ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମବାସୀଙ୍କ ଜିଦ ଆଗରେ ମୁଣ୍ଡ ନୁଆଇଁଲା ପ୍ରଶାସନ

ଗ୍ରାମବାସୀଙ୍କ ଜିଦ ଆଗରେ ମୁଣ୍ଡ ନୁଆଇଁଲା ପ୍ରଶାସନ

ପଦ୍ମପୁର : ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍ର ଜାତ୍ତିଲି ପଞ୍ଚାୟତର ସର୍ଗିଗୁଡ଼ା ମୌଜା ସ୍ଥିତ ଖାତା ନଂ. ୩୯, ପ୍ଲଟ୍ ନଂ. ୧୮୧, ପତ୍ରା ଜଙ୍ଗଲ କିସମ ଓ ୭.୯୦ ଏକର ସରକାର ଦେଇଥିଲେ ଗୋଷ୍ଟିଗତ ଜଙ୍ଗଲ ଜମି । ବିକାଶ କରିଥିଲେ ସରର୍ଗିଗୁଡା ଗ୍ରାମବାସୀ । ନିର୍ମାଣ କରିଥିଲେ ନିଜ ଧର୍ମ ଓ ଆଦିବାସୀ ପରମ୍ପରାର ଉପାସନା ସ୍ଥଳି । ଏଫଆରସି ଯୋଜନାରେ ମିଳିଥିବା ଜମିରେ ସୃଷ୍ଟି କରିଥିଲେ ଜଙ୍ଗଲ । ବଷଁବଷଁ ଧରି କରିଆସୁଥିଲେ ଏହାର ରକ୍ଷଣା ବେକ୍ଷଣ। ଗ୍ରାମବାସୀଙ୍କ ବିରୋଧ ସ୍ୱତେ ଏହି ଉପାସନା ସ୍ଥଳୀକୁ ଜିଲ୍ଲା ପ୍ରଶାସନ ର ନିର୍ଦ୍ଧେଶ କ୍ରମେ ଭାଙ୍ଗିଦେବା ପାଇଁ ପଦ୍ମପୁର ପ୍ରଶାସନ ବୁଲଡୋଜର ଧରି ସେଠାରେ ପହଞ୍ଚିଥିଲା ଏହି ସମୟରେ ଗ୍ରାମବାସୀ ମାନେ ନଭାଙ୍ଗିବା ପାଇଁ ଅଡ଼ି ଧରି ବସିଥିଲେ। ଘଟଣା ସ୍ଥଳକୁ ସ୍ଥାନୀୟ ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ମାନେ ଆସି କେଉଁ କାରଣରୁ ଗ୍ରାମବାସୀଙ୍କ ବିରୋଧ ସ୍ଵତ୍ତ୍ୱେ ଏହି ଜଙ୍ଗଲ ମଧ୍ୟରେ ଥିବା ଏହି ଉପାସନା ସ୍ଥଳୀକୁ ଭାଙ୍ଗିବା ପାଇଁ ବସିଛ କହି ପ୍ରଶାସନ ସହିତ ଯୁକ୍ତିତର୍କ କରିଥିଲେ। ଦୀର୍ଘ ୫ଘଣ୍ଟାର ଯୁକ୍ତିତର୍କ ଓ ଵିରୋଧ ପରେ ବାଧ୍ୟ ହୋଇ ଏହାକୁ ନଭାଙ୍ଗିବା ପାଇଁ ଗ୍ରାମବାସୀଙ୍କ ଜିଦ ଆଗରେ ମୁଣ୍ଡ ନୁଆଇଁ ନଭାଙ୍ଗି ବୁଲଡୋଜର କୁ ଫେରାଇ ନେଲା ପ୍ରଶାସନ। ସୂଚନାଯୋଗ୍ୟ ଯେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଜାତ୍ତିଲି ଗ୍ରାମ ପଞ୍ଚାୟତ ସର୍ଗିଗୁଡା ଗ୍ରାମରେ ୨୦୧୪ ମସିହାର ତତ୍କାଳୀନ ଜିଲ୍ଲାପାଳ, ଜିଲ୍ଲା ବନ ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ,  ମିଳିତ ସ୍ଵାକ୍ଷରରେ ଏକ ଗୋଷ୍ଠିଗତ ଜଙ୍ଗଲ ଜମି ଶିରୋନାମା ଏଫଆରସି ନଂ ୪୪/୨୦୧୪ ଅନୁସାରେ ପ୍ରଦାନ କରାଯାଇଥିଲା । ଏହି ଜମି ସର୍ଗିଗୁଡ଼ା ମୌଜା ସ୍ଥିତ ଖାତା ନଂ. ୩୯, ପ୍ଲଟ୍ ନଂ. ୧୮୧, ପତ୍ରା ଜଙ୍ଗଲ କିସମ ଓ ୭.