ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ

ତିରିଂ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ

 ମୟୂରଭଂଜ- ୨୪/୦୬ — ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ପକ୍ଷରୁ ମଙ୍ଗଳବାର ଦିନ ସଂନ୍ଧ୍ୟାରେ ଆମ ପୋଲିସ ସମିତି ବୈଠକ ଥାନାଧିକାରୀ ପ୍ରଶାନ୍ତ ଯେନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ପୋଲିସ ସମିତି ଅଧ୍ଯକ୍ଷ ଥାନାଧିକାରୀ ପ୍ରଶାନ୍ତ ଜେନା ରଥଯାତ୍ରା ଉପଲକ୍ଷେ ଉପସ୍ଥିତ ପୋଲିସ ସମିତିର ସମସ୍ତସଦସ୍ଯ ଏବଂ ତିରିଂ ଅଂଚଳବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।ପରେ ଉପସ୍ଥିତ ସଦସ୍ୟମାନେ ଆଇନ ଶୃଙ୍ଖଳା,ନିଶା ଚୋରା ବେପାରୀ, ଜୁଆ ଖେଳ, ଲୁଟେରା,ଛିନତାଇ ଉପରେ ନଜର ରଖିବା ପାଇଁ ଆଲୋଚନା ହୋଇଥିଲା ।ଥାନାଧିକାରୀ କହିଥିଲେ ବରିଷ୍ଠ ନାଗରିକ,ବିଧବା ମହିଳା,ଶିଶୁ,ଦିଵ୍ଯାଙ୍ଗ,ଅନ୍ଧ ବିଶ୍ବାସର ଵର୍ତି ନ ହେବା, କୁସଂସ୍କାର ରେ ଵଶଵର୍ତ୍ତି ନ ହୋଇ କାହାରିକୁ ଡାହାଣୀ ସନ୍ଦେହ ନ କରିବା ଏବଂ ଅସହାୟ ଲୋକଙ୍କ ସୁରକ୍ଷା ଓ ସହାୟତା ଯୋଗାଇବାକୁ ବଦ୍ଧ ପରିକର ବୋଲି କହିଥିଲେ ।ତଦସହ ଆନ୍ତଃରାଜ୍ଯ ସିମାନ୍ତ ହୋଇଥିବାରୁ ଆନ୍ତଃ ରାଜ୍ୟ ଲୁଟେରା, ସାଇବର କ୍ରାଇମ୍ , ଡକାୟତ,ଅଜଣା ବ୍ୟକ୍ତିଙ୍କ ଚଳାଚଳ , କିମ୍ବା ସନ୍ଦେହ ବ୍ୟକ୍ତିଙ୍କୁ ଦେଖିଲେ ତିରିଂ ଥାନାକୁ ତୁରନ୍ତ ଜଣାଇବା ପାଇଁ କହିଥିଲେ ।ତିରିଂ ଅଂଚଳର ଶାନ୍ତି ଶୃଙ୍ଖଳା ଓ ଭାଇଚାରା ବଜାୟ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ପୋଲିସ ଏବଂ ଆମ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ବହୁ ସମସ୍ୟାର ଶାନ୍ତି ପୁର୍ଣ ଭାବରେ ସମାଧାନ ହୋଇପାରିବ ବୋଲି କହିଥିଲେ ।ପୋଲିସ ସବୁବେଳେ ଜନସାଧାରଣଙ୍କ ସେବାରେ ସମର୍ପିତ ।ପୋଲିସକୁ ଭୟ ନ କରି ସମ୍ପର୍କ ରଖନ୍ତୁ ଏବଂ କେହି ଯଦି ଅସୁବିଧାରେ ପଡ଼ୁଛନ୍ତି ତୁରନ୍ତ ଖବର ଦିଅନ୍ତୁ ।

ଏହି କାର୍ଯ୍ୟକ୍ରମରେ ଆଇଆଇସି ପ୍ରଶାନ୍ତ ଯେନା, ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ଵର ସାମାଦ, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ବଳଦେବ ହେମ୍ବ୍ରମ,ସୁବାସ ବେହେରା,ଲିପା ଟୁଡୁ କଳ୍ପନା ମାର୍ଣ୍ଡି,ହିରାମଣି ମୁର୍ମୁ,ଜେନାମଣି ଭୁଣ୍ଡି,ଦୁର୍ଗି ଟୁଡୁ, ସୌଭାଗିନୀ ସିଂ,ଭାଗିରଥି ପାତ୍ର,ଚାମରୁ ହେମ୍ଵ୍ରମ,ପ୍ରଭାତ ମାର୍ଣ୍ଡୀ,ଋଷଭ ପୂର୍ତ୍ତି,କ୍ଷିରୋଦ ସି,ସୁରେଶ ସିଂ,ସିଦ୍ଧ ଟୁଡୁ,ରାମ ସୋର,ବାବୁଲୁ ପୂର୍ତ୍ତି,ପାର୍ଥ ସାରଥି ଷଡ଼ଙ୍ଗୀ,ଦେବେଶ ମାଝୀ,ଲକ୍ଷ୍ମଣ ମୁର୍ମୁ,ପତ୍ତନ ମାର୍ଣ୍ଡୀ,ଦୁଖିଆ ଟୁଡୁ,ଜୟ ଶଙ୍କର ମହାନ୍ତି,ରାମରାୟ ହାଁସଦା,ଛୋଟରାୟ ଟୁଡୁ,ଭୀମଦା ସୋରେନ ପ୍ରମୁଖ ଉପସ୍ଥିତ ରହି ସ୍ବଚିନ୍ତିତ ମତାମତ ଦେଇଥିଲେ ।ଦିର୍ଘବର୍ଷ ପରେ ପୁଣି ଥରେ ପୋଲିସ ସମିତି ବୈଠକ ଆୟୋଜିତ ହୋଇଥିବାରୁ ଥାନାଧିକାରୀଙ୍କୁ ସମସ୍ତେ ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମକୁ ସନାତନ ବେହେରା ,ରତିକାନ୍ତ ଦାସଙ୍କ ସମେତ ସମସ୍ତ ଥାନା କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଳାହାଣ୍ଡି:ପଞ୍ଚାୟତ ମହା ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ   

masiha

ସର୍କଲ ଓ ଏସକେ ଏକାଡେମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ସିନାପାଲି ଶିକ୍ଷା ବିଭାଗର କୃତଜ୍ଞତା ବୈଠକ 

Sunil Chandra Nayak

Leave a Comment

error: Content is protected !!