ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଷ୍ଟମ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ.

ଅଷ୍ଟମ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ.

ରାଉରକେଲା: ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ଏକ ଗଭୀର ସଂଯୋଗ ରହିଛି । ବଣ ନଷ୍ଟ ହେତୁ ବୃକ୍ଷର ସଂଖ୍ୟା ହ୍ରାସ ପାଉଛି । ଯାହା ପରିବେଶରୁ ଅଙ୍ଗାରକାମ୍ଳ ଗ୍ୟାସକୁ ଶୋଷିବାର କ୍ଷମତାକୁ କମ୍ କରିଦେଉଛି । ଅଧିକ ଅଙ୍ଗାରକାମ୍ଳ ଗ୍ୟାସ ବାୟୁମଣ୍ଡଳରେ ରହିବା ଯୋଗୁଁ ଗ୍ଲୋବାଲ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରୁଛି । ମୁଖ୍ୟତଃ କୃଷି କାର୍ଯ୍ୟ, ନଗରୀକରଣ, ଇନ୍ଧନ ପାଇଁ କାଠ ସଂଗ୍ରହ ଓ କାଠ ମାଫିଆଙ୍କ କାର୍ଯ୍ୟକଳାପ ପାଇଁ କ୍ରମାଗତ ଭାବରେ ଜଙ୍ଗଲ ନଷ୍ଟ ହୋଇଚାଲିଛି । ଏତଦ୍‌ଦ୍ୱାରା ପରିବେଶ ଉପରେ ଗଭୀର ପ୍ରଭାବ ପଡ଼ୁଛି । ଜଙ୍ଗଲ ହ୍ରାସ ହେତୁ ଜୀବଜନ୍ତୁମାନଙ୍କର ବାସସ୍ଥାନ ନଷ୍ଟ ହୋଇଯାଉଛି ଏବଂ ଜଳବାୟୁ ପରିବର୍ତ୍ତନ ହୋଇ ମାଟି କ୍ଷୟ ହୋଇଚାଲିଛି । ଜଙ୍ଗଲ ସଂପଦର ଅଭାବ ଦେଖାଯାଉଛି ଏବଂ ଅନେକ ଅର୍ଥନୈତିକ କ୍ଷତି ମଧ୍ୟ ସହ୍ୟ କରିବାକୁ ପଡ଼ୁଛି ମାନବ ସମାଜକୁ । ଲଗିଂ, ଖଣି ଖନନ ଏବଂ ଅନ୍ୟାନ୍ୟ ଶିଳ୍ପ କାରଖାନା, କାଠ ମାଫିଆମାନଙ୍କ ଦ୍ୱାରା ଯେଉଁ ହାରରେ ଜଙ୍ଗଲ ନଷ୍ଟ ହେଉଛି ଜଣାପଡ଼ୁଛି ଆଗକୁ ଆଉ ଜଙ୍ଗଲ ନ ଥିବ । ଏଣୁ ଜଙ୍ଗଲ ସଂରକ୍ଷଣ ଉପରେ ଧ୍ୟାନ ଦେବା, ପୁନଃ ନବୀକରଣ କରିବା ଓ ଜନସାଧାରଣଙ୍କୁ ଜଙ୍ଗଲର ମହତ୍ତ୍ୱ ବିଷୟରେ ସଚେତନ କରାଇବା ହେଉଛି ସମୟର ଆହ୍ୱାନ । ଏହାକୁ ଆଧାର କରି ସାନ୍ତାଳୀ ଭାଷାର ନାଟକ ‘ଚିକାତେ ବଦଲେନା ଧରତୀ ଦିଶମ’ ମଞ୍ଚସ୍ଥ ହୋଇଥିଲା ସିଭିକ୍ ସେଣ୍ଟର ମଞ୍ଚରେ । ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ରାଉରକେଲାର ଅନ୍ୟତମ ଅଗ୍ରଣୀ କଳା ସଂସ୍କୃତିର ଅନୁଷ୍ଠାନ ସ୍ପନ୍ଦନ ଆୟୋଜିତ ୮ମ ସର୍ବଭାରତୀୟ ଆଦିବାସୀ ନାଟକ ଓ ନୃତ୍ୟ ମହୋତ୍ସବ-୨୦୨୫ ଆନୁଷ୍ଠାନିକ ଭାବରେ ସିଭିକ୍ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇ ଜୁନ ୨୧ ତାରିଖରେ ସମାପ୍ତ ହେବ । ଉଦ୍‌ଘାଟନୀ ଦିବସରେ ଯଶିପୁର, ମୟୁରଭଞ୍ଜରୁ ଆସିଥିବା କଳାକାରମାନେ ସିଦ୍ଧିଲାଲ ସୋରେନଙ୍କ ରଚିତ ତଥା ମେଘରାୟ ସୋରେନଙ୍କ ନିର୍ଦ୍ଦେଶନାରେ ନାଟକଟି ପରିବେଷିତ ହୋଇଥିଲା । ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଏବଂ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ପ୍ରବନ୍ଧକ (ସହରସେବା ଓ କର୍ପୋରେଟ ସୋସିଆଲ ରେସ୍‌ପନସିବିଲିଟି), ରାଉରକେଲା ଇସ୍ପାତ କାରଖାନା ତପନ କୁମାର ଜି କାନେକର ଯୋଗଦେଇ ‘ସ୍ପନ୍ଦନ’ ଅନୁଷ୍ଠାନର ସହିତ ବିଭିନ୍ନ ଭାଷା ଭିତ୍ତିକ ନାଟଧାରାର ଉତ୍‌ଥାନ ପାଇଁ ଅନୁଷ୍ଠାନର ପ୍ରାୟସକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ନାଟକ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଜାମସେଦପୁରର ମହମ୍ମଦ ନିଜାମଙ୍କୁ ନାଟ୍ୟ ଗୌରବ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା । ନାଟକ ଆରମ୍ଭ ପୂର୍ବରୁ କୁରୁଖ୍ ଯୁବ ସଂଘ, ଆଦିବାସୀ ଝୁମୁର ଅମ୍ପେୟାର, ମଧୁସୂଦନ ଶିକ୍ଷା ନିବାସର କଳାକାରମାନେ ଆଦିବାସୀ ଲୋକନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ ପରେ କଳାକାରମାନଙ୍କୁ ସମ୍ମାନଜନକ ଫଳକ ପ୍ରଦାନ କରାଯାଇଥିଲା । ମଧୁସୂଦନ ଶିକ୍ଷା ନିବାସର କଳାକାରମାନଙ୍କୁ ସ୍ୱାଗତ ସଂଗୀତ ଗାନ କରିଥିବା ପାଇଁ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଆରମ୍ଭରେ ସଭାର ସଭାପତି ତଥା ଅନୁଷ୍ଠାନର ସାଧାରଣ ସଂପାଦକ ପ୍ରଫେସର (ଡ.) ସମର ମୁଦାଲି ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଡ. ସତ୍ୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଝିଲିମା ମହାନ୍ତି ପରିଚାଳନା କରିଥିଲାବେଳେ ଅନୁଷ୍ଠାନର କ୍ଷୀରୋଦ ବାଡ଼ତ୍ୟା, ଶିଶିର ମୁଦାଲି, ରମେଶ ଗୌଡ଼, କ୍ରିଷ୍ଣା ସିଂ, ସୁଦିଶ ମିଶ୍ର, ଅମୂଲ୍ୟ ବେହେରା, ମିହିର ମେହେର, ବିଧାନ ଚକ୍ର କୁମାର, ନରୋତ୍ତମ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ସହାୟତା ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ 

masiha

ଦାଦନ ଖଟିବାକୁ ଯାଇ ଫେରୁ ଥିବା ସମୟରେ ୨୧ବର୍ଷୀୟ ଯୁବକ ନିଖୋଜ

Sunil Chandra Nayak

Demand for Arrest of Bank Manager After Tribal Man Allegedly Forced to Bring Exhumed Sister’s Remains to Claim ₹19,300 ex MP NIRANJAN BISHI

Sunil Chandra Nayak

Leave a Comment

error: Content is protected !!