ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜନତା ଦଳର ମିଶ୍ରଣ ପର୍ବ

ଆଜି ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଚ୍ଚପଦା ପଞ୍ଚାୟତର ଏକ ମିଶ୍ରଣ ପର୍ବ ଟାଙ୍ଗୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଏହି ମିଶ୍ରଣ ପର୍ବରେ ଆମ ପ୍ରିୟ ଯୁବନେତା ହିମାଂଶୁ ମହାନ୍ତିଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ଅନେକ ଯୁବକ ସାଥି ବିଭିନ୍ନ ଦଳ ପରିତ୍ୟାଗ କରି ଅଞ୍ଚଳର ଯୁବନେତା ସମୀର ଖିଲାର ଙ୍କ ଆହ୍ୱାନରେ, ହିମାଂଶୁ ଭାଇଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ l ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ସାଧାରଣ ସମ୍ପାଦକ ନିହାର ମଲ୍ଲିକଙ୍କ ପୌରହିତ୍ୟରେ ଏହି ସଭାରେ ବରିଷ୍ଠ ସଂଗଠକ ଅଶୋକ ବାଇ, ବିଷ୍ଣୁ ଦାସ, ତ୍ରିଲୋଚନ ବେହେରା, ଅଶ୍ୱିନୀ ଷଡ଼ଙ୍ଗୀ, ଦେବାଶିଷ ମଲ୍ଲିକ ଦଳୀୟ ଉତ୍ତରୀୟ ଦେଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଆଗାମୀ ଦିନରେ ନବୀନ ବାବୁଙ୍କ ନେତୃତ୍ୱରେ ଟାଙ୍ଗୀ ସାଲେପୁର ଅଞ୍ଚଳରେ ବିଜେଡି ସଂଗଠନକୁ କିପରି ଆହୁରି ମଜବୁତ କରାଯାଇପାରିବ ସେ ବିଷୟରେ ଅଭିଭାଷଣ ରଖିଥିଲ ।

କଟକ ରୁ ସୁକାନ୍ତ ମହାପାତ୍ରଙ୍କ ରିପୋର୍ଟ

Related posts

ଧର୍ମଗଡ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳିତ

masiha

ପ୍ରଚାର ମଇଦାନରେ ବିଜେଡି ଦଳ, ବଢୁଛି ସମର୍ଥନ

masiha

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ କୁଶ ପୁତ୍ତଳିକା ଦାହ

masiha

Leave a Comment

error: Content is protected !!