ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଷୋତ୍ତମ ସାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ପୁରୁଷୋତ୍ତମ ସାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ଜୁନାଗଡ଼ (ମ ନି ସ):- ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଂଚାୟତରେ ଶୋକର ଛାୟା ଖେଳି ଯାଇଛି। ଟେମରୀ ଡିଗ୍ରାପଡ଼ା ଗ୍ରାମର ପୁରୁଷୋତ୍ତମ ସାଙ୍କ(ବୟସ ୯୦)ଆଜି ଦେହାନ୍ତ ହୋଇ ଯାଇଛି। ସେ ଜଣେ ସରଳ, ନିରୀହ, ଦୟା ବନ୍ତ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ସେ ଏହି ଅଞ୍ଚଳର ଲୋକଙ୍କୁ ଧର୍ମ ଓ କର୍ମ ବିଷୟରେ ଅନେକ ଶିକ୍ଷା ଦେବା ସହ ନିରୀହ, ଗରିବ ଲୋକଙ୍କୁ ସହଯୋଗ କରିଥାନ୍ତି। ତାଙ୍କ ବିୟୋଗରେ ସାମ୍ବାଦିକ ଜଗଜ୍ଜିବନ ସା, ତାଙ୍କ ବଡ ପୁତ୍ର ବେଭାରି ସାହୁ, କୁମୁଦ ସା ତଥା ଟେମରୀ ସରପଞ୍ଚ ଶ୍ରୀ ମତି ଲକ୍ଷ୍ମୀ ସା, ତଥା ତାଙ୍କ ପୁତ୍ର ଓ ପୁତ୍ର ବଧୂ ଓ ନାତି ନାତୁଣୀ, ଭାଇ ବନ୍ଧୁ ସମସ୍ତେ ଶୋକ କୁଳ ଅବସ୍ଥା ରେ ଥିବା ବେଳେ ଏହି ଅଞ୍ଚଳର ଗ୍ରାମ ପଂଚାୟତରେ ପିଇଓ ପୁରୁଷୋତ୍ତମ ନାଏକ ତାଙ୍କ ମିତ୍ର ତଥା ଗ୍ରାମ ପଞ୍ଚାୟତ ବାସି ଙ୍କ ହୃଦୟରେ ଶୋକା କୂଳ ଅବସ୍ଥା ଅଛନ୍ତି। ସେ ଗତ ୧୫ ତାରିଖ ଦିନ ପରାଲେଶିସ ରେ ପୀଡ଼ିତ ହୋଇ ଥିବା ବେଳେ ଭୁବନେଶ୍ୱର କିମ୍ସ ହସ୍ପିଟାଲ ରେ ଚିକିତ୍ସା କରିବା ପାଇଁ ନିଆ ଯାଇ ଥିଲା। ସେ କିଛି ଦିନ ହସ୍ପିଟାଲରେ ରହିବା ପରେ ବି ତାଙ୍କର ଦେହର ସ୍ବାସ୍ଥ୍ୟ ଭଲ ହୋଇ ନଥିଲା । ଅନେକ ଟଙ୍କା ପଇସା ଖର୍ଚ୍ଚ ପରେ ବି ତାଙ୍କର ଦେହ ସୁସ୍ଥ ନ ହୋଇ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇ ଥିବାରୁ ଅଞ୍ଚଳବାସିଙ୍କ ଆଖିରୁ ଲୁହ ଝରିବା ସହ ଦୁଃଖ ପ୍ରକାଶ କରି ଛନ୍ତି। ଆସନ୍ତା ଜୁଲାଇ ମାସ ୦୧ ତାରିଖ ଦିନ ଦଶାହ କାର୍ଯ୍ୟ ଅନୁଷ୍ଠିତ ହେବାକୁ ଯାଉଛି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗ ଜ୍ଜୀବନ ସାଙ୍କ ରିପୋର୍ଟ

Related posts

ସଡକ ଦୁର୍ଘଟଣାରେ ଅଦ୍ଧାପକ ଗୁରୁତର,କଟକ ସ୍ଥାନାନ୍ତର

Sunil Chandra Nayak

ଫେବ୍ରୁୟାରୀ ୫ରେ ଓବିସି ମଞ୍ଚର ରାଜ୍ଯ ସମ୍ମିଳନୀ: ସଫଳତା ପାଇଁ ଜିଲ୍ଲା ମଞ୍ଚର ବୈଠକ 

Sunil Chandra Nayak

ଠିକାଦାର ର ଖାମଖିଆଲି ମନୋଭାବ ଯୋଗୁଁ ଅଧାରେ ପଡ଼ିରହିଛି ଅଙ୍ଗନବାଡି କେନ୍ଦ୍ର   

masiha

Leave a Comment

error: Content is protected !!