋର୍ସ କମିଟି ବୈଠକ 

“ୱାନ ଷ୍ଟପ ସେଣ୍ଟର “ସଖି କାର୍ଯ୍ୟକ୍ରମ ର ଟାସ୍କ ଫୋର୍ସ କମିଟି ବୈଠକ 

ନବରଙ୍ଗପୁର:( ତା ୧୯-୦୬-୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହ ଠାରେ ସଖି ୱାନ୍ ଷ୍ଟପ୍ ସେଣ୍ଟର ର ଜିଲ୍ଲା ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ୍ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦୌପଦୀ କହଁର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଶିଶୁ ମଙ୍ଗଳ କମିଟି ଅଧକ୍ଷା ଅଜନ୍ତା ଶୁଭଦର୍ଶନୀ , ଏଡି ପିଏଚ ଓ ଡ ମଳୟ ତ୍ରିପାଠୀ, ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଏ ଡି ଡବ୍ଲୁ ଓ ଭରତ ଚନ୍ଦ୍ର ସାହୁ , ଅତିରିକ୍ତ ଶ୍ରମ ଅଧିକାରୀ ସଂଗ୍ରାମ ଭୂମୀୟ,ଶ୍ରମ ଅଧିକାରୀ ଛୋଟ ରାୟ ଟୁଡୁ, ଶକ୍ତି ସଦନ ପରିଚାଳିକା ଗୀତାଞ୍ଜଳୀ ପାଣିଗ୍ରାହୀ, ନବରଙ୍ଗପୁର ଶକ୍ତି ସଦନ ପରିଚାଳିକା ମମତା ପରିଛା , ଜିଲ୍ଲାର ସମସ୍ତ ସି ଡି ପି ଓ, ସୁପର ଭାଇଜର କର୍ମକର୍ତ୍ତା ଅଙ୍ଗନ୍ ଟ୍ରଷ୍ଟ କର୍ମ କର୍ତ୍ତା ଶୋଭା କୋର୍ଡିନେଟର, ଚାଇଲଡ ଲାଇନ ଷ୍ଟାଫ ଉପସ୍ଥିତ ଥିଲେ ଏବଂ ଏଥିରେ ନିର୍ଯ୍ୟାତିତ ମହିଳା ଓ ବାଳିକା ମାନଙ୍କ ପ୍ରତି ହେଉଥିବା ହିଂସା ନିମନ୍ତେ ୱାନ ଷ୍ଟପ ସେଣ୍ଟରର ଭୂମିକା ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରାଗଲା । ୨୦୧୯ ମସିହାରୁ ୨୦୨୫ ମସିହା ପଯ୍ୟନ୍ତ ୧୦୩୯ କେସ୍ ପଞ୍ଜିକରଣ ହୋଇଛି, ସେଥି ମଧ୍ୟରୁ ଘରୋଇ ହିଂସା, ଯୌତୁକ ଜନିତ ହିଂସା , ନିଖୋଜ, ଅପହରଣ , ବଳାତ୍କାର , ସାଇବର କ୍ରାଇମ, ବାଲ୍ୟବିବାହ , ଡାହାଣୀ ଶିକାର, ଶିଶୁ ଯୌନ ଶୋଷଣ, ମହିଳା ଚାଲାଣ , କର୍ମ କ୍ଷେତ୍ରରେ ଯୌନ ନୀର୍ଯ୍ୟତନା ସମସ୍ତ କେସ ଏଥିରେ ଅନ୍ତଭୁକ୍ତ ଅଟେ। ସେଥିରୁ ୧୯୩୮କେସ ପଞ୍ଜିକରଣ ହୋଇଥିବା ବେଳେ ୯୯୦ ସଫଳତା ପାଇଛି ମନାସତାତ୍ୱିକ, ପୋଲିସ ସହାୟତା, ଡାକ୍ତରୀ ସହାୟତା, ଆଇନ ସହାୟତା, ଆଶ୍ରୟ ଦିଆଯିବାରେ ସଫଳ ହୋଇଛି ବୋଲି କେନ୍ଦ୍ର ପରିଚାଳିକା ରଞ୍ଜିତା ସାହୁ ଦର୍ଶାଇ ଥିଲେ । ପଲ୍ଲୀ ସଭା , ଗ୍ରାମ ସଭା, ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମରେ ସଖି କେନ୍ଦ୍ରକୁ ଡାକିବା ପାଇଁ ତଥା କାନ୍ଥରେ ଲିପିବଦ୍ଧ କରିବା ପାଇଁ ଆଇନ ପରାମର୍ଶ ଦାତ୍ରୀ କିଶୋରୀ ପଟ୍ଟନାୟକ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସ୍ମରଣିକା ପଟ୍ଟନାୟକ, ପିନି ଖୋସଲା, ଦାମିନୀ ବାଳା ନାୟକ, ଜସ୍ମିନ ସିଂ, ଗୀତାଞ୍ଜଳି ପାଣିଗ୍ରାହୀ ଏବଂ ସ୍ଵର୍ଣ୍ଣଲତା ବେନିଆ ସଂଯୋଜନା କରିଥିଲେ lଶେଷରେ ନନ୍ଦାହାଣ୍ଡି ସି ଡି ପି ଓ ସସ୍ମିତା ମହାନ୍ତି ଧନ୍ୟବାଦ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବନ୍ଧୁଗାଁରେ  ଖରିପ ମାଣ୍ଡିଆ ମଣ୍ଡି ଉଦ୍ଘାଟନ

masiha

‘ନବୀନ’ କାର୍ଯ୍ୟାଳୟରେ 76ତମ ସାଧାରଣତନ୍ତ୍ର ଦିବସ ପାଳିତ, ଦେଶାତ୍ମକବୋଧ କବିତା ପାଠୋତ୍ସବ

masiha

ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )-୨୦୨୬ ଅଧୀନରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ମୋଟ ଭୋଟର ସଂଖ୍ୟା ୨, ୧୧, ୪୯୮

Sunil Chandra Nayak

Leave a Comment

error: Content is protected !!