ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବ୍ଲକ୍ ଓ ଏନଏସି ର ମିଳିତ ଉଦ୍ୟମରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୫ ପାଳିତ

ଧର୍ମଗଡ଼ ବ୍ଲକ୍ ଓ ଏନଏସି ର ମିଳିତ ଉଦ୍ୟମରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୫ ପାଳିତ

 ଧର୍ମଗଡ଼ ବ୍ଲକ୍ ଓ ଏନଏସି ର ମିଳିତ ଉଦ୍ୟମରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି।

ଏଥିରେ ଧର୍ମଗଡ଼ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବ୍ୟକ୍ତି ବିଶେଷ,ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା,ଗାୟତ୍ରୀ ପରିବାର ସଦସ୍ୟମାନେ ଏହିଭଳି ସମୁଦାୟ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ୍ବ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଡିଓ,ସଦାଶିବ ନାୟକ,ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ,ଡେପୁଟି କଲେକ୍ଟର ଶ୍ରୀ ଚୋଡ଼ଗଙ୍ଗ ପ୍ରଧାନ, ନଗରପାଳ ଅଶୋକ କୁମାର ମହାନ୍ତି, ବି.ଇ.ଓ ଶ୍ରୀମତୀ ପଙ୍କଜୀନି ମାଝୀ,ସି. ଡି.ପି.ଓ ଶ୍ରୀମତୀ ଧରିତ୍ରୀ ତ୍ରିପାଠୀ,ବିଜ୍ଞାପିତ ଅଞ୍ଚଳ ପରିଷଦ ଧର୍ମଗଡ଼ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲ୍ଲୋ ପ୍ରମୂଖ ଅତିଥି ଭାବେ ଯୋଗ ଦେଇ ପ୍ରାଚୀନ ଭାରତରେ ତଥା ବୈଦିକ ଯୁଗରେ ଋଷି ମୁନି ମାନେ ନିଜ ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଯୋଗ କରୁଥିଲେ ସୁସ୍ଥ ଓଡ଼ିଶା ଓ ସୁସ୍ଥ ଭାରତ ଗଠନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ଗୁରୁତ୍ୱ ଦେବା ପାଇଁ ଉପସ୍ଥିତ ଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ।ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗକୁ ବିଶ୍ଵର ମାନ୍ୟତା ପ୍ରଦାନ ପାଇଁ ଜାତିସଂଘର ଏକ ସାଧାରଣ ସଭାରେ ପ୍ରସ୍ତାବ ରଖିଥିଲେ ଏବଂ ତାହା ଅନୁମୋଦନ ହୋଇ ସମଗ୍ର ବିଶ୍ଵର ପ୍ରାୟ ୧୭୭ ଟି ଦେଶ ଏହାକୁ ଗ୍ରହଣ କରି ସାରିଲେଣି ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମରେ ଯୋଗ ଗୁରୁ ଶିଶିର ମେହେର ଓ ରଞ୍ଜିତ ପଣ୍ଡା ଶିକ୍ଷାର୍ଥୀ ମାନଙ୍କୁ ଯୋଗ ଶିଖାଇଥିଲେ ଶେଷରେ ନଗରପାଳ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ,ଏହି କାର୍ଯ୍ୟକ୍ରମକୁ ଧର୍ମଗଡ଼ ବ୍ଲକ୍ ଓ ଏନଏସି ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସମ୍ବିଧାନ ଦିବସ         

masiha

ନୂଆପଡା ମିନିଷ୍ଟାଡିୟମ ଠାରେ ୭୪ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ନୂଆପଡ଼ା ଜିଲ୍ଲା ତୀଖାଲି ଲୋୟର ଜଳ ସେଚନ ପ୍ରକଳ୍ପ ରେ ଜଳ ସ୍ତର୨୬୩.୦୭୦ ମିଟର ରହିଥିବା ବେଳେ ପ୍ରତି ସେକେଣ୍ଡ ରେ ୯୧.୧୦୧ କି ଜଳ ପ୍ରବେଶ

masiha

Leave a Comment

error: Content is protected !!