ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ  “ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ “

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ 

“ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ “

ନବରଙ୍ଗପୁର:( ତା ୨୧.୬.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ମଣ୍ଡେଇ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସର ରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତ୍ ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍, ସି ଡି ଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ , ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ଅତିରିକ୍ତ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ଯଦୁମଣି ନାୟକ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ,କର୍ମଚାରୀ,ନବରଙ୍ଗପୁର ସହରର ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଚାପମୁକ୍ତ ଜୀବନ ସହ ଶାରୀରିକ,ମାନସିକ ଓ ଆଧ୍ୟାତ୍ମିକ ପ୍ରଗତିରେ ଯୋଗର ଏକ ବଡ ଅବଦାନ ରହିଛି। ଚଳିତ ବର୍ଷ” ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ” ବିଷୟକୁ ନେଇ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି।ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ ଯୋଗୁଁ ୨୦୨୧ ମସିହାରେ ଜାତିସଂଘ ତରଫରୁ ଜୁନ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ଘୋଷିତ କରାଯାଇଥିଲା। ବିଶାଖାପାଟଣା ରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଯୋଗ ଦିବସ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଭିଭାଷଣକୁ ସକାଳ ୬.୩୦ ମିନିଟ ସମୟରେ ପଡିଆ ରେ ଉପସ୍ଥିତ ସମସ୍ତେ ଆଭାସି ମାଧ୍ୟମରେ ଏଲ ଇ ଡି ସ୍କ୍ରିନ୍ ରେ ଦେଖିଥିଲେ ।ସକାଳ ୭.୦୦ ଘ ସମୟ ରେ ମଞ୍ଚରେ ତିନି ଜଣ ଯୋଗ ଶିକ୍ଷକ ରାଜ ମୋହନ ଭତରା, ସତ୍ୟ ସେଠୀ ଏବଂ ଉଷାରାଣୀ ପ୍ରଧାନ ମଞ୍ଚରେ ଯୋଗ ଅଭ୍ୟାସ ପ୍ରଦର୍ଶନ କରିଥିଲେ ଏବଂ ତାହାକୁ ଅନୁସରଣ କରି ଉପସ୍ଥିତ ପଞ୍ଜୀକୃତ କରିଥିବା ପ୍ରାୟ ୧୦୦୦ ଜଣ ଯୋଗ ଇଚ୍ଛୁକ ଯୋଗ ଅଭ୍ୟାସ କରିଥିଲେ।ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ପରେ ଶାନ୍ତି ମନ୍ତ୍ର ପାଠ ସହ ଶପଥ ପାଠ କରିଥିଲେ।କାର୍ଯ୍ୟକ୍ରମ ନିମନ୍ତେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ। ଯୋଗକୁ ଗୋଟିଏ ଦିନ ପାଇଁ ନୁହେଁ, ବରଂ ନିଜ ପାଇଁ ଓ ସାମୁହିକ ମଙ୍ଗଳ ପାଇଁ ଏକ ଦୈନଦିନ ଅଭ୍ୟାସରେ ପରିଣତ କରିବାକୁ ମତ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର ପାତ୍ର ଆୟୋଜନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

आदर्श सामाजिक कार्यकर्ता: इंजीनियर गोपाल कृष्ण दास

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

masiha

ସିଲ ହେଲା କାମାକ୍ଷାନଗର ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟ

Sunil Chandra Nayak

Leave a Comment

error: Content is protected !!