ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବାରର ଆର୍ଥିକ ଅନଟନ, ଗରିବୀ ତାକୁ ସଜାଉଛି ଦାଦନ ପୁଣି ଦାଦନ ଯାଇ ଗୁରୁତର ହୋଇ ଘରକୁ ଫେରିଲେ ଦୁଷ୍ମନ୍ତ

ପରିବାରର ଆର୍ଥିକ ଅନଟନ, ଗରିବୀ ତାକୁ ସଜାଉଛି ଦାଦନ

ପୁଣି ଦାଦନ ଯାଇ ଗୁରୁତର ହୋଇ ଘରକୁ ଫେରିଲେ ଦୁଷ୍ମନ୍ତ
ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ତ

କଳାହାଣ୍ଡି : ଲାଞ୍ଜିଗଡ଼,୨୩/୬:- କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି।ଏହି ସମସ୍ୟା ଦିନକୁ ଦିନ ବଡିବାରେ ଲାଗିଥିବା ବେଳେ ଅନେକ ସମୟରେ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ କିଏ ଶବ ହୋଇ ଫେରୁଛି ତ ପୁଣି କିଏ ପଙ୍ଗୁ ହୋଇ ଘରକୁ ଫେରୁଥିବା ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି।ଲାଞ୍ଜିଗଡ ବ୍ଳକ ଅଞ୍ଚଳର ଯୁବକ ଦୁଷ୍ମନ୍ତ ଜାଲଙ୍କୁ ପରିବାରର ଆର୍ଥିକ ଅନଟନ ଗରିବୀ ତାକୁ ଦାଦନ ସଜାଇଥିବା ବେଳେ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପଙ୍ଗୁ ହୋଇ ଘରକୁ ଫେରି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ତ ହୋଇଛନ୍ତି।ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଥାନା ଚମ୍ପାଦେଇପୁର ପଞ୍ଚାୟତର ହରିହର ପୁର ଗାଁର ଯୁବକ ଦୁଷ୍ମନ୍ତ ଜାଲ (୩୦) ପରିବାର ପ୍ରତିପୋଷଣ ପାଇଁ ଗତ ଏପ୍ରିଲ ୩୦ ତାରିଖରେ କେରଳ ରାଜ୍ୟର ମଙ୍ଗନୋର ଜିଲ୍ଲାର ଏନଆରଜି ମଙ୍ଗଲମ ଅଞ୍ଚଳରେ ଥିବା ପିଜେ ଇଣ୍ଟରପ୍ରାଇଜେସର ପଥର କୁଆଁରୀ  କନଟ୍ରକ୍ସନରେ ବେଶି ନାମକ କଣ୍ଟ୍ରାକ୍ଟର ପାଖରେ ବ୍ଲାଷ୍ଟିଙ୍ଗ କାମ କରୁଥିଲେ।ଗତ ଜୁନ ୭ ତାରିଖରେ ଦୁଷ୍ମନ୍ତ ସବୁଦିନ ଭଳି କାମ କରି କାମ ଶେଷ ସମୟରେ ତାଙ୍କ ହାତରେ ବ୍ଲାଷ୍ଟିଙ୍ଗ ହୋଇ ଯାଇଥିଲା।ଯାହା ଫଳରେ ଦୁଷ୍ମନ୍ତଙ୍କ ଡାହାଣ ହାତର ୪ ଓ ୫ ନମ୍ବର ଦୁଇ ଆଙ୍ଗୁଠି କଟି ଯାଇଥିବା ବେଳେ ଛାତି, ବାମ ଗୋଡରେ ଭୀଷଣ ଆଘାତ ଲାଗି ଗୁରୁତର ହୋଇ ପଡ଼ିଥିଲେ।ପୁଲିସ ଭୟରେ ମାଲିକ ନିକଟସ୍ଥ ଡାକ୍ତରଖାନାରେ ଦୁଷ୍ମନ୍ତଙ୍କୁ ଚିକିତ୍ସା ନକରି ୬୦ କିମି ଦୂରରେ ଥିବା ଏକ ବେସରକାରୀ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ଦୁଷ୍ମନ୍ତର ଗୁରୁତର ଦେଖି ଏକ ମାସ ଡାକ୍ତରଖାନାରେ ରହିବାକୁ କହିଥିଲା।କିନ୍ତୁ ମାଲିକ ଜୁନ ୭ ତାରିଖରେ ଭର୍ତ୍ତି କରି ୧୪ ତାରିଖରେ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରି ଦୁଷ୍ମନ୍ତ ମନା କରିବା ସତ୍ତ୍ୱେ ମଧ୍ୟ ଡିସଚାର୍ଜ କରି ଥିଲେ।