ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କରଞ୍ଜକୋଟ ଡ୍ୟାମ ଠାରେ ବିଜେପିର ସାଂଗଠନିକ ବୈଠକ

ଗୋଳାମୁଣ୍ଡା/ମସିହା/୧/୫/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କରଞ୍ଜକୋଟ ଡ୍ୟାମ ଠାରେ ବିଜେପି ର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ଏହିସଭା ଗୋଳାମୁଣ୍ଡା ବ୍ଲକ ସଭାପତି ପ୍ରଦୀପକୁମାର ପଣ୍ଡାଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ପ୍ରଥମେ କେଗାଁ ମଣ୍ଡଲର ନୂତନ ଭାବେ ସଭାପତି ଦାଇତ୍ୱ ନେଇଥିବା ଜୟନ୍ତ ସିଂ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା. କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ରାଜ୍ୟ କାର୍ଯକାରିଣୀ ତଥା ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର, ଲୋକସଭା ସାଂସଦ ଙ୍କ ଧର୍ମଗଡ ପ୍ରତିନିଧି ହିମାଂଶୁ ପଣ୍ଡା, ରୋଗୀକଲ୍ୟାଣ ସମିତି ର ଧର୍ମଗଡ ବ୍ଲକ ସଭାପତି ଅପ୍ରେଶ ସ୍ୱାଇଁ, ସୁଧୀର ପଟ୍ଟଯୋଶୀ, ,ଗୋଳାମୁଣ୍ଡା ବ୍ଲକ ଲୋକସଭା ସାଂସଦ ଙ୍କ ପ୍ରତିନିଧି ଭାଗ୍ୟବାନ ବାଗ, ରୋଗୀ କଲ୍ୟାଣ ସମିତି ପ୍ରତିନଧି ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ କେଁଗା ମହିଳା ସଭାନେତ୍ରି ଚମ୍ବା ବତି ସାହୁ  ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଆଗାମି ଦିନରେ ସାଂଗଠନିକ କାର୍ଯ୍ୟ ତୃଣମୂଳରୁ ମଜବୁତ କରିବା ପାଇଁ ସାଂସଦ ବସନ୍ତ ପଣ୍ଡା,  ହିମାଂଶୁ ମେହେର, ମନୋଜ କୁମାର ମେହେର ପ୍ରମୁଖ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା।

Related posts

ତେନ୍ତୁଳିଖୁଣ୍ଟି ରେ ଜିଲ୍ଲାପାଳ ଙ୍କ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କାଳ ବୈଶାଖୀ ରେ ସ୍କୁଲ ସମେତ ୧୮ ଆଦିବାସୀ ଙ୍କ ଘର ଛାତ ଉଡ଼ିଲା, ସହାୟତା ପାଇଁ ଅପେକ୍ଷା

Sunil Chandra Nayak

Leave a Comment

error: Content is protected !!