ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରେ ନୂତନ ଏସଡିପିଓ ଙ୍କ ଯୋଗ ଦାନ ଧର୍ମଗଡ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା…..

ଧର୍ମଗଡ ରେ ନୂତନ ଏସଡିପିଓ ଙ୍କ ଯୋଗ ଦାନ

ଧର୍ମଗଡ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା…..

ଧର୍ମଗଡ ଉପଖଣ୍ଡ ର ନୂତନ ଏସ ଡି ପି ଓ ଭାବେ ଡୋଳାମଣି ଭୋଇ ଆଜି କାର୍ଯ୍ଯ ରେ ଯୋଗଦେଈ ଛନ୍ତି । ଏଠାରେ କାର୍ଯ୍ୟରତ ଏସଡିପିଓ ମନୋଜ କୁମାର ବେହେରାଙ୍କୁ ଲକ୍ଷ୍ମୀପୁ୍ର କୁ ଏସଡିପିଓ ଭାବେ ବଦଳି ହେବା ପରେ ଶ୍ରୀ ଭୋଇ ଆଜି କାର୍ଯ୍ୟ ରେ ଯୋଗ ଦେଈଛନ୍ତି । ଶ୍ରୀ ଭୋଇ ଏଥି ପୂର୍ବରୁ କେନ୍ଦୁଝର ଜିଲ୍ଲା ରେ ଡି ଏସ ପି (ପିସିଆର ସେଲ) ଭାବେ କାର୍ଯ୍ୟରତ ଥିଲେ । ନବ ନିଯୁକ୍ତ ଏସଡିପିଓ ଙ୍କୁ ଧର୍ମଗଡ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସଂଘ ର ସଭାପତି ବିଦ୍ୟାଧର ସାହୁ, ଉପସଭାପତି ନରେଶ କୁମାର ଅଗ୍ରୱାଲ, ଯଶୋବନ୍ତ ମେହେର, ସହ ସମ୍ପାଦକ ଅତୁଲ୍ୟ କୁମାର ମେହେର, ଶ୍ରବଣ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ସରୋଜ କୁମାର ସାହୁ, ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, ଜଗନ୍ନାଥ ସେବା ସମିତି ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ସାମ୍ୱାଦିକ ବୈଦ୍ୟନାଥ ବେହେରା, ପ୍ରମୁଖ ଏସଡିପିଓ ଶ୍ରୀ ଭୋଇ ଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ଏହି ଅବସରରେ ଧର୍ମଗଡ ସହର ରେ ଥିବା ଟ୍ରାଫିକ ସମସ୍ୟା ର ନିୟନ୍ତ୍ରଣ, ପୁଲିସ ର ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା।ଅଞ୍ଚଳ ରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଦୃଢ଼ ପାଇଁ ଏସ ଡି ପି ଓ ଶ୍ରୀ ଭୋଇ ମଧ୍ଯ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନବନିର୍ବାଚିତ ଓକିଲ ସଂଘ ପ୍ରତିନିଧିମାନଙ୍କୁ AOLA ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା , ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ ହେଲେ ସଞ୍ଜିତ କୁମାର ପାଣିଗ୍ରାହୀ

ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ର ପୁନର୍ଗଠନ ପ୍ରକ୍ରିୟାକୁ ବନ୍ଦ୍ କରାଯାଉ, ଦାବିରେ , ବିକ୍ଷୋଭ ପ୍ରଦର୍ଶନ

masiha

ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ପୁରୀ ରଥଯାତ୍ରା -୨୦୨୬ ସମୀକ୍ଷା ବୈଠକ ରଥଯାତ୍ରାର ଯଥେଷ୍ଟ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!