ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସ୍ତିତ୍ବ ହରାଇଛି ଜୁନାଗଡ଼ କେନାଳ,,ଦୁର୍ଗତିରେ ଚାଷୀଙ୍କ ସ୍ଥିତି 

ଅସ୍ତିତ୍ବ ହରାଇଛି ଜୁନାଗଡ଼ କେନାଳ,,ଦୁର୍ଗତିରେ ଚାଷୀଙ୍କ ସ୍ଥିତି 

ଜୁନାଗଡ଼,୨୨/୭/(ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ମଧ୍ୟକୁ ଦେଇ ଯାଇଥିବା ଜଳସେଚନ କେନାଲର ସ୍ଥିତି ଏବେ ବିପନ୍ନ ହୋଇପଡ଼ିଛି ।ମେରିଅଵନ୍ଦଲି ଦେଇ ଆସିଥିବା ଇନ୍ଦ୍ରାବତୀ ଜଳସେଚନ ବିଭାଗର ଏହି କେନାଳ ସହର କଡେ କଡେ ଏବର ଶ୍ରୀଦୁର୍ଗା ନଗର, ସାହୁପଡା ପଛପଟ ହୋଇ ଜୁନାଗଡ଼-ବ୍ରାହ୍ମଣୀଗୁଡା ରାସ୍ତା କ୍ରସକରି କଲମପୁର ଛକ ଗ୍ରାୟତ୍ରୀ ମନ୍ଦିର ପର୍ଯ୍ୟନ୍ତ ରହିଛି।ଏହି କେନାଳ ନିଜର ଅସ୍ତିତ୍ବ ହରାଇବସିଛି ଅନ୍ୟ ପକ୍ଷରେ ଏହା ଉପରେ ଅଞ୍ଚଳର ଶହ ଶହ ଚାଷୀ ନିର୍ଭର କରୁଥିବା ବେଳେ, ଏହିକେନାଳ ଓ ଜଳସେଚନର ଦୁଃସ୍ଥିତି କୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି।ପୂର୍ବରୁ ଏହି କେନାଳ ଦେଇ ଜଳସେଚଚନ ଖାଲିଅଭଟା ସହ ତାଲବନ୍ଦପଡା ଶେଷ ମୁଣ୍ଡ ପର୍ଯ୍ୟନ୍ତ ଯାଉଥିବା ଚାଷୀମାନେ ପ୍ରକାଶ କରନ୍ତି।ହେଲେ ଏବେ ଏହି କେନାକର ଗତିପଥ ଗାୟତ୍ରୀ ମନ୍ଦିର ଠାରୁ କେଉଁଆଡ଼େ ଉଭେଇ ଯାଇଛି, ତାହା ଜଣାପଡୁ ନାହିଁ।ବ୍ରାହ୍ମଣୀଗୁଡା ରାସ୍ତା ପାଖରୁ ଗାୟତ୍ରୀ ମନ୍ଦିର ଛକ ମଧ୍ୟରେ ଅଧାରୁ କେନାଳ ରାସ୍ତା ଦୀର୍ଘଦିନରୁ ଅବରୋଧ ହୋଇଛି।ସମ୍ପୃକ୍ତ କେନାଳର ସଂଲଗ୍ନ ସରକାରୀ ଜମି ଲୋକେ ଅନଧିକୃତ ଭାବେ ବେଆଇନ ଅକ୍ତିଆର କରିଥିବା ସର୍ବସାଧାରଣରେ ଅଭିଯୋଗ ହେଉଛି।ଗ୍ରାୟତ୍ରୀ ମନ୍ଦିର ଆଗକୁ ନିଜର ଗତିପଥ ଅଣ୍ଡାଳୁଥିବା ଏହି କେନାଳର ସ୍ଥିତି ସଙ୍ଗିନ ହୋଇଛି।ପୂର୍ବରୁ କୁଆଡେ ଏହି କେନାଳର ଗତିପଥ ଯାଇଥିବା ଜାଗାରେ ଏବେ ବଡ଼ବଡ଼ ଶିଳ୍ପପତି-ବ୍ୟବସାୟୀଙ୍କ କବଜା ରହିଛି।କେନାଳ ପାର୍ଶ୍ବବର୍ତ୍ତି ଲୋକେ କେନାଳକୁ ଡ୍ରେନ ଭଳି ବ୍ୟବହାର କରି କୁଢ଼କୁଢ଼ ଅଳିଆ ଆବର୍ଜନା ପକାଉଛନ୍ତି।କେନାଳର ବହୁବିଧ ସମସ୍ୟା ସମ୍ପର୍କରେ ସଂପୃକ୍ତ ଇନ୍ଦ୍ରାବତୀ ଜଳସେଚନ ବିଭାଗର ଯନ୍ତ୍ରୀଙ୍କୁ ମତାମତ ନେବାରୁ ଏ ଦିଗରେ ବିହିତ ପଦକ୍ଷେପ ନେବା ଦିଗରେ ପଦକ୍ଷେପ ନିଆଯିବା ପ୍ରକାଶ କରିଛନ୍ତି।ସମ୍ପୃକ୍ତ କେନାଳର ସୁଦୃଢ଼ ବ୍ୟବସ୍ଥା ସହ କେନାଳ ଜମି କବଜା ଉପରେ ଏକ ଆରଡିସି ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

Hindalco Launched hands on training for first batch of local girls to make them work ready for Apparel Factory being set up at Phuljoba.  

masiha

ପ୍ରଧାନପାଲିରେ ପଞ୍ଚକୁଣ୍ଡ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ 

Sunil Chandra Nayak

ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ 

Leave a Comment

error: Content is protected !!