୯୦ ଏକର ଜମିରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଉନ୍ନତିମୂଳକ କାମ କରାଯାଇଛି।ବନ ବିଭାଗ ସହାୟତାରେ  ପ୍ରାୟ ୩୦୦୦ ଗଛ ଲଗା ଯାଇଛି । ସ୍ଵତନ୍ତ୍ର ଉନ୍ନୟନ ପରିଷଦଙ୍କ ଅନୁଦାନରେ ଏକ ଯଜ୍ଞଶାଳା ନିର୍ମାଣ କରି ହିନ୍ଦୁ ଆଦିବାସୀ ସଂସ୍କୃତିର ଉପାସନା କରାଯାଉଛି। ଗୋଟିଏ ଅତିଥି ବିଶ୍ରାମାଗାର ନିର୍ମାଣ କରି ଅସହାୟ ଓ ବୟସ୍କ ଲୋକଙ୍କ ସେବାର୍ଥେ ବିନିଯୋଗ କରାଯାଉଛି। ଏକ ଗୋଶାଳା କରି ଗୋସେବା ସହ ଗୋଚାଲାଣ ରୋକିବା ଓ ପ୍ରାକୃତିକ ଖତ ପ୍ରସ୍ତୁତ କରି ଗଛଗୁଡିକ ବଞ୍ଚାଇ ରଖି ଛନ୍ତି ଗାଁ ଲୋକେ l ଗୋଟିଏ ନଳକୂପ ଖୋଳାଇ ଗ୍ରାମବାସୀ, ଭକ୍ତ, ପଥିକଙ୍କୁ ଜଳ ଯୋଗାଣ ସହିତ ଗଛଗୁଡିକୁ ସେଚିତ କରୁ ଛନ୍ତି lଏସବୁ ପରିବେଶର ରକ୍ଷଣା ବେକ୍ଷଣ ପାଇଁ ଏକ ତାର ବାଡର ବ୍ୟବସ୍ଥା କରିଛୁ । କିନ୍ତୁ ଜିଲ୍ଲା ପ୍ରଶାସନ ରାଜସ୍ବ ବିଭାଗ ଦ୍ଵାରା ଗତ ତା.୦୭.୦୪.୨୦୨୫ ରିଖରେ ଓ ୧୯.୦୪.୨୦୨୫ ରିଖରେ ସ୍ଥାନୀୟ ତହସିଲଦାରଙ୍କ ଦ୍ଵାରା ଏକ ନୋଟିସ ଚନ୍ଦ୍ରମୋହନ ଦୋରାଙ୍କ ନାମରେ ଦିଆଯାଇ ସେ ଆମ ଜଙ୍ଗଲ ଜମିକୁ ଅତିକ୍ରମ କରିଛନ୍ତି ବୋଲି ଦର୍ଶାଇ ଉକ୍ତ ଉନ୍ନତିମୂଳକ କାମକୁ ଭାଙ୍ଗି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜସ୍ବ ନିରୀକ୍ଷକ, ଅମିନ ଜାଗା ଚିହ୍ନଟ କରି ଆମ ଗାଁକୁ ଜଙ୍ଗଲ ଆମର ବୋଲି ଦର୍ଶାଇଥିଲେ । ଅଦ୍ୟାବଧି ସେହି ଜମି ଆମର ସଂପୂର୍ଣ୍ଣ ଦଖଲରେ ଅଛି । ଯେହେତୁ ଶ୍ରୀ ଦୋରାଙ୍କ ଏକ ଗୃଷ ଜମି ଉକ୍ତ ଜଙ୍ଗଲ ଜମି ପାର୍ଶ୍ଵରେ ରହିଅଛି, ତେଣୁ ତହସିଲଦାର ତାଙ୍କୁ ଉକ୍ତ ଅନ୍ୟାୟୋଚିତ ନୋଟିସ ଦେଇଛନ୍ତି ।
