ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଵ୍ଳକ ପରିସରରେ ୧୨ ତମ ବିଶ୍ବ ଯୋଗ ଦିବସ ପାଳିତ

ରାଇରଙ୍ଗପୁର ଵ୍ଳକ ପରିସରରେ ୧୨ ତମ ବିଶ୍ବ ଯୋଗ ଦିବସ ପାଳିତ

ରାଇରଙ୍ଗପୁର – ୨୧/୦୬ ଭାରତୀୟ ସଂସ୍କୃତିରେ ଯୋଗ ଏକ ଅନନ୍ୟ ଅଟେ ।ବହୁ ପ୍ରାଚୀନତମ ଭାରତୀୟ ସଂସ୍କୃତିର ଅନନ୍ୟ ଉପହାର ହେଉଛି ଯୋଗ । ଭାରତୀୟ ପରଂପରାରେ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଯୋଗ ।ମହିମନିଷି,ଋଷିମାନେ ଯୋଗ କରି ଦିର୍ଘାୟୁ ଓ ନିରୋଗ ହେଉଥିଲେ ।ଜୀବନରେ ଶାରିରୀକ,ମାନସିକ,,ଆଧ୍ୟାତ୍ମିକ ଓ ଶୃଙ୍ଖଳିତ ଜୀବନ ବିକାଶ କ୍ଷେତ୍ରରେ ଯୋଗର ରହିଛି ସ୍ଵତନ୍ତ୍ର ଭୂମିକା ।ଯୋଗ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହିତ ମନ ଓ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସହାୟକ ହୁଏ ।ବସ୍ତୁବାଦୀ ଦୁନିଆଁରେ ଲୋକେ ଅର୍ଥ ପଛରେ ପଡି ଅଶାନ୍ତ ଜୀବନ ବିତାଉଛନ୍ତି ।ପ୍ରାଚୁର୍ଯ୍ଯତା ଭିତରେ ଶାନ୍ତି ଖୋଜୁଛନ୍ତି ।ଯୁବ ମହଲରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି ।ସମସ୍ତ ବୟସ ବର୍ଗରେ ଅସୁସ୍ଥତା ଓ ମାନସିକ ଅଶାନ୍ତି,ଏକଲାପଣ,ଅବସାଦ ଗ୍ରସ୍ତ,ଚିଡିଚିଡାପଣ ବୃଦ୍ଧି ପାଉଛି ।ଅସ୍ଵାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ଅଣ ସଂକ୍ରାମକ ରୋଗ ଶିଘ୍ର ବ୍ୟାପୁଥିବା ବେଳେ ଶାରିରୀକ ନିଷ୍କ୍ରିୟତା,ଦିର୍ଘସମୟ ଵସିରହିଵାରକାର୍ଯ୍ଯ,ଅସ୍ବାସ୍ଥ୍ଯକର ଖାଦ୍ୟଶୈଳୀ,ଜଙ୍କଫୁଡ, ଧୂମପାନ,,ନିଶା ସେବନ ଏଥିପାଇଁ ଦାୟୀ ।ଦେଶର ଦୁଇ- ତୃତୀୟାଂଶ ମୃତ୍ୟୁ ହେଉଛି ଏଥିପାଇଁ । ତେଣୁ ସମସ୍ତେ ଶାରିରୀକ ଓ ମାନସିକ ସନ୍ତୁଳନ ପାଇଁ ଯୋଗ କରିବା ହିଁ ଆବଶ୍ୟକ ।

ଆଜି ରବିବାର ଏହି ପବିତ୍ର ଜୁନ ୨୧ ଯୋଗ ଦାସ ଅବସରରେ ରାଇରଙ୍ଗପୁର ବ୍ଳକ ଅଧିକାରାଣୀ ନାରାୟଣୀ ପ୍ରିୟଦର୍ଶିନୀ ଙ୍କ ମାର୍ଗଦର୍ଶନ ରେ ବିଶ୍ଵ ଯୋଗ ଦିବସ ପୂର୍ଵାହ୍ନ ୭ ଘଟିବାରୁ ୯ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ।ଯୋଗଗୁରୁ ପ୍ରେମାନନ୍ଦଜୀ ଯୋଗ ମନୁଷ୍ୟ ଜୀବନ ଉପରେ ଆବଶ୍ୟକତା ଉପରେ ଆଲୋକପାତ କରିବାରେ ବିଭିନ୍ନ ପ୍ରକାରଯୋଗାସନ, ପ୍ରାଣାୟମ, ଅନୁଲୋମ ବିଲୋପ, ପତ୍ରିକା ପ୍ରାଣାୟମ ଉପରେ ପ୍ରଶିକ୍ଷଣ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଏବିଡିଇଓ ସୁରାଇ ମାର୍ଣ୍ଡି, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ଅଂଶୁମାନ ସାମଲ,, ସହକାରୀ ଯନ୍ତ୍ରୀ ଇଂ ଅମିତା ମାଝୀ,କନିଷ୍ଠ ଯନ୍ତ୍ରୀ ଇଂ ପ୍ରଶାନ୍ତ ସାମଲ, ବିଏସଏସଓ ସୋମବାରି ମୁର୍ମୁ,କନିଷ୍ଠ ଯନ୍ତ୍ରୀ ଇଂ ରାମ ମାଂଝୀ , ସୁଶାନ୍ତ ମହାନ୍ତି, ପଦ୍ମଲୋଚନ ପାତ୍ର ,ସାମ୍ବାଦିକ ଅକ୍ଷୟ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଆଶା କର୍ମୀ ସଂଘ ପକ୍ଷରୁ ୧୪ ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

ମାନବିକତା ଦେଖାଇ କିଟ ନାଶକ ଔଷଧ ଖାଇ ଥିବା ୧୯ ବର୍ଷ ଝିଅ କୁ ମେଡ଼ିକାଲ ପହଞ୍ଚାଇଲେ ରାଜସ୍ବ ନୀରିକ୍ଷକ

masiha

ପରିବେଶ ସୁରକ୍ଷା ପାଇଁ କନ୍ୟାକୁମାରୀ ରୁ ଭୋପାଳ ସାଇକଲ ଯାତ୍ରା

Sunil Chandra Nayak

Leave a Comment

error: Content is protected !!