ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜୁନାଗଡ଼, ୨୧/୦୬(ମନୀସ 🙂 ବିଜ୍ଞାପିତ ଅଞ୍ଚଳ ପରିଷଦ (NAC), ଜୁନାଗଡ଼ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଯୋଗ ଶିବିରରେ ଯୋଗ ଗୁରୁ ନବ କିଶୋର ବେହେରା ଯୋଗର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ପ୍ରଦର୍ଶନ କରିଥିଲେ। ସେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବାର ସନ୍ଦେଶ ଦେଇଥିଲେ।କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ହିମଦ୍ରୀ ନାଏକ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ, ବରିଷ୍ଠ ସାମ୍ବାଦିକ ଶ୍ରୀ ସନ୍ତୋଷ ସିଂଦେଓ, ସାମ୍ବାଦିକ ଆଦିତ୍ୟ ମହାନ୍ତି, ସ୍ୱଚ୍ଛ ଅଧିକାରୀ ବାଳକୃଷ୍ଣ ବଞ୍ଜରା, ସ୍ୱଚ୍ଛ ସାଥୀ ସୁପରଭାଇଜର ଦୀପ୍ତି ପ୍ରଭା ତନ୍ତୀ, ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲର, କର୍ମଚାରୀ ଏବଂ ସମସ୍ତ ସ୍ୱଚ୍ଛ ସାଥୀ ଉପସ୍ଥିତ ରହି ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ଶେଷରେ ଯୋଗ ମାଧ୍ୟମରେ ଏକ ସୁସ୍ଥ, ସଚେତନ ଓ ସକ୍ରିୟ ସମାଜ ଗଠନ ପାଇଁ ସମସ୍ତେ ସଂକଳ୍ପ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟି ସଫଳ ଭାବେ ସମ୍ପନ୍ନ ହୋଇଥିବା ବେଳେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗାଁ ମଙ୍ଗଳ ପାଇଁ ଆଦିବାସୀଙ୍କ ଧନ ଲଷ୍ମୀ ପୂଜା ପାଳନ ହୋଇଯାଇଛି 

Sunil Chandra Nayak

ଶେଷ ହେଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ପଞ୍ଚମ ବାର୍ଷିକ ଉତ୍ସବ

masiha

ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ /ଧର୍ମପରାୟଣ ବ୍ୟକ୍ତି ତଥା ଆଳତୁମା ଗ୍ରାମସଭାର ଉପଦେଷ୍ଟା ମଦନମୋହନ ମହାନ୍ତି

Sunil Chandra Nayak

Leave a Comment

error: Content is protected !!