ଯଦିଓ ଭାଙ୍ଗିଦେବେ ଆଦିବାସୀଙ୍କ ପାରମ୍ପାରିକ, ସାଂସ୍କୃତିକ ଓ ଧାର୍ମିକ ଦୃଷ୍ଟିରୁ ପ୍ରଦାନ କରାଯାଇଥିବା ଉକ୍ତ ଜମିରେ କରାଯାଇଥିବା ଉନ୍ନତିମୂଳକ କାମକୁ ନଷ୍ଟ କରାନଯାଉ । ଆମ୍ଭ ଗ୍ରାମର ଅସହାୟ ବୃଦ୍ଧ ବୃଦ୍ଧା, ଗୋସଂପଦ ସେଠାରେ ଉପକୃତ ହେଉଛନ୍ତି । ଏହି ବିଷୟକୁ ବିଶେଷ ଭାବରେ ବିଶ୍ଳେଷଣ କରି ଆମ ସହିତ ପ୍ରଶାସନ ଆଲୋଚନା କରି ଯଥା ଶିଘ୍ର ଉଛେଦ ନିଷ୍ପତ୍ତି ରଦ୍ଦ କରନ୍ତୁ। ବୋଲି ସଭାପତି ଦାଶରଥି ଶବର ଏବଂ ଗ୍ରାମବାସୀ ମଲ୍ଲୀକେଶର ଶବର, ରତ୍ନାକର ଶବର, ମନୋରଞ୍ଜନ ଶବର କୋର୍ଟ ଦ୍ବାରା ସତ୍ଯପାଠ ସହିତ ଲିଖିତ ଅଭିଯୋଗ ରାୟଗଡା ଜିଲ୍ଲା ଗସ୍ତରେ ଆସିଥିବା ଓଡ଼ିଶା ଅନୁସୂଚିତ ଜାତିର ଅଧ୍ୟକ୍ଷ ଆଶିଷ କୁମାର ମହାନ୍ତିଙ୍କ ସମେତ ଏସପି,ଏସପି, ଡିଏଫଓ,ଉପ ଜିଲ୍ଲାପାଳ ଗୁଣପୁରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ନିଜ ନିଷ୍ପତ୍ତି ରେ ଅଟଳ ରହି ଭାଙ୍ଗିବାକୁ ବସିଥିଲା। ଆଜିର ଏହି ଘଟଣା ପରେ ଅଞ୍ଚଳର ବୁଦ୍ଧିଯିବି ମାନଙ୍କ ମଧ୍ୟରେ ଏକ ପ୍ରଶ୍ନବାଚି ସୃଷ୍ଟି କରୁଛି ଯେ ପଦ୍ମପୁର ବଜାରର ମୁଖ୍ୟରାସ୍ତା ଓ ଏହାର ନିକଟରେ ସରକାରୀ ଜମିକୁ ଜବରଦଖଲ କରି ବିରାଟ ବଡ଼ ବଡ଼ ଅଟାଳିକ ଗୁଡିକ ନିର୍ମାଣ କରିଥିବା ବେଳେ । ପଦ୍ମପୁର ତହସିଲ ଅଞ୍ଚଳରେ। ସରକାରୀ, ଗୋଚର, ଅନାବାଦି, ଚକନାଳି, ଚକରାସ୍ତା ଆଦି ଜମିକୁ ଜବରଦଖଲ କରିଥିବା ହେତୁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକ ହୋଇନପାରି ଟଙ୍କା ଫେରିଯାଉଥିବା ବେଳେ ଏହି ଜଙ୍ଗଲ ମଧ୍ୟରେ ହୋଇଥିବା ଆଦିବାସୀ ମାନଙ୍କ ଉପାସନା ସ୍ଥଳିକୁ ପ୍ରଶାସନ କାହିଁକି ଭାଙ୍ଗିବାକୁ ଏତେ ତତ୍ୱର ହେଉଛି ବୋଲି ପ୍ରଶ୍ନବାଚି ସୃଷ୍ଟି କରୁଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାମ୍ବାଦିକ ସହଯୋଗ କଲେ ଆମେ ସବୁ ସ୍ତରରେ ସଫଳ ହେବୁ:  ଆଇ ଆଇ ସି

Sunil Chandra Nayak

ମେଦନା ସ୍ଥିତ ଗ୍ରାମ୍ୟଦେବୀ ମାଁ କାଳୀ କଙ୍କାଲୁଣୀ ଙ୍କ ବାର୍ଷିକ ଦଶହରା ପାଳିତ

masiha

ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

Leave a Comment

error: Content is protected !!