ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍ ଦୁଇ ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ 

ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍ ଦୁଇ ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ 

ରାୟଗଡ଼ା ତା ୨୦/୦୬():-ରାୟଗଡ଼ାର ସାଇ ପ୍ରିୟା ନଗର ଦ୍ୱିତୀୟ ଲାଇନ୍ ମିନି ପାର୍କ ଠାରେ ମା ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ରାୟଗଡ଼ା ଜିଲ୍ଲା କଳାକାର ମହସଂଘ ସହଯୋଗରେ ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍ ଦୁଇ ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଥର ପାଇଁ ବିଗତ ବର୍ଷ ଅଗଷ୍ଟ ୪ ତାରିଖ ୨୦୨୪ ରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା ଚଳିତ ବର୍ଷ ମଧ୍ଯ ଏହା ଜୁଲାଇ ମାସ ୨୦ ତାରିଖ ଦିନ ୧୦ ଟା ସମୟରେ ରାୟଗଡ଼ାର ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ୍ ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୁଚନା ପ୍ରଦାନ କରିଛନ୍ତି। ଏଥିରେ ବିଭିନ୍ନ କ୍ଷେତ୍ରରେ ସମାଜରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଧନା କରିବା ସହ ଜିଲ୍ଳାର ବିଭିନ୍ନ ସ୍ତରର ଯୋଗ୍ୟ କଳାକାର ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯିବ। ଜିଲ୍ଲାର କଳାକାର ମାନଙ୍କୁ ଉଚ୍ସାହିତ ଓ ପ୍ରସ୍ଚାହିତ କରିବା ସହ ଆଞ୍ଚଳିକ ଭାଷା କଳା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ କରାଯିବାର ମୂଖ୍ୟ ଉଦ୍ଧେଶ୍ୟ ବୋଲି ମା ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ର ମେନେଜିଂ ଟ୍ରଷ୍ଟି ତଥା ରାୟଗଡ଼ା ଜିଲ୍ଲା କଳାକାର ମହାସଂଘର ସଭାପତି ସନ୍ତୋଷ କୁମାର ବଛା ଜଣାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୁପରିଚିତ ଜଣାଶୁଣା କଳାକାର ପ୍ରଭାକର ମିଶ୍ର, ସୁନାମଧନ୍ୟ ଅଭିନେତା ଜି ମହେଶ ରାଓ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘର ଉପ ସଭାପତି ଗୁପ୍ତେଶ୍ୱର ସିକା, ସମ୍ପାଦିକା ପ୍ରିୟଦର୍ଶିନୀ ହୁଇକା, କୋଷାଧ୍ୟକ୍ଷ ମାନସୀ ମେଲାକା , ମିଡ଼ିଆ ସଂଯୋଜକ ମାଲେସ କୌଶଲ୍ୟା ପ୍ରମୁଖ ମଞ୍ଚାସିନ ରହିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ୭୫ ତମ କଳାହାଣ୍ଡି ଗଠନ ଦିବସ ପାଳିତ

masiha

ଆଜକୁ ୩ ଦିନ ହେଲା ବାଳକ ନିଖୋଜ: ମୋଟଙ୍ଗା ପୋଲିସ ର ତଦନ୍ତ ନିଷ୍କ୍ରିୟ 

Sunil Chandra Nayak

ଇ-ପଞ୍ଚାୟତ ସଭା ଉପରେ ତାଲିମ

Sunil Chandra Nayak

Leave a Comment

error: Content is protected !!