ପରେ ଦୁଷ୍ମନ୍ତଙ୍କୁ ତମର ସବୁ ଖର୍ଚ୍ଚ ବହନ କରିବି କହି ୧୫ ତାରିଖରେ ଟ୍ରେନରେ ବସାଇ ଦେଇଥିଲେ।ଆଉ ଦୁଷ୍ମନ୍ତଙ୍କ ସହିତ ଯୋଗାଯୋଗ ରଖିଲେ ନାହିଁ।ଦୁଷ୍ମନ୍ତ ନିଜ ପାରିଶ୍ରମିକ ୧୭୫୦୦ ଟଙ୍କା ମଧ୍ୟ ଦେଇନଥିବା ପ୍ରକାଶ କରିଛନ୍ତି।୧୬ ତାରିଖରେ ଦୁଷ୍ମନ୍ତ ନିଜ ଘରେ ପହଞ୍ଚିବା ପରେ ପ୍ରାଥମିକ ଚିକିତ୍ସା ପରେ ଜୁନ ୨୦ ତାରିଖ ଶୁକ୍ରବାର ଦିନ ଲାଞ୍ଜିଗଡ ବ୍ଳକ ଆଦିବାସୀ ସଭାପତି ସୁକୃ ମାଝୀ, ତୁଲେଶ୍ୱର ଜାଲ ସହିତ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କ ଦ୍ବାରସ୍ତ ହୋଇ ଘଟଣା ବିଷୟରେ ଜଣାଇଥିବା କହିଛନ୍ତି।ଜିଲ୍ଲା ଶ୍ରମ ଅଧିକାରୀ ଏନେଇ ଏକ ମାମଲା ରୁଜୁ କରି କ୍ରସର ମାଲିକଙ୍କୁ ଡକାଇ କ୍ଷତିପୂରଣ ଦେବା ପାଇଁ ଦୁଷ୍ମନ୍ତଙ୍କୁ କହିଥିବା ସେ ପ୍ରକାଶ କରିଛନ୍ତି।ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳଙ୍କୁ ଯୋଗାଯୋଗ କରିଥିବା ବେଳେ ତାଙ୍କ ଫୋନ୍ ଟି ଅଫ ଥିବାରୁ ପ୍ରତିକ୍ରିୟା ମିଳି ପାରିନଥିଲା।ଦୁଷ୍ମନ୍ତ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବାପା ଟିକେରାମ ଜାଲ ୨୦୧୫ ମସିହାରେ ମୃତ୍ୟୁ ବରଣ କରିଥିବା ବେଳେ ବିଧବା ମା ଯଶୋଦା ଜାଲ ଅଛନ୍ତି। ସ୍ତ୍ରୀ ଲଳିତା ଜାଲ ସମେତ ଛୋଟ ଛୋଟ ତିନି ଶିଶୁ କନ୍ୟା ଅଛନ୍ତି। ପ୍ରଶାସନ ନିକଟରେ ସରକାରୀ ସହାୟତା ଯୋଗାଇଦେବା ପାଇଁ ଆକୁଳ ନିବେଦନ କରୁଛନ୍ତି l ତେବେ ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଏଭଳି ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବା ବେଳେ କାମ ନପାଇ ବର୍ତ୍ତମାନ ମଧ୍ୟ ବ୍ଳକ ଅଞ୍ଚଳର ୧୦ ହଜାରରୁ ଅଧିକ ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟରେ କାମ କରୁଥିବା ସୂଚନା ମିଳିଛି।ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

 ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟି

Related posts

ରାସ୍ତା ଉପରେ ଡ୍ରେନ ପାଣି ଏନ ଏ ସି ଅସହାୟ

masiha

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସରକାଳୀନ ସମ୍ବର୍ଧନା ସଭା 

Sunil Chandra Nayak

ସର୍ପାଘାତେ ନାବାଳିକା ମୃତ. ସାପ କୁ ଧରି ହସ୍ପିଟାଲରେ ପହଞିଲେ ପିଡିତ ପରିବାର

Leave a Comment

error: Content is protected !!