ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକ୍ରେତା ଗତୀଶୀଳତା ଅଭିଯାନ ଓ ଜ୍ଞାନ ବିନିମୟ ପଦକ୍ଷେପ କର୍ମଶାଳା

ବିକ୍ରେତା ଗତୀଶୀଳତା ଅଭିଯାନ ଓ ଜ୍ଞାନ ବିନିମୟ ପଦକ୍ଷେପ କର୍ମଶାଳା

କୋରାପୁଟ,୨୫।୬। ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ବିକ୍ରେତା ଗତୀଶୀଳତା ଅଭିଯାନ ଓ ଜ୍ଞାନ ବିନିମୟ ପଦକ୍ଷେପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ କର୍ମଶାଳାରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ପ୍ରସାର ନିମନ୍ତେ କର୍ମଶାଳାରେ ଆଲୋଚନା କରାଯାଇଥିଲା ।କୋରାପୁଟର କଳାଜିରା ଚାଉଳ, କୋଟପାଡର ଶାଢ଼ୀ ଏବଂ କୋରାପୁଟ କଫିର ମାର୍କେଟିଂ, ବ୍ରାଣ୍ଡିଂ ଓ ଅଧିକୃତ ବ୍ୟବହାରକାରୀ ପଞ୍ଜିକରଣ ସଂପର୍କରେ କର୍ମଶାଳା ଆୟୋଜନ କରାଯାଇଥିଲା।ଏହି କର୍ମଶାଳାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଓରମାସ ଡେପୁଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋସନ କାର୍ତ୍ତିକ , ଫିଇଓ ଓଡିଶା ମୁଖ୍ୟ କମଳା କାନ୍ତ ସାହୁ ଟେକ୍ସଟାଇଲ କମିଟିର ପ୍ରଦୀପ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ଦାସ ଯୋଗଦେଇ ପରିଚାଳନା କରିଥିବା ବେଳେ ଡିଆଇସି ଜେନେରାଲ ମ୍ୟାନେଜର ଚିନ୍ମୟ ପରିଡା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରିଷିଡା ରେ ବ୍ଲକ ସ୍ତରୀୟ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ

masiha

କୋଲକତାରେ ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀଙ୍କୁ ଗଣ ବଳାତ୍କାର ଓ ହତ୍ଯା ପ୍ରତିବାଦ ନେଇ ରାଇରଙ୍ଗପୁର ମାରଓ୍ବାଡି ମହିଳା ସମିତି ତରଫରୁ ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ 

masiha

ଲୋକକଳା ଆମ ଜନଜୀବନର ଏକ ଅବିଛେଦ୍ୟ ବିଭବ

masiha

Leave a Comment

error: Content is protected !!