ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ ଚେରଗାଁ ଠୁ ନଦୀ ବ୍ରିଜ ରାସ୍ତା ଅତ୍ୟନ୍ତ ଶୋଚନୀୟ

ବଡ଼ ଚେରଗାଁ ଠୁ ନଦୀ ବ୍ରିଜ ରାସ୍ତା ଅତ୍ୟନ୍ତ ଶୋଚନୀୟ 

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁ ପୂର୍ତ୍ତ ବିଭାଗ ରାସ୍ତା ରୁ ନଦୀବ୍ରିଜକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡ଼ିଛି। ଏହି ରାସ୍ତାଟି ଜିଲ୍ଲା ସଦର ମହକୁମାକୁ ସଂଯୋଗ ହୋଇଥିବା ବେଳେ ଏହି ରାସ୍ତା ଦେଇ ୧୦ ଟି ପଞ୍ଚାୟତ ଜନସାଧାରଣ ଜିଲ୍ଲା ମୁଖ୍ୟାଳୟକୁ ଯିବା ଆସିବା କରିଥାନ୍ତି। ହେଲେ ଉକ୍ତ ରାସ୍ତାରେ ଅଧିକ ମାତ୍ରାରେ ଖଳାଢିପ ଭରପୁର ରହିଛି । ଯାହାକୁ ନେଇ ସଦାସର୍ବଦା ଖାଲଢିପ ଗୁଡିକରେ ପାଣି ଜମୁଛି। ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ରାସ୍ତା ଦେଇ ଉଚ୍ଚ ବିଦ୍ୟାଳୟକୁ ପଢ଼ି ଯାଉଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଦୈନିକ ହଜାର ହଜାର ଯାନବାହାନ ଚଳାଚଳ ହେଉଛି । ଅନେକ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ଏ ପର୍ଯ୍ୟନ୍ତ ପ୍ରଶାସନର ଦୃଷ୍ଟିଗୋଚର ନ ହେବା ଏକ ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ଅବଗତ କରାଯାଇଥିଲେ ସୁଦ୍ଧା ଶୁଣୁ ନ ଥିବା ଲୋକେ କହିଛନ୍ତି। ଏଉପରେ ବିଭାଗୀୟ ଯନ୍ତ୍ରୀକୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା ହେଲେ ଯୋଗାଯୋଗ ହୋଇପାରିନଥିଲା। ଜିଲ୍ଲା ପ୍ରଶାସନ ଏଉପରେ ଦୁଷ୍ଟି ଆକର୍ଷଣ କରି ତୁରନ୍ତ ରାସ୍ତା ମରାମତି କରିବା ନିମନ୍ତେ ସାଧାରଣରେ ଦାବି ହେଉଛି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

“ଲକ୍ଷାଧିକ ଟଙ୍କା ବର୍ବାଦ-ସମୟ ବର୍ବାଦ” ଅଯୋଗ୍ୟ ପାଇଁ ବାଟ’ବଣା ନର୍ଭେରାମର ପ୍ଲାଣ୍ଟ ନିର୍ମାଣ

masiha

ବର୍ଷା ବର୍ଣ୍ଣାଳି ପାଇଲେ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ଗୋଲଡ଼ ମେଡାଲ

masiha

ସାମ୍ବାଦିକଙ୍କ ମାତୃ ବିୟୋଗ 

masiha

Leave a Comment

error: Content is protected !!