ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃତୀୟ ଜିଲ୍ଲା ସମନ୍ଵୟ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ତୃତୀୟ ଜିଲ୍ଲା ସମନ୍ଵୟ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୨୧.୦୬.୨୦୨୫,– ତୃତୀୟ ଜିଲ୍ଲା ସମନ୍ଵୟ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା |ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ | ପ୍ରଥମେ ଗତ ଦିଶା ବୈଠକର କାର୍ଯ୍ୟାନୁଷ୍ଠାନ ଉପରେ ମାନ୍ୟବର ସାଂସଦ ସମୀକ୍ଷା ପରିଥିଲେ | ପରେ ଚଳିତ ବୈଠକର ଏଜେଣ୍ଡା ଅନୁସାରେ ବୈଠକରେ ଆଲୋଚନା ହୋଇଥିଲା | ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ନିଶ୍ଚିତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଧାନ ସଂଗ୍ରହ,ମଣ୍ଡୀ ମାନଙ୍କର ଭିତ୍ତିଭୂମି ବିକାଶ,ସମଗ୍ର ଶିକ୍ଷା ଅଭିଯାନ, ଶୀତଳ ଭଣ୍ଡାର ଇତ୍ୟାଦି ସମ୍ପର୍କରେ ମାନ୍ୟବର ସାଂସଦ ସମୀକ୍ଷା କରିଥିଲେ | ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ରାଶି ବୃଦ୍ଧି, ବିଭିନ୍ନ ପ୍ରକଳ୍ପର ବକେୟା ରାଶି ପ୍ରଦାନ,ପାନୀୟ ଜଳ, ଅସାଧୁ ଆକାରରେ ଅନବରତଭାବେ ନଦୀରୁ ବାଲି ଉଠାଣ ବିରୋଧରେ ଚଢାଉ ନିମନ୍ତେ ନିର୍ବାଚିତ ପ୍ରତିନିଧିମାନେ ଦୁଷ୍ଟି ଆକର୍ଷଣ କରିଥିଲେ | ଏହାଛଡା ଜାତୀୟ ରାଜପଥର ଡ୍ରନେଜ ବ୍ୟବସ୍ଥାକୁ ନେଇ ଦୁଷ୍ଟି ଆକର୍ଷଣ କରିଥିଲେ | ବୈଠକରେ ସମସ୍ତ ବ୍ଲକର ନିର୍ବାଚିତ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ମାନେ ଉପସ୍ଥିତ ଥିଲେ | ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତି ଉପରେ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟ କିପରି ସଠିକ ଭାବେ କରିବେ, ସେଥିନିମନ୍ତେ ମାନ୍ୟବର ସାଂସଦ ଜିଲ୍ଲାପାଳଙ୍କୁ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଶ୍ରୀ ଶ୍ୟାମ ପ୍ଲାଇ ହାଉସ ସୋ ରୁମ୍ ଉଦଘାଟିତ

Sunil Chandra Nayak

ବିଜୁ ଜୟନ୍ତୀ ତଥା ପଂଚାୟତ ରାଜ ଦିବସ ପାଳନ

Sunil Chandra Nayak

୮ବର୍ଷ ର ଅସମ୍ପୂର୍ଣ ପ୍ରକଳ୍ପ,ରେକର୍ଡ ୩ଦିନ ରେ ସମ୍ପୂର୍ଣ କଲେ ବିଡିଓ , ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

Sunil Chandra Nayak

Leave a Comment

error: Content is protected !!