କାମାକ୍ଷାନଗର- (ମନିସ )2/4/23 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳର ରେଞ୍ଜର ନୂତନ ଅଫିସ୍ ଗୃହ ସମେତ ଜଗ୍ନନାଥ ବଜାର, ଗୁଣ୍ଡିଚା ନାଳି ,ମୁକ୍ତାପସିର କାମର୍ଦା ଓ କାଦ ବସନ୍ତରେ ନବ ନିର୍ମିତ ବିଟ ହାଉସ୍ ବନଖଣ୍ଡ ଅଧିକାରୀ ଉଦ୍ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କର କାମ୍ପା ଅନୁଦାନ ଯୋଜନାରେ ୨୦୨୨ -୨୦୨୩ ଆର୍ଥିକ ବର୍ଷରେ ପ୍ରାୟ ୬୫ ଲକ୍ଷ ଟଙ୍କା ବ୍ୟୟରେ ଏହି ନୂତନ ଅଫିସ୍ ଓ ବିଟ ହାଉସ୍ ନିର୍ମିତ ହୋଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଉଦଘାଟନ ଉତ୍ସବରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର କର ,ଏସ୍.ସି. ଏଫ ସୁବ୍ରତ କୁମାର ପାତ୍ର, ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ ବନବିହାରୀ ସର୍ଦ୍ଦାର ,ଫରେଷ୍ଟର ରମେଶ ଚନ୍ଦ୍ର ସାହୁ ଓ ଅଳାଁବେରେଣୀ ବିଟ୍ ର ଫରେଷ୍ଟର ରମେଶ ଚନ୍ଦ୍ର ପାଣି ଗ୍ରାହୀ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