ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ଫେରିଲା ଏକ ଦାଦନ ଶ୍ରମିକ ର ଶବ। ରୋଜଗାରିଆ ପୁଅକୁ ହରେଇ ପରିବାର ବେସାହାରା

ପୁଣି ଫେରିଲା ଏକ ଦାଦନ ଶ୍ରମିକ ର ଶବ। ରୋଜଗାରିଆ ପୁଅକୁ ହରେଇ ପରିବାର ବେସାହାରା

ସଇଁତଲା 21/06(ଶୁଭ ଛତ୍ରିଆ)ବଲାଙ୍ଗୀର ଜିଲ୍ଲା ରେ ଦିନକୁ ଦିନ ଦାଦନ ଶ୍ରମିକ ସମସ୍ୟା ବଢ଼ିଚାଲିଛି। ଲକଙ୍କୁ ସ୍ଥାନୀୟ ନିଯୁକ୍ତି ଦେବାରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ। ଗତ ଗୋଟିଏ ବର୍ଷ ଭିତରେ ଦୁଇ ରୁ ଅଧିକ ଦାଦନ ଶ୍ରମିକ ବାହାର ରାଜ୍ୟ କୁ ଦାଦନ ଖଟିବା କୁ ଯାଇ ଶବ ହୋଇ ଫେରିଥିବା ବେଳେ ଆଜି ଆଉ ଏକ ଦାଦନ ଶ୍ରମିକ ର ଶବ ଗାଁ କୁ ଫେରିଛି। ସୂଚନା ମୁତାବକ ସଇଁତଳା ବ୍ଲକ ଧରବଗଡ଼ ପଞ୍ଚାୟତ ପେଣ୍ଡରାମାଲ ଗାଁ ର ପର୍ଖିତ ମାଝୀଙ୍କ ୨୦ ବର୍ଷୀୟ ପୁଅ ଜଗନି ମାଝୀ ଗତ ୨ ମାସ ତଳେ ବାହାର ରାଜ୍ୟ ଗୁଜରାଟ ର ଭୁଜ ଅଞ୍ଚଳ କୁ ଏକ ଠିକା ଶ୍ରମିକ ଭାବେ କାମ କରିବା କୁ ନେଇ ଥିଲେ। ତେବେ ୪ ଦିନ ତଳେ ସେଠାରେ କୌଣସି କାରଣ ରୁ ତାଙ୍କ ମୃତ୍ୟୁ ହୋଇଥିଲା। ପଇସା ପତ୍ର ଅସୁବିଧା ଯୋଗୁ ମୃତ୍ୟୁ ର ୪ ଦିନ ବିତି ଯାଇଥିଲେ ତାଙ୍କ ଶବ ଗାଁ କୁ ଫେରି ନ ଥିଲା ତେବେ ବହୁ କଷ୍ଟ କରି ପଇସା ପତ୍ର ପରିବାର ଲୋକେ ସଂଗ୍ରହ କରି ପଠାଇବା ପରେ ମୃତ୍ୟୁ ଦେହ ଗାଁ କୁ ଫେରିଥିଲା। ତେବେ ପରିବାର ର ରୋଜଗାରିଆ ପୁଅ ଭାବେ ଜଗନ ହୋଇଥିବା ରୁ ଏବେ ପରିବାର ର ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ତେବେ ଦିନକୁ ଦିନ ଦାଦନ ଶ୍ରମିକ ବେଆଇନ ଭାବେ ଚାଲାଣ ହୋଉଥିବା ବେଳେ ଏହାକୁ ରୋକିବା ପାଇଁ ଫେଲ ମାରିଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଅନ୍ୟପଟେ ସରକାର ଦାଦନ ରୋକିବା ପାଇଁ ଟାସ୍କ ଫୋର୍ସ ଗଠନ କରିଥିବା ବେଳେ ସରକାର ର ଟାସ୍କ ଫୋର୍ସ କୁ ନେଇ ଏବେ ସନ୍ଧେହ ସୃଷ୍ଟି ହୋଇଛି। ତେବେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ମନରେଗା ଯୋଜନା ର ସଠିକ ଉପଯୋଗ କରିବା ପାଇଁ ସଧାରଣ ରେ ଦାବି ହେଉଛି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସହରରେ ଟ୍ରାଫିକ ସମସ୍ୟା ନେଇ ଅସନ୍ତୋଷ 

ଖଇରା ପ୍ରାଣୀ ଚିକିତ୍ସାଳୟରେ ଭ୍ରାମ୍ୟମାଣ ମୋବାଇଲ ଗାଡ଼ି ବନ୍ଦ

masiha

ଆସନ୍ତା କାଲି ଅନୁଷ୍ଠିତ ହେବ ସିବିଏସ୍ଇ ଦ୍ବାଦଶ ବୋର୍ଡ୍ ପରୀକ୍ଷା

Sunil Chandra Nayak

Leave a Comment

error: Content is protected !!