ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ

କଳାହାଣ୍ଡି ଜିଲ୍ଲା ର ବିଶିଷ୍ଟ ଚାଷୀ ନେତା, ପରିବେଶବିତ୍, ଅଧ୍ୟାପକ ତଥା ଜୁନାଗଡ଼ ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ (୫୫) ଙ୍କ ପରଲୋକ ହୋଇ ଯାଇଛି। ଆଜି ସକାଳେ ତାଙ୍କ ଚାଷ ଗାଁ ତଳ ଜାରିଙ୍ଗ ପଞ୍ଚାୟତ ସ୍ଥିତ ଘଣ୍ଟବାହାଲି ଠାରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ଘରର ଛାତକୁ ଯାଇଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରଲୋକ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ଅନେକ ବ୍ୟକ୍ତି ବିଶେଷ ସୋସିଆଲ ମିଡିଆରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି। ଅଶୋକ ଆତ୍ମାର ଅଧ୍ୟକ୍ଷ ସହ ଗଛ ଲଗାଇ ପରିବେଶ ରକ୍ଷା କରୁଥିବାରୁ ତାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହାସହ ଜଣେ ଆଇନଜୀବୀ ଓ ଅଧ୍ୟାପକ ଭାବେ ମଧ୍ୟ ବେଶ ପରିଚିତ ରହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରଗତି ଉତ୍କଳ ସଂଘ ପକ୍ଷରୁ ନୀଳକଣ୍ଠ ଦାସ ଜୟନ୍ତୀ ଓ ପୁସ୍ତକ ଲୋକାର୍ପଣ ଉତ୍ସବ

Sunil Chandra Nayak

ପୁନେ ଠାରେ ସମ୍ମାନିତା ହେଲେ ନୂଆପଡ଼ାର ଝିଅ ପ୍ରାଚୀ ପାଣଗ୍ରାହୀ

Sunil Chandra Nayak

ଧରାକୋଟ ବ୍ଲକରେ ପଲସ ପୋଲିଓ